ପ୍ରସ୍ତୁତି ପରେ କିଛି ଏଭଳି ଦେଖାଯିବ ଶ୍ରୀରାମ ମନ୍ଦିର ! ମନ୍ଦିର ପ୍ରସ୍ତୁତି ପାଇଁ ଚିହ୍ନଟ କରାଗଲା ପଥର ଏବଂ ଇଟା । ଦେଖନ୍ତୁ ଫଟୋ

209

ଅଯୋଧ୍ୟାର କାରସେବକପୁରମ୍ ଜନ୍ମଭୂମି ଦ୍ୱାରା ସଂଚାଳିତ କାର୍ଯ୍ୟଶାଳାରେ ମନ୍ଦିର ତୋଳା କାମର ଗତି କମିଯାଇଛି । କାରିଗର ,ଶିଳ୍ପକାର ଏବଂ ଅନ୍ୟ କର୍ମୀଙ୍କ କାମ ନକରିବା କାରଣରୁ ମନ୍ଦିର ତୋଳା କାମ ଅଧାରେ ଅଟକି ରହିଛି । ଯାହାର ବିବରଣୀ ୧୯୯୦ ମସିହାରେ ମନ୍ଦିର ନିର୍ମାଣ ପାଇଁ ଚୟନ ହୋଇଥିବା କାର୍ଯ୍ୟଶାଳାର ପ୍ରଭାରୀ ଦେଇଛନ୍ତି । ଶ୍ରୀରାମ ମନ୍ଦିର କିଭଳି ଡିଜାଇନରେ ପ୍ରସ୍ତୁତ ହେବ ଏହା ପୂର୍ବରୁ ହିିଁ ଚୟନ ହୋଇଥିଲା । ଯେଉଁଥିପାଇଁ ମନ୍ଦିରର ଏକ ନମୂନା ବି ରଖାଯାଇଛି । ମନ୍ଦିର ନିର୍ମାଣ ପାଇଁ ପଥର ଏବଂ ଇଟାର ମଧ୍ୟ ଚୟନ କରାଯାଇଛି ।

ସୁପ୍ରିମକୋର୍ଟରୁ ସବୁଜ ସଂକେତ ମିଳିବା ପରେ କାମ ଜୋରସୋରରେ ଆରମ୍ଭ ହେବ ବୋଲି ପ୍ରହରୀ କହିଛନ୍ତି । ତେବେ ନିର୍ମାଣ ହେବାକୁ ଥିବା ମନ୍ଦିର ୨୬୮ ଫୁଟ ଲମ୍ବା,୧୪୦ ଫୁଟ୍ ଚଉଡା ଏବଂ ସମ୍ପୁର୍ଣ୍ଣ ମନ୍ଦିରର ଉଚ୍ଚତା ୧୨୮ ଫୁଟ୍ ହେବ । ପ୍ରତ୍ୟେକ ସ୍ଥଳରେ ୧୦୬ ଟି ଖମ୍ବ ଏବଂ ୧୬ ଟି ମୂର୍ତ୍ତି ରହିବ । ତେବେ କାରିଗର ପୂର୍ବରୁ ଏଥିପାଇଁ ପ୍ରସ୍ତୁତି କରିଛନ୍ତି ଅପେକ୍ଷା ରହିଛି ତ କେପବଳ ସୁପ୍ରିମକୋର୍ଟଙ୍କ ଆଦେଶକୁ ।

ବର୍ତ୍ତମାନ ମନ୍ଦିରର ପୂର୍ବ ନିର୍ମାଣ କାମ ଶ୍ରଦ୍ଧାଳୁଙ୍କ ବ୍ୟକ୍ତିଗତ ଦାନରେ ଚାଲୁଛି । ଦୁଇଜଣ ଶିଳ୍ପକାର ଏବଂ କିଛି ଶ୍ରମିକଙ୍କ ପରିଶ୍ରମରେ ମନ୍ଦିରର ବଳକା କାମକୁ ସମ୍ପୁର୍ଣ୍ଣ କରାଯାଉଛି । ୧୯୯୦ ମସିହାରେ ୧୫୦ ସଂଖ୍ୟାରେ ଶ୍ରମିକ କାମ କରୁଥିବା ବେଳେ ଏବେ ମାତ୍ର ୧୦ ରୁ ୧୨ ଜଣ ଶ୍ରମିକ କାମ ପାଇଁ ଆସୁଛନ୍ତି । ସକାଳ ୭ ରୁ ସନ୍ଧ୍ୟା ୫ ଟା ପର୍ଯ୍ୟନ୍ତ ମନ୍ଦିରର ବଳକା କାମ ଚାଲୁଥିବାବେଳେ କେବଳ ଅମାବାସ୍ୟା ତିଥିରେ କାମ ବନ୍ଦ ହୁଏ ।