ଭାରତର ଦ୍ରୁତଗାମୀ ଟ୍ରେନ୍ ‘ଟ୍ରେନ୍-୧୮’ କୁ ପଥର ମାଡ଼ : ଟ୍ରାଏଲ ସମୟରେ ପଥରମାଡ କଲେ ଦୁର୍ବୃତ୍ତ

176

ଭାରତର ଦ୍ରୁତଗାମୀ ଟ୍ରେନ୍ ‘ଟ୍ରେନ୍-୧୮’ର ଗତକାଲି ଜାତୀୟ ରାଜଧାନୀରେ ଟ୍ରାଏଲ୍ ଚାଲିଥିବାବେଳେ ଏହା ପଥର ମାଡ଼ର ଶିକାର ହୋଇଛି। ଏହି ନୂଆ ଟ୍ରେନଟି ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ଚାଲିବା ପୂର୍ବରୁ ଗତକାଲି କିଛି ଦୁର୍ବୃତ୍ତ ଟ୍ରେନର ଟ୍ରାଏଲ୍ ସମୟରେ ପଥର ମାଡ଼ କରିଥିଲେ।

ଏହି ଘଟଣାରେ କେହି ଆହତ ହୋଇନଥିବା ସୂଚନା ମିଳିଛି । ଏବଂ କାହାକୁ ଗିରଫ ମଧ୍ୟ କରାଯାଇପାରିନାହିଁ । ଏହି ଘଟଣା ଟ୍ରେନ୍ ଶକୁରବସ୍ତୀରୁ ବହାରିବା ପରେ ଘଟିଛି । ଟ୍ରେନକୁ ନୂଆଦିଲ୍ଲୀ ରେଲୱେ ଷ୍ଟେସନକୁ ପହଂଚିବାକୁ ଥିଲା, ଯେଉଁଠି ସେ ଟ୍ରେନ୍ ଆହ୍ଲାବାଦ୍ ପର୍ଯ୍ୟନ୍ତ ନିଜ ଅଭ୍ୟାସ ପରିଚାଳନା କରିଥାନ୍ତା । ରେଳବାଇ ସୁରକ୍ଷାବଳର କର୍ମୀ ଟ୍ରେନର ସୁରକ୍ଷା କରୁଥିଲେ । ଉତ୍ତର ରେଳବାଇର ଜଣେ ଅଧିକାରୀ କହିଛନ୍ତି କି, ଦିଲ୍ଲୀ ରେଲୱେ ଷ୍ଟେସନ ପହଂଚିବା ପରେ ସୁରକ୍ଷା ଦଳ ଟ୍ରେନରେ ପଥରମାଡ ହୋଇଥିବାର ସୂଚନା ଦେଇଥିଲେ ।