ଚିଲିକା ମଝିରେ ଘୂର୍ଣ୍ଣିଝଡ : ଉପକୂଳରେ ଆତଙ୍କ, ହଠାତ୍ ଉପରକୁ ଉଠିଲା ଚିଲିକା ପାଣି

45

କନକ ବ୍ୟୁରୋ : ଚିଲିକା ମଝିରେ ଘୂର୍ଣ୍ଣିଝଡ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଚିଲିକାର ଗମ୍ଭାରୀ ପଂଚାୟତ ଟୁଆ ଗାଁ ନିକଟରେ । ଗତକାଲି ଅପରାହ୍ନରେ କୃଷ୍ଣପ୍ରସାଦ ଇଲାକାରେ କଲାହାଣ୍ଡିଆ ମେଘ ସହ ଜୋରରେ ପବନ ବୋହିଥିଲା । ପବନ ସହିତ ଚିଲିକାରୁ ପ୍ରବଳ ବେଗରେ ପାଣି ଉଠିବା ଦେଖାଯାଇଥିଲା । ଏଥିରେ ଟୁଆ ଗାଁରେ ଏକ ଘରର ୩ ବଖରା ଆଜବେଷ୍ଟ ଘର ଉଡିଯାଇଥିଲା । ପବନରେ ଘରର ଆଜବେଷ୍ଟସ ପ୍ରାୟ ୫ ଶହ ଫୁଟ ଉପରକୁ ଉଠିଯାଇଥିଲା । ୩ ବଖରା ଘର ସଂପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା । ଘରେ ଥିବା ଲୋକେ ବର୍ତ୍ତିଯାଇଥିବାବେଳେ ଆଖାପାଖରେ ଥିବା ଆଉ ଦୁଇଟି ଚାଳ ଛପର ଉଡିଯାଇଛି । ଘୂର୍ଣ୍ଣିଝଡ଼ ହୋଇଥିବା ସ୍ଥାନରେ ଚିଲିକାର ଜଳରାଶି ଉପରକୁ ଯାଉଥିବା ଦେଖାଯାଉଥିଲା ।

ସୂଚନାଯୋଗ୍ୟ ଗତକାଲି ଅପରାହ୍ନରେ ହଠାତ୍ ଚିଲିକାର ଗମ୍ଭାରୀ ପଞ୍ଚାୟତ ଟୁଆ ଗାଁ ନିକଟରେ ଘୂର୍ଣ୍ଣିଝଡ଼ ସୃଷ୍ଟି ହୋଇଥିଲା । ଚିଲିକା ଜଳରାଶି ଉପରେ ଏହି ଘୂର୍ଣ୍ଣିଝଡ଼ (ଟର୍ଣ୍ଣାଡୋ) ହୋଇଥିବାରୁ ସ୍ଥଳଭାଗରେ ବିଶେଷ କ୍ଷୟକ୍ଷତି ହୋଇ ନାହିଁ । ପବନ ସହିତ ଚିଲିକାରୁ ପ୍ରବଳ ବେଗରେ ପାଣି ଉଠିବା ଦେଖାଯାଇଥିଲା। ଘୂର୍ଣ୍ଣିଝଡ଼ ହୋଇଥିବା ସ୍ଥାନରେ ଚିଲିକାର ଜଳରାଶି ଉପରକୁ ଉଠିଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା।