ବାଟୋଇଙ୍କ ପାଇଁ ବିପଦ ରାଜପଥ ! ଜାତୀୟ ରାଜପଥରୁ ଧସୁଛି ମାଟି, ଲୋକ ଆତଙ୍କରେ ଥିବା ବେଳେ ଚୁପ୍ ବସିଛି ବିଭାଗ ।

22

କନକ ବ୍ୟୁରୋ : ପଥଚାରିଙ୍କ ପାଇଁ ବିପଦ ପାଲଟିଛି ଜାତୀୟ ରାଜପଥ । ସମ୍ବଲପୁର ସହରରୁ ବୁର୍ଲାକୁ ସଂଯୋଗ କରୁଥିବା ରାଜପଥ ଲକ୍ଷ୍ମୀ ଡୁଙ୍ଗୁରୀରୁ ବାରମ୍ବାର ମାଟି ଅତଡା ଓ ପଥର ଧସି ଯାତ୍ରୀଙ୍କ ପାଇଁ ବିପଦ ସୃଷ୍ଟି କରୁଛି । ଲୋକ ଆତଙ୍କରେ ଯିବା ଆସିବା କରୁଥିବା ବେଳେ ପ୍ରତିକାର କରିବ କରିବ କହି ଚୁପ୍ ବସିଛି ବିଭାଗ ।

ବାଟୋଇଙ୍କ ପାଇଁ ବିପଦ ‘ରାଜପଥ‘ । ରାଜପଥ କଡରୁ ଧସୁଛି ମାଟି ଅତଡା । ବେଳେ ବେଳେ ପଥର ମଧ୍ୟ ଧସୁଛି । ଫଳରେ  ସମ୍ବଲପୁର ସହରରୁ ବୁର୍ଲାକୁ ସଂଯୋଗ କରୁଥିବା ରାଜପଥ ବାଟୋଇଙ୍କ ପାଇଁ ବିପଦ ପାଲିଟିଛି । ଏନ୍.ଏଚ୍.ଆଇ ତରଫରୁ ସମ୍ବଲପୁରରୁ ଲୁହୁରାଚଟି ପର୍ଯ୍ୟନ୍ତ ନିର୍ମାଣ କରାଯାଇଥିବା ରାଜପଥ ଏବେ ବିପଦପୂର୍ଣ୍ଣ  । ସମ୍ବଲପୁର ଲକ୍ଷ୍ମୀଡୁଙ୍ଗୁରୀଠାରେ ବର୍ଷା ଦିନେ ମାଟି ଅତଡା ଓ ପଥର ଧସୁଛି । ଫଳରେ ଗୋଟିଏ ରାସ୍ତାକୁ ବନ୍ଦ କରି ଅନ୍ୟ ରାସ୍ତାରେ ଯାତାୟତ ପାଇଁ ବାଇପାସ୍ କରାଯାଇଛି ।

ରାଜପଥଟି ବୁର୍ଲା ମେଡିକାଲକୁ ସଂଯୋଗ କରୁଥିବା ବେଳେ ପ୍ରତ୍ୟେକ ଦିନ ଶହଶହ ଗାଡି ରୋଗୀଙ୍କୁ ନେଇ ଯା’ଆସ କରିଥାଏ । ଦୀର୍ଘବର୍ଷ ହେବ ଲକ୍ଷ୍ମୀଡୁଙ୍ଗୁରୀରୁ ମାଟି ଅତଡା ଧସୁଥିବା ବେଳେ ସମ୍ପୃକ୍ତ ଠିକାଦାର ବର୍ଷା ସରିଲେ ରାସ୍ତାରୁ ମାଟି କାଢିଦେଇ ଚୁପ୍ ବସି ପଡୁଥିବା ଅଭିଯୋଗ ବୋଇଛି  । ତେବେ ଗତ ଦୁଇ ବର୍ଷ ଭିତରେ ଏଠାରେ ୫ରୁ ଅଧିକ ଦୁର୍ଘଟଣା ହୋଇଥିବା ବେଳେ  ତିନି ଜଣଙ୍କର ମୃତ୍ୟୁ ହୋଇଛି  ।

ରାଜପଥ ନିର୍ମାଣ ଆଗରୁ ଲକ୍ଷ୍ମୀଡୁଙ୍ଗୁରୀରୁ ଏଭଳି ପଥର ଖସୁଥିବା ବେଳେ ରାସ୍ତା ନିର୍ମାଣ ପାଇଁ ସର୍ଭେ ସମୟରେ ଏନେଇ ବିଭାଗ କିପରି ଜାଣିପାରିଲା ନାହିଁ ତାକୁ ନେଇ ଏବେ ପ୍ରଶ୍ନ ଉଠୁଛି  । ଲକ୍ଷ୍ମୀଡୁଙ୍ଗୁରୀରେ ଏକ ଟର୍ଣ୍ଣେଲ୍ ନିର୍ମାଣ କରାଯିବାର ଯୋଜନା କରାଯାଉଥିବା ବିଭାଗ କହୁଥିବା ବେଳେ କେବେ ନିର୍ମାଣ ହେବ ତାହା ଏବେ ସବୁଠାରୁ ବଡ ପ୍ରଶ୍ନ  । ଠିକା ସଂସ୍ଥା ଓ ବିଭାଗର ଦୁରଦୃଷ୍ଟି ଅଭାବରୁ ଏଭଳି ଘଟଣା ଘଟୁଛି ।