ହ୍ୱାଟସଆପ୍ ପାଇଁ ଚିନ୍ତା ବଢ଼ାଉଛି ଫେକ୍ ନ୍ୟୁଜ୍ । ଗୁଜବ ରୋକିବାକୁ ଜନତାଙ୍କ  ଠାରୁ ଲୋଡିଲା ସାହାଯ୍ୟ । 

ମିଛ ଖବରର ପ୍ରଚାର ପ୍ରସାର ଏବେ ସବୁଠୁ ବଡ଼ ଚିନ୍ତାର ବିଷୟ ପାଲଟିଛି।

130

ସଂପ୍ରତି ହ୍ଵାଟସଆପ୍, ଫେସବୁକ ପରି ସୋସିଆଲ ମିଡିଆ ଯୋଗାଯୋଗର ବଳିଷ୍ଠ ମାଧ୍ୟମ ପାଲଟିଛି। ସୂଚନା ଓ ମନୋରଞ୍ଜନ ପାଇଁ ବେଶ୍ ଖୋରାକ୍ ଯୋଗାଉଥିବା ଏହି ସୋସିଆଲ ମିଡିଆର ଅପବ୍ୟବହାର ଏବେ ଘାତକ ପ୍ରମାଣିତ ହେଉଛି। ସାରା ବିଶ୍ୱରେ ବୃଦ୍ଧି ପାଉଥିବା ‘ଫେକ୍ ନିଉଜ ସିଣ୍ଡ୍ରୋମ୍’ ବା ମିଛ ଖବରର ପ୍ରଚାର ପ୍ରସାର ଏବେ ସବୁଠୁ ବଡ଼ ଚିନ୍ତାର ବିଷୟ ପାଲଟିଛି। ଏଥିରେ ରୋକ୍ ଲଗାଇବା ପାଇଁ ବିଭିନ୍ନ ରାଷ୍ଟ୍ରରେ କଡ଼ା ଆଇନ ବ୍ୟବସ୍ଥା କରାଯାଇଛି ଏବଂ ଭାରତରେ ମଧ୍ୟ ଏଥିପାଇଁ ପଦକ୍ଷେପ ନିଆଯାଇଛି ।

ଗୁଜବ ଆଉ ମିଛ ଖବରକୁ ହ୍ୱାଟସଆପରେ ପ୍ରସାରିତ ହେବାରୁ ଅଟକାଇବାରେ ସାହାଯ୍ୟ କରନ୍ତୁ ।

• ଏଭଳି ଖବରକୁ ଚିହ୍ନନ୍ତୁ, ଯାହା ମିଛ(ଫେକ୍) ହୋଇଥାଇପାରେ : ଏଭଳି ସଙ୍କେତକୁ ଯାଂଚ କରନ୍ତୁ, ଯାହା ଖବର ସତ କି ମିଛ ଜାଣିବାରେ ସାହାଯ୍ୟ କରିବ । ଉଦାହରଣ ସ୍ୱରୂପ, ଫରୱୋଡେଡ୍ ମେସେଜକୁ ଯାହାର କୌଣସି ଉତ୍ସ ନଥିବ, ପ୍ରମାଣ ନଥିବ ବା ଯାହା ଆପଣଙ୍କୁ ଉସୁକାଉଥିବ, ସଙ୍କେତ ହୋଇପାରେ ଯେ, ତାହା ସତ୍ୟ ନୁହେଁ । ଆପଣଙ୍କୁ ଭ୍ରମରେ ପକାଇବା ପାଇଁ ଫଟୋ, ଭିଡିଓ ଏବଂ ଭଏସ୍ ରେକର୍ଡିଙ୍ଗ ଗୁଡିକୁ ମଧ୍ୟ ଏଡିଟ୍ କରାଯାଇପାରିବ ।

• ଅନ୍ୟ ଉତ୍ସରୁ ସେଗୁଡିକୁ ଯାଂଚ କରନ୍ତୁ : ସତ୍ୟ ଜାଣିବା ପାଇଁ ଅନଲାଇନ୍ ସର୍ଚ୍ଚ କରନ୍ତୁ । ଏବଂ ନିର୍ଭରଯୋଗ୍ୟ ସମାଚାର ସାଇଟରୁ ଜାଣନ୍ତୁ ଯେ, ଏହି ଷ୍ଟୋରୀ କେଉଁଠୁ ଆସିଛି । ତଥାପି ସନ୍ଦେହ ରହିଲେ, ସତ୍ୟତା ଯାଂଚ କରୁଥିବା ୱେବସାଇଟ୍ସ, ଭରସାଯୋଗ୍ୟ ବ୍ୟକ୍ତି ବା କମ୍୍ୟୁନିଟିି ଲିଡରମାନଙ୍କ ଠାରୁ ଅଧିକ ଖବର ସଂଗ୍ରହ କରନ୍ତୁ ।

• ଗୁଜବ ବ୍ୟାପିବା ଅଟକାନ୍ତୁ : ଆପଣଙ୍କୁ କିଛି ଫେକ୍ ଲାଗୁଥିଲେ, ଲୋକଙ୍କୁ କୁହନ୍ତୁ ଯେ, ଖବର ସେୟାର କରିବା ଆଗରୁ ତାକୁ ଯାଂଚ କରନ୍ତୁ । ମେସେଜକୁ ଏଥିପାଇଁ ସେୟାର କରନ୍ତୁନି ଯେ କେହି ଆପଣଙ୍କୁ ସେୟାର କରିବାକୁ କହୁଛି, ସେ ଆପଣଙ୍କୁ ମିତ୍ର ହେଉ ପଛେ ।