ବ୍ଲଡ ବ୍ୟାଙ୍କର ରକ୍ତ ହୋଇପାରେ ଅସୁରକ୍ଷିତ ! : କେଉଁ ପ୍ରକାରର ରୋଗୀଙ୍କ ପାଇଁ ହେବ କ୍ଷତିକାରକ, ଆସନ୍ତୁ ଜାଣିବା

37

ରକ୍ତ ହେଉଛି ଏକ ପ୍ରକାର ସଂଯୋଜକ ତନ୍ତୁ । ଆଘାତ ପ୍ରାପ୍ତ କ୍ଷତରୁ ଅଧିକ ରକ୍ତ ସ୍ରାବ ହେଲେ ଶରୀରରେ ରକ୍ତ ଏବଂ ଲାଲ ରକ୍ତ କୋଷରେ ପରିମାଣ ହ୍ରାସ ପାଇ ସଙ୍କଟାପନ୍ନ ଅବସ୍ଥା ସୃଷ୍ଟି କରେ । ତୁରନ୍ତ ଏହାର ପ୍ରତିକାର ହୋଇନପାରିଲେ ବ୍ୟକ୍ତିର ମୃତ୍ୟୁ ହୋଇଥାଏ । ରକ୍ତର କୌଣସି ବିକଳ୍ପ ରହି ନଥିବାରୁ ଆହତ ବ୍ୟକ୍ତିର ଜୀବନ ରକ୍ଷା କରିବା ନିମିତ୍ତ ତାଙ୍କୁ ଅନ୍ୟ ବ୍ୟକ୍ତିଙ୍କର ରକ୍ତ ଦ୍ଵାରା ଭରଣା କରିବାକୁ ହୁଏ । ଦୀର୍ଘ ସମୟ ଧରି ରଖାଯାଇଥିବା ରକ୍ତ ଆହତ ବ୍ୟକ୍ତିଙ୍କ ପାଇଁ କ୍ଷତିକାରକ ହୋଇପାରେ, ଯାହା ଶରୀରରୁ ବହୁତ ମାତ୍ରାରେ ରକ୍ତ ବହିଯାଇଥିବ । ବୈଜ୍ଞାନିକ ସମୂହ ଏହି ବିଷୟରେ ସୂଚନା ଦେଇଛନ୍ତି, ତନ୍ମଧ୍ୟରୁ ଜଣେ ଭାରତର ମୂଳ ନିବାସୀ ।

ଗମ୍ଭୀର ରୂପରେ ଆହତ ବ୍ୟକ୍ତି , ଯାହା ଶରୀରରୁ ଅତ୍ୟଧିକ ମାତ୍ରାରେ ରକ୍ତ ସ୍ରାବ ହୋଇଥିବ, ସେମାନଙ୍କୁ ଦୀର୍ଘ ସମୟ ଧରି ରଖାଯାଇଥିବା ରକ୍ତ ଦେଲେ ରକ୍ତ ସଂଚାଳନ କମିଯାଏ । ଏହା ଗମ୍ଭୀର ରୂପରେ ପ୍ରଭାବିତ ଅଙ୍ଗ ଗୁଡିକୁ ଫୁଲାଇ ଦିଏ । ଏହା ସହିତ ଫୁସଫୁସରେ ସଂକ୍ରମଣର ମାତ୍ରା ବି ବଢ଼ାଏ । ଅନୁସନ୍ଧାନକାରୀ ମାନେ ରୋଗୀର ଶରୀରରେ ଥିବା ପୁରୁଣା ସଂଗ୍ରହ କରାଯାଇଥିବା ରକ୍ତ କଣିକାର ସଂଚାଳନ ଓ ତା’ ପରବର୍ତ୍ତୀ ବ୍ୟାକ୍ଟେରିଆଲ ନିମୋନିଆ ଭିତରେ ସମ୍ବନ୍ଧ ପାଇଛନ୍ତି ।

ଅଧ୍ୟୟନରୁ ଜଣାଯାଇଛି ଯେ, ସଜ ରକ୍ତ ତୁଳନାରେ ସଂଗ୍ରହ କରି ରଖାଯାଇଥିବା ରକ୍ତକୁ ବ୍ୟବହାର କଲେ ବ୍ୟାକ୍ଟେରିଆ ଦ୍ୱାରା ହେଉଥିବା ଫୁସଫୁସ ସଂକ୍ରମଣରେ ଅତ୍ୟଧିକ ବୃଦ୍ଧି ଦେଖାଯାଇଛି । ଏବଂ ଫୁସଫୁସରେ ଅତ୍ୟଧିକ ମାତ୍ରାରେ ତରଳ ପଦାର୍ଥ ଜମା ହେବା କାରଣରୁ ସେଥିରେ ଜୀବାଣୁଙ୍କ ସଂଖ୍ୟା ବଢ଼ିଯାଏ । ଏହା ଏକ ସ୍ୱାସ୍ଥ୍ୟ ପତ୍ରିକା ପିଏଲଓଏସ ମେଡିସିନରେ ପ୍ରକାଶିତ ହୋଇଛି ।