ରାଜନେତା ହେବ ତ ଏମିତି ! ପାଖରେ ନା ଅଛି ବଙ୍ଗଳା ନା ଗାଡ଼ି, ୯୩ ବର୍ଷରେ ବି ନିଜେ ଖାଦ୍ୟ ତିଆରି କରନ୍ତି ପୂର୍ବତନ ବିଧାୟକ ସୁରଜମଲ

38

ବର୍ତ୍ତମାନ ରାଜୀନତିିର ସଂଜ୍ଞା ବଦଳିଛି । କ୍ଷମତାକୁ ଆସିବା ପାଇଁ ନେତା, ମନ୍ତ୍ରୀମାନେ କିଛି ବି କରିବାକୁ ପଛାଉ ନାହାନ୍ତି । କ୍ଷମତା ଓ ଅର୍ଥ ମୋହରେ ଅନ୍ଧ ହୋଇ ସାଧାରଣ ଜନତାଙ୍କୁ ଭୁଲିଯାଉଛନ୍ତି । ଯେଉଁମାନଙ୍କ ପାଇଁ ସେମାନେ କ୍ଷମତାସୀନ ହୋଇଛନ୍ତି, ସେମାନଙ୍କ କଥା ହିଁ ମନେପଡ଼ୁନି । ରାଜନୀତି ନାଁରେ ତଥା ଲୋକଙ୍କ ସେବା କରିବା ଆଳରେ ରାଜନେତାମାନେ ଏବେ କେବଳ କ୍ଷମତାକୁ ଆସିବା ପାଇଁ ଚାହୁଁଛନ୍ତି । ଆଉ ଥରେ କ୍ଷମତାକୁ ଆସିଗଲେ ତାଙ୍କର ଅସଲ ମୁଖା ସର୍ବସମ୍ମୁଖକୁ ଆସିଯାଉଛି । ନିର୍ବାଚନ ଜିତିବା ପୂର୍ବରୁ ନେତା, ମନ୍ତ୍ରୀ, ବିଧାୟକ ଘର ଘର ଯାଇ ଭୋଟ ମାଗି ପ୍ରତିଶ୍ରୁତିର ବର୍ଷା କରିଦିଅନ୍ତି । ହେଲେ ଥରେ ନିର୍ବାଚନ ସରିଗଲେ ସାଧାରଣ ଜନତାଙ୍କୁ ପଚାରେ କିଏ ।

ଆଜିକା ଯୁଗର ନେତାମନ୍ତ୍ରୀ ମାନେ ନିଜ କାର୍ଯ୍ୟକାଳ ସମୟରେ କିପରି ଅଧିକରୁ ଅଧିକ ଠକେଇ କରି ବ୍ୟାଙ୍କ ବାଲାନ୍ସ ବଢ଼ାଇବେ ସେନେଇ ତତ୍ପର ଥାଆନ୍ତି । ତେଣିକି ସାଧାରଣ ଲୋକଙ୍କ ଅସୁବିଧା ଚୁଲିକି ଯାଉ । ଲୋକେ ମଲେ କି ହଜିଲେ ତାଙ୍କର କୌଣସି ଚିନ୍ତା ନଥାଏ । ହେଲେ ସମସ୍ତ ରାଜନେତା ସମାନ ନୁହଁନ୍ତି । ଆଜି ବି ଏପରି କିଛି ରାଜନେତା ଅଛନ୍ତି, ଯେଉଁମାନେ ଲୋକଙ୍କ କଥା ଚିନ୍ତା କରନ୍ତି, ଯେଉଁମାନେ ସାଧାରଣ ଜୀବନଯାବନ ବ୍ୟତୀତ କରନ୍ତି । ଯେଉଁମାନେ ସାଧାରଣ ଜୀବନଯାବନ ବ୍ୟତୀତ କରନ୍ତି । ଜଣେ ସାଧାରଣ ମଣିଷ ପରି ଦିନ ବିତାନ୍ତି ।

ଏମିତି ଜଣେ ନିଆରା ରାଜନେତା ହେଲେ ରାଜସ୍ଥାନ ସୁରଜଗଡ଼ର ପୂର୍ବ ବିଧାୟକ ସୁରଜମଲ । ତାଙ୍କ ବୟସ ଏବେ ୯୩ ବର୍ଷ । ୧୯୬୭ରୁ ୧୯୭୨ ପର୍ଯ୍ୟନ୍ତ ସୁରଜମଲ, ସୁରଜଗଡ଼ର ବିଧାୟକ ଭାବେ କାର୍ଯ୍ୟ ନିର୍ବାହୀ କରିଥିଲେ । ପିଲାଦିନୁ ହିଁ ସେବ ବେଶ୍ ସାଧାରଣ । ନିଜ କାମ ନିଜେ କରିବା ପାଇଁ ପସନ୍ଦ କରନ୍ତି । ତେବେ ପୂର୍ବ ବିଧାୟକଙ୍କ ଦିନଚର୍ଯ୍ୟା ବୟସ ଢ଼ଳିବା ସଙ୍ଗେସଙ୍ଗେ କୌଣସି ପରିବର୍ତ୍ତନ ଆସିନାହିଁ । ଘରର ସଫାସୁତୁରା କାମ ଠାରୁ ଆରମ୍ଭ କରି ଖାଇବା ତିଆରି ପର୍ଯ୍ୟନ୍ତ କାମ ସବୁ ସେ ନିଜେ କରାନ୍ତି । ଘରକୁ ଆସୁଥିବା ଅତିଥିଙ୍କୁ ନିଜ ହାତରେ ଚା ତିଆରି କରି ପିଆନ୍ତି । ବର୍ତ୍ତମାନ ସେ ତାଙ୍କ ପୈତୃକ ଗାଁ ମହରମପୁରରେ ରୁହନ୍ତି । ରହିବା ପାଇଁ ନାଁ ତାଙ୍କ ପାଖରେ ଅଛି କୌଣସି ବଙ୍ଗଳା କିମ୍ବା ନା କୌଣସି ମହଙ୍ଗା ଗାଡ଼ି ।

ଆଜି ବି ଲୋକେ ତାଙ୍କ ପାଖକୁ ସମସ୍ୟାର ସମାଧାନ ପାଇଁ ଗୁହାରି କରିବା ପାଇଁ ଆସନ୍ତି । ସେ ବିଧାୟକ ଥିବା ସମୟରେ ଅନେକ ବିକାଶମୂଳକ କାର୍ଯ୍ୟ କରିଥିଲେ । ଗାଁ ଗାଁକୁ ବିଜୁଳି ଓ ସଡ଼କ ସୁବିଧା ଉବଲବ୍ଧ କରାଇଥିଲେ । ସୁରଜମଲ କହିନ୍ତି ପୂର୍ବରୁ ରାଜନେତାମାନେ ସେବା ପାଇଁ ରାଜନୀତିରେ ପ୍ରବେଶ କରୁଥିଲେ, ହେଲେ ଏବେ ସୁବିଧା ସୁଯୋଗ ପାଇଁ ରାଜନୀତିକୁ ଆସୁଛନ୍ତି ।