ଆୟକର ଦାତାଙ୍କୁ ରିହାତି ଦେଲେନି ମୋଦି ! ଅପରିବର୍ତ୍ତିତ ରହିଲା ଆୟକର ସ୍ଲାବ୍

35

କନକ ବ୍ୟୁରୋ : ଅର୍ଥମନ୍ତ୍ରୀ ଅରୁଣ ଜେଟଲି ଆଜି ନରେନ୍ଦ୍ର ମୋଦି ସରକାରଙ୍କ କାର୍ଯ୍ୟକାଳର ଶେଷ ବଜେଟ୍ ଉପସ୍ଥାପନ କରିଛନ୍ତି । ଜିଏସଟି ଲାଗୁ ପରେ ଦେଶରେ ଟିକସ ଆଦାୟ ବଢିଥିବା ସାଧାରଣ ବଜେଟ ଉପସ୍ଥାପନ ବେଳେ କହିଛନ୍ତି ଅର୍ଥମନ୍ତ୍ରୀ ଅରୁଣ ଜେଟଲି । ଜିଏସଟିକୁ ସରଳୀକରଣ କରିବା ପାଇଁ ଏବେ ବି ଉଦ୍ୟମ ଜାରି ରହିଛି । ଦେଶରେ ଅଭିବୃଦ୍ଧି ହାର ବୃଦ୍ଧି ପାଉଛି । ଭାରତ ହେବ ଦେଶର ପଂଚମ ବଡ ଅର୍ଥ ବ୍ୟବସ୍ଥା । ଗରିବୀ ଦୂର ପାଇଁ ଦେଶକୁ ମଜବୁଦ କରାଯିବ । ବିଦେଶୀ ପୁଜିଂନିବେଶ ବଢିଛି । ଦେଶରେ ନଗଦ କାରବାର କମିଛି । ସେବା କ୍ଷେତ୍ରରେ ୮ ପ୍ରତିଶତ ଅଭିବୃଦ୍ଧି ଘଟିଛି । ଅଭିବୃଦ୍ଧ ୭.୪% ରହିବା ଅନୁମାନ କରାଯାଉଛି । ଲୋକଙ୍କୁ ଶସ୍ତା ଦରରେ ଔଷଧ ଦିଆଯାଉଛି ୨ରୁ ୩ ଦିନ ଭିତରେ ପାସପୋର୍ଟ ମିଳପାରୁଛି । ଗୋଟିଏ ଦିନ ଭିତରେ କମ୍ପାନୀ ରେଜିଷ୍ଟ୍ରେସନ ହୋଇପାରୁଛି । ଅରୁଣ ଜେଟଲି କୃଷକ ଓ ଗ୍ରାମୀଣ ବିକାଶ ଉପରେ ଅଧିକ ଗୁରୁତ୍ୱ ଦେଇଛନ୍ତି । ତେବେ ଚଳିତ ବଜେଟରେ ମଧ୍ୟବିତ୍ତ ପରିବାର ବର୍ଗ ବେଶ କିଛି ଉପକୃତ ହୋଇପାରିବେ ନାହିଁ ।

୨୦୧୭-୧୮ ଆର୍ଥିକ ବର୍ଷରେ ସରକାରୀ ନିଅଂଟ ୫.୯ ପ୍ରତିଶତ ରହିଛି । ବିତୀୟ ନିଅଂଟ ଜିଡିପିର ୩.୩ ପ୍ରତିଶତ ରଖିବା ଲକ୍ଷ୍ୟ ରଖାଯାଇଛି । ପ୍ରତ୍ୟକ୍ଷ କର ଆଦାୟ ୧୨.୬ ପ୍ରତିଶତ ବୃଦ୍ଧି ହୋଇଛି । ଆୟକର ଆଦାୟ ୯୦ ହଜାର କୋଟିକୁ ବୃଦ୍ଧି ପାଇଛି । ୧୯.୨୫ ଲକ୍ଷ୍ୟ କରଦାତାଙ୍କ ସଂଖ୍ୟା ବୃଦ୍ଧି ଘଟିଛି । ବିମୁଦାକରଣ ଯୋଗୁଁ ହଜାରେ କୋଟିରୁ ଅଧିକ ଟିକସ ଆଦାୟ ହୋଇଛି । ଆୟକର ଛାଡ଼ ସୀମା ଅପରିବର୍ତ୍ତତ ରଖିଲେ ମୋଦି ସରକାର । ସାଧାରଣ ବଜେଟରେ ଏନେଇ କୌଣସି ପରିବର୍ତ୍ତନ ହେଲାନାହିଁ । କର୍ପୋରେଟ ଟ୍ୟାକ୍ସ କମିଥିବା ବେଳେ ଆୟକର ଛାଡ ସୀମା ଅପରିବର୍ତୀତ ରହିଛି । ଷ୍ଟାଂଡାର୍ଡ ଡିଡକସନ୍ ପ୍ରକ୍ରିୟା ପୁଣି ଥରେ ଆରମ୍ଭ ହେବ । ଆୟରୁ ୪୦ ହଜାର ପର୍ଯ୍ୟନ୍ତ ଷ୍ଟାଂଡାର୍ଡ ଡିଡକସନ୍ ପ୍ରକ୍ରିୟାରେ ଟିକସ୍ ଲାଗୁ କରାଯିବ । ଜମା ରାଶି ଉପରେ ବରିଷ୍ଠ ନାଗରିକଙ୍କ ପାଇଁ ବଡ଼ ଘୋଷଣା କଲେ ଅର୍ଥମନ୍ତ୍ରୀ ଅରୁଣ ଜେଟଲି । ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଡିପୋଜିଟ୍ ଉପରେ କର ଛାଡ଼ କଲେ ସରକାର । ମଧ୍ୟମ ବର୍ଗ ପାଇଁ କୌଣସି ଛାଡ଼ କଲେନାହିଁ ସରକାର । ଚଳିତ ବଜେଟରେ ମଧ୍ୟବିତ୍ତଙ୍କୁ ସେପରି ସାହାଯ୍ୟ ହେବ ନାହିଁ । ଦୀର୍ଘ ମିଆଦି ନିବେଶ ଉପରେ ୧୦ ପ୍ରତିଶତ ଗେନ ଟାକ୍ସ ଲଗାଇଲେ ସରକାର । ତେବେ ଏଣିକି ଘରର ସବୁ ବିଲ୍ ମହଙ୍ଗା ହେବ । ବଢ଼ିବ ଟିଭି ଓ ମୋବାଇଲ ଓ ଲାପଟପ୍ ଦର । କଷ୍ଟମ ଡ୍ୟୁଟି ବଢ଼ାଇଲେ ସରକାର । ଶସ୍ତା ହେବ କାଜୁ ଦର । ଶିକ୍ଷା ଓ ସ୍ୱାସ୍ଥ୍ୟ ଉପରେ ୧ ପ୍ରତିଶତ ସେସ୍ ବୃଦ୍ଧି ହେଲା ।