ଆଉ ଛପା ହେବନି ୨ହଜାର ଟଙ୍କିଆ ନୋଟ ! ଜାଣନ୍ତୁ କଣ ରହିଛି ଏହାର କାରଣ ।

ଭାରତ ସରକାର ଧିରେ ଧିରେ ୨ହଜାର ଟଙ୍କିଆ ନୋଟକୁ ବନ୍ଦ କରିବାର ନିଷ୍ପତି ଗ୍ରହଣ କରିଛନ୍ତି ।

736

ବନ୍ଦ ହେଲା ୨ହଜାର ଟଙ୍କିଆ ନୋଟ ଛପା । ଭାରତ ସରକାର ଧିରେ ଧିରେ ୨ହଜାର ଟଙ୍କିଆ ନୋଟକୁ ବନ୍ଦ କରିବାର ନିଷ୍ପତି ଗ୍ରହଣ କରିଛନ୍ତି । ଗତ ୨୦୧୬ ନଭେମ୍ବର ୮ରେ ସରକାର ବିମୁଦ୍ରିକରଣ ଘୋଷଣା କରିବା ପରେ ନୂଆକରି ୨ହାଜାର ଟଙ୍କିଆ ନୋଟର ପ୍ରଚଳନ କରିଥିଲେ । ସେତେବେଳର ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଥିଲା । ଗାଁ ଗହଳିରେ ଏହି ନୋଟକୁ ଭଙ୍ଗାଇବା ନେଇ ଅନେକ ଲୋକ ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ଆସିଥିଲା । ତେଣୁ ଏହାକୁ ଦୃଷ୍ଟିରେ ରଖି ୨ହାଜାର ଟଙ୍କିଆ ନୋଟକୁ ସରକାର ବନ୍ଦ କରିବାକୁ ଯାଉଛନ୍ତି ।

ସୂଚନା ଅନୁଯୟୀ, ବଜାରକୁ ପ୍ରଥମେ ଯେତେବେଳେ ୨ହଜାର ଟଙ୍କିଆ ନୋଟ ବଜାରକୁ ଛାଡା ଯାଇଥିଲା ସେତେବେଳେ ସରକାର ଆଲୋଚନା କରିଥିଲେକି, ଯେଉଁମାନେ ଲୋନ ନେଉଛନ୍ତି ସେମାନଙ୍କ ପାଇଁ ଏହି ସୁବିଧା ଅତ୍ୟନ୍ତ ଉପଯେୀଗୀ ହୋଇ ପାରିବ । କାରଣ ୧ହଜାର ଟଙ୍କିଆ ନୋଟକୁ ସରକାର ସମ୍ପୁର୍ଣ୍ଣ ଭାବେ ବନ୍ଦ କରିଦେଇଥିଲେ । ତେଣୁ ଆଗକୁ ଯେପରି କୌଣସି ଅସୁବିଧା ନହୁଏ ସେନେଇ ୨ହଜାର ଟଙ୍କିଆ ନୋଟ ପ୍ରଚଳନ ଆରମ୍ଭ କରିଥିଲେ । କିନ୍ତୁ ଏବେ ଏହା ମଧ୍ୟ ଏକ ଅସୁବିଧାର କାରଣ ପଲଟିଯାଇଛି । ଏବେ ବଜାରରେ ଯଥେଷ୍ଟ ପରିମାଣରେ ଅନ୍ୟ ମୂଲ୍ୟର ନୋଟ ମହଜୁଦ ଥିବାରୁ ରିଜର୍ଭ ବ୍ୟାଙ୍କ ୨ ହଜାର ଟଙ୍କିଆ ନୋଟ ଛପା କମାଇଦେଇଛି । ଆହୁରି ମଧ୍ୟ ୨ ହଜାର ଟଙ୍କା ଆକାରରେ ଯେପରି ଅଧିକ କଳାଧନ ମହଜୁଦ ନ ହୁଏ, ସେଥିପାଇଁ ଏହି ପଦକ୍ଷେପ ନିଆଯାଇଛି । ତେବେ ଏହାର ଅର୍ଥ ନୁହେଁ ଯେ ୨ ହଜାର ଟଙ୍କାର ପ୍ରଚଳନ ବନ୍ଦ କରାଯିବ ବୋଲି ସେ ସ୍ପଷ୍ଟ କରିଦେଇଛନ୍ତି । ତେବେ ପୁଣି ଥରେ ୧ ହଜାର ଟଙ୍କିଆ ନୋଟ ପ୍ରଚଳନ ସଂପର୍କରେ ସରକାରଙ୍କ ତରଫରୁ କୌଣସି ନିଷ୍ପତ୍ତି ନିଆଯାଇନାହିଁ ।