ଜମ୍ମୁକଶ୍ମୀର ରାଜରାସ୍ତାରେ ହିଂସା : ଇଦ୍-ଉଲ୍-ଜୁହାରେ ପୁଣି ଫେରିଲା ପଥର ମାଡ, ବିଚ୍ଛିନ୍ନତାବାଦୀ ଉଡାଇଲେ ଆଇଏସ ଓ ପାକିସ୍ତାନ ପତାକା

46

କନକ ବ୍ୟୁରୋ : ଆଜି ସାରା ଦେଶରେ ପାଳନ କରାଯାଉଛି ଇଦ-ଉଲ-ଜୁହା । ଆଉ ଏହି ସମୟରେ କାଶ୍ମୀର ଘାଟି ପୁଣି ଅଶାନ୍ତ ହୋଇଛି । ଅନନ୍ତନାଗରେ ସୁରକ୍ଷା କର୍ମୀଙ୍କ ଉପରକୁ ପଥରମାଡ କରିଛନ୍ତି ଅସାମାଜିକ ତତ୍ୱ । ଫଳରେ ଅଶାନ୍ତ ଲୋକଙ୍କୁ ଶାନ୍ତ କରିବାକୁ ସୁରକ୍ଷା କର୍ମୀଙ୍କୁ ବଳ ପ୍ରୟୋଗ କରିବାକୁ ପଡିଛି । ଶ୍ରୀନଗରରେ ବକରଦିରେ ପୂରା ଘାଟିରେ ପ୍ରଦର୍ଶନ କରାଯିବା ସହ ବିଚ୍ଛିନ୍ନତାବାଦୀ ସମର୍ଥକ ଅଶାନ୍ତି ସୃଷ୍ଟି କରିଛନ୍ତି । ନମାଜ ପାଠ ପରେ ପୋଲିସ ଓ ବିଚ୍ଛନ୍ନତାବାଦୀ ସମର୍ଥକଙ୍କ ମଧ୍ୟରେ ସଂଘର୍ଷ ହୋଇଛି । ବିକ୍ଷୋଭକାରୀମାନେ ପାକିସ୍ତାନ ଓ ଆଇଏଇଆଏସର ପତାକା ପ୍ରଦର୍ଶନ କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତିା ଜାମ୍ମୁ-କାଶ୍ମୀର ବର୍ତମାନ ରାଷ୍ଟ୍ରପତି ଶାସନ ଅଧିନରେ ରହିଛି । ଗତକାଲି ହିଁ ସତପାଲ ମଲ୍ଲିକଙ୍କୁ ରାଜ୍ୟର ନୂଆ ରାଜ୍ୟପାଳ ଭାବେ ନିଯୁକ୍ତ ହୋଇଛନ୍ତି ।

ସେପଟେ ଆଜି ସାରା ଦେଶରେ ପାଳନ ହେଉଛି ଇଦ-ଉଲ-ଜୁହା । ତ୍ୟାଗ ଓ ବଳିଦାନର ପର୍ବ ଇଦ୍-ଉଲ୍-ଜୁହା । ସମୂହ ନମାଜ ପାଠ ପାଇଁ ସକାଳୁ ସକାଳୁ ସବୁ ମସଜିଦ୍ ଓ ଇଦଗା ଚଳଚଂଚଳ ହୋଇଛି । ଇଦ୍-ଉଲ୍-ଜୁହା ଅବସରରେ ସମୂହ ନମାଜ ପାଠ ପରେ ପରସ୍ପରକୁ ଇଦ୍ ଶୁଭେଛା ଜଣାଇଛନ୍ତି । ଇଦ୍-ଉଲ୍-ଜୁହା ୩ଦିନ ପର୍ଯ୍ୟନ୍ତ ପାଳନ କରାଯାଏ ।