ଚର୍ଚ୍ଚାକୁ ଆସିଲା ମହାବଳ ନନ୍ଦନ ! କ୍ୟାପଟିଭ ବ୍ରିଡ୍ ସହ ୱାଇଲ୍ଡ ବ୍ରିଡର ମିଳାମିଶାରୁ ଜନ୍ମ ନେଲେ ଦୁଇଟି ଶାବକ ।

142

କନକ ବ୍ୟୁରୋ : ଜଙ୍ଗଲି ବାଘକୁ ଚିଡ଼ିଆଖାନାରେ ରଖାଯିବ ନା’ ନାହିଁ ତାକୁ ଚର୍ଚ୍ଚା ଜୋରଧରିଥିବା ବେଳେ ଆଜି ଆମେ ଆପଣଙ୍କୁ କହୁଛୁ ଆଉ ଏକ ବାଘର କାହାଣୀ । ଏହି ବାଘର ନାଁ ହେଉଛି ନନ୍ଦନ । ଯିଏ ୫ ବର୍ଷ ତଳେ ବେଶ୍ ଚର୍ଚ୍ଚା ସାଉଁଟିଥିଲା । ସାଥୀ ସନ୍ଧାନରେ ଜଙ୍ଗଲରୁ ଚାଲି ଆସିିଥିବା ଏହି ନନ୍ଦନ ବାଘ ୧୮ ଫୁଟ ଉଚ୍ଚର ଏନକ୍ଲୋଜର ଡେଇଁ ସମସ୍ତଙ୍କୁ ଚକିତ କରିଦେଇଥିଲା ।

ନନ୍ଦନ ବାଘ, ଯିଏ ଦିନେ ସାଥୀ ସନ୍ଧାନରେ ସାତକୋଶିଆରୁ ନନ୍ଦନକାନନ ଅଂଚଳକୁ ଚାଲି ଆସିଥିଲା । ମେଘାର ପ୍ରେମ, ଏହି ହିଂସ୍ର ବାଘକୁ କେବଳ ଚିଡ଼ିଆଖାନାରେ ବାନ୍ଧି ରଖିନଥିଲା, ବରଂ ଏବେ ଏହି ନନ୍ଦନ ଦୁଇ-ଦୁଇଟି ବାଘର ବାପା । କ୍ୟାପଟିଭ୍ ବ୍ରିଡ୍ ବା ପାଳିତ ବାଘ, ମେଘା ସହ ସଂପର୍କ ରଖି ବାହୁବଳି ଏବଂ କୁନ୍ଦନ ନାଁରେ ଦୁଇଟି ବାଘ ଜନ୍ମ ହୋଇଛନ୍ତି । ଏହି ବିବାଦ ଭିତରେ କିନ୍ତୁ ଆଜିର ଦିନରେ ୱାଇଲ୍ଡ ବ୍ରିଡ୍ ବା ଜଙ୍ଗଲି ବାଘ ସହ ସଂପର୍କ ରଖି ବାଘ ପ୍ରଜନନ ପ୍ରକ୍ରିୟା ନନ୍ଦନକାନନରେ ଚାଲିଛି । ୱାଇଲ୍ଡ ବ୍ରିଡ୍ ସାରା ସହ ଏବେ ମିଳାମିଶା କରୁଛି ନନ୍ଦନ । କୁହାଯାଉଛି, ଖୁବ୍ ଶୀଘ୍ର ଏମାନଙ୍କ ଔରୁଷରୁ ଜନ୍ମ ନେବ ନୂଆ ବାଘ ।

୨୦୧୩ ମସିହା ଏପ୍ରିଲ । ନନ୍ଦନକାନନକୁ ଆସିଲା ଅଜଣା ଅତିଥି । ସାତକୋଶିଆରୁ ଚାଲିଆସିଥିବା ଏହି ବାଘକୁ ନନ୍ଦନକାନନରେ ରଖାଯିବ ନା’ ପୁଣି ଜଙ୍ଗଲରେ ଛାଡ଼ିଦିଆଯିବ ତାକୁ ନେଇ ଭାଲେଣି ପଡ଼ିଲା । ଆଉ ଶେଷରେ ନିଷ୍ପତି ହେଲା ତାକୁ ଚିଡ଼ିଆଖାନାରେ ଭିତରେ ସ୍ୱତନ୍ତ୍ର ଏନକ୍ଲୋଜରରେ ହିଁ ରଖାଯିବ । ଆଉ ସେଇଆ ହେଲା, ହେଲେ ସିସିଟିଭି ଭାଙ୍ଗି, ୧୮ ଫୁଟର ଏନକ୍ଲୋଜର ଡେଇଁ ଅଚାନକ୍ ଫେରାର୍ ହୋଇଗଲା ନନ୍ଦନ । ପରେ ପୁଣି ଆଣି ଏନକ୍ଲୋଜର ଭିତରେ ରଖାଯାଇଥିଲା । ଯିଏ ଏବେ ବାଘ ବଂଶବୃଦ୍ଧି ଦିଗରେ ଏକ ଭୂମିକା ନେଉଛି ।