ବିବାହର ୭ ବର୍ଷ ପରେ ବାପା ହୋଇଥିଲେ, ବାପା ଡାକ ଶୁଣିବା ପୂର୍ବରୁ ସହିଦ ହୋଇଗଲେ ବୀର ଯବାନ ।

625

ପୁଲୱମା ଆତଙ୍କବାଦୀ ଘଟଣା ପୂରା ଦେଶରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି । କାରଣ ଏହି ଆତ୍ମଘାତୀ ଆକ୍ରମଣରେ ଦେଶ ନିଜର ୪୨ ବୀର ପୁତ୍ରଙ୍କୁ ହରାଇଛି । ଆଉ ଏହା ହିଁ ଦେଶବାସୀଙ୍କ ଆଖିରେ ଲୁହ ଭରିଦେଇଛି । କିଏ ନିଜର ପୁଅକୁ ହରାଇଛି ତ ପୁଣି କାହା ମଥାରୁ ସିନ୍ଦୁର ଲିଭଯାଇଛି ।ଏପରିକି ଅନେକ ଯବାନ ବାପା ଡାକ ଶୁଣିବା ପୂର୍ବରୁ ସହିଦ ହୋଇଯାଇଥିବା ବେଳେ ଅନେକ ଶିଶୁ ବାପଛେଉଣ୍ଡ ହୋଇଯାଇଛନ୍ତି । କାହା ଆଖିରୁ ଲୁହ ଶୁଖୁନି । କାନ୍ଦ ବୋବାଳିରେ ଫାଟି ପଡୁଛି ପୂରା ଦେଶ ।

ଆଉ ଏଭଳି ସମୟରେ ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ଯବାନଙ୍କ କାହାଣୀ ଏବେ ସାମ୍ନାକୁ ଆସୁଛି। କିଏ ପରିବାର ଲୋକଙ୍କ ପେଟ ପୋଷିବାକୁ ତ ପୁଣି କିଏ ଦେଶର ସେବା କରିବାକୁ ସେନାରେ ଭର୍ତ୍ତି ହୋଇଥିଲେ। ମାତ୍ର ଶେଷରେ ଆତଙ୍କବାଦୀଙ୍କ ବର୍ବରତା ସେମାନଙ୍କ ଜୀବନ ନେଇଛି।

ସହିଦ ହୋଇଥିବା ଯବାନଙ୍କ ମଧ୍ୟରୁ ପଞ୍ଜାବର ତରନ ତାରନ ସହରର ସୁଖଜିନ୍ଦର ସିଂହ ଅନ୍ୟତମ, ଯିଏକି କଶ୍ମୀରରେ ଡ୍ୟୁଟିରେ ଥିବା ବେଳେ ଦେଶ ପାଇଁ ପ୍ରାଣବଳି ଦେଇଛନ୍ତି। ଜାଣିବାକୁ ମିଳିଛି ଯେ ଏହି ସହିଦ ଯବାନଙ୍କର ବିବାହର ୭ ବର୍ଷ ପର‌୍ୟ୍ୟନ୍ତ କୌଣସି ସନ୍ତାନ ପ୍ରାପ୍ତି ହୋଇ ନଥିଲା। ୭ ବର୍ଷ ପରେ ତାଙ୍କର ପୁତ୍ର ସନ୍ତାନ ହୋଇଥିଲା । ପୂରା ପରିବାର ଖୁସିରେ ଆତ୍ମହରା ହୋଇଯାଇଥିଲେ । କିନ୍ତୁ ଏହି ଖୁସି ବେଶି ଦିନ ରହିନଥିଲା । ପୁଅ ଜନ୍ମ ହେବାର ୮ ମାସ ପରେ ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଗଲେ ବୀର ଯବାନ ବାପା।

ଜମ୍ମୁ-କଶ୍ମୀରର ପୁଲଓ୍ଵାମାଠାରେ ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ଯବାନ ସୁଖଜିନ୍ଦର ସିଂହଙ୍କ ପରିବାରରେ ତାଙ୍କ ବାପାମାଆ, ପତ୍ନୀ, ପୁତ୍ର ଓ ଭାଇ ଅଛନ୍ତି। ପରିବାର ଲୋକଙ୍କ କହିବା କଥା ହେଲା, ବିବାହର ବହୁ ବର୍ଷ ପର‌୍ୟ୍ୟନ୍ତ ପିଲା ହେଉ ନ ଥିବାରୁ ସୁଖଜିନ୍ଦର ଓ ତାଙ୍କ ପତ୍ନୀ ବହୁ ପୂଜା ବ୍ରତ କରି ପୁତ୍ରଟିଏ ପାଇଥିଲେ। ମାତ୍ର ପୁତ୍ରସୁଖ ବୋଧ ହୁଏ ଏହି ବୀର ପିତାଙ୍କ ଭାଗ୍ୟରେ ଲେଖା ନ ଥିଲା!

Comments are closed.