୧୫ ବର୍ଷ ଗର୍ଭବତୀ ରହିବା ପରେ ମଧ୍ୟ ଜାଣି ପାରିଲେନି ମହିଳା ! ଜନ୍ମ ନେଲା ‘ଷ୍ଟୋନ ବେବି’

36

ଜନ୍ମ ନେଲା ଷ୍ଟୋନ ବେବି । ଏଭଳି ଏକ ଆଶ୍ଚଯ୍ୟଜନକ ଘଟଣା ମହାରାଷ୍ଟ୍ରର ନାଗପୁରରେ ଦେଖିବାକୁ ମିଳିଛି । ଜଣେ ମହିଳା ୧୫ ବର୍ଷ ଗର୍ଭବତୀ ରହିବା ପରେ ଏହି ଷ୍ଟୋନ ବେବିଙ୍କୁ ଜନ୍ମ ଦେଇଛନ୍ତି । ସବୁଠାରୁ ଆଶ୍ଚଯ୍ୟ କଥା ହେଲା ମହିଳା ଜଣକ ୧୫ ବର୍ଷ ଗର୍ଭବତୀ ରହିଥିଲେ ସୁଦ୍ଧା ଏବିଷୟରେ ଟିକିଏ ବି ଜାଣି ପାରି ନଥିଲେ ।

woman-1284353_960_720କିଛି ଲୋକଙ୍କ କହିବା ଅନୁଯାୟୀ, ଦୀର୍ଘ ୧୫ ବର୍ଷ ଧରି ମହିଳାଙ୍କ ପେଟରେ ଶିଶୁଟି ବଢିଚାଲିଥିଲା । ଯାହାଫଳରେ ପେଟରେ ପ୍ରବଳ ଯନ୍ତ୍ରଣା ହେଉଥିଲା । ତେବେ ଏହାକୁ ହାଲକାରେ ନେଇଥିଲେ ମହିଳା । ଗ୍ୟାସ ଯୋଗୁଁ ଏପରି ହେଉଥିବା ଭାବି ମହିଳା ଜଣଙ୍କ ଔଷଧ ଖାଇବା ପରେ ଯନ୍ତ୍ରଣା କିଛି ମାତ୍ରାରେ ଉପଶମ ହେଉଥିଲା । ତେବେ ଦିନ ବଢିବା ସହ ଯନ୍ତ୍ରଣା ମଧ୍ୟ ବଢିଲା । ଏହାପରେ ଡାକ୍ତରଙ୍କ ଏ ବିଷୟରେ ଅବଗତ କରିବା ପରେ ମହିଳା ଜଣଙ୍କର ସିଟିସ୍କାନ ହୋଇଥିଲା । ସିଟିସ୍କାନ ରିପୋର୍ଟରେ ଯାହା ସାମ୍ନାକୁ ଆସିଲା ତାହା ଦେଖି ମହିଳା ଜଣଙ୍କ ମଧ୍ୟ ଆଶ୍ଚଯ୍ୟ ହୋଇଯାଇଥିଲେ । କାରଣ ପେଟ ଭିତରେ ପଥର ଭଳି ଏକ ବଡ ଜିନିଷ ରହିଥିବାର ଜଣା ପଡିଥିଲା ।

ଏହାପରେ ଡାକ୍ତରଙ୍କ ପରାମର୍ଶକ୍ରମେ ମହିଳାଙ୍କର ଲାପ୍ରୋସ୍କୋପି କରାଯାଇଥିଲା । ଯାହାଦ୍ୱାରା ସମ୍ପୂର୍ଣ୍ଣ ସତ୍ୟ ସାମ୍ନାକୁ ଆସିଥିଲା । ପେଟ ଭିତରେ ପଥର ନୁହେଁ ଏକ ଶିଶୁ ରହିଥିବା ଜଣା ପଡିଥିଲା । ପରେ ଏହାକୁ ଅପରେସନ କରି ଶିଶୁଟିକୁ ବାହାର କରାଯାଇଥିଲା । ତେବେ ଶିଶୁଟି ସମ୍ପୂର୍ଣ୍ଣ ଭାବେ ପଥର ପାଲଟି ଯାଇଥିଲା । ଯାହାକୁ ମେଡିକାଲ ଭାଷାରେ ଷ୍ଟୋନ ବେବି କୁହାଯାଏ ।

ତେବେ ଅପରେସନ ସରିବା ପରେ ଏହି ଷ୍ଟୋନ ବେବିର ରହସ୍ୟ ଉପରୁ ପରଦା ଉଠିଥିଲା । ୧୯୯୯ ମସିହାରେ ମହିଳାଙ୍କର ବିବାହ ହୋଇଥିଲା । ୨୦୦୦ ମସିହାରେ ମହିଳା ଜଣଙ୍କ ପ୍ରଥମ ସନ୍ତାନକୁ ଜନ୍ମ ଦେଇଥିଲେ । ତେବେ ୨୦୦୨ ମସିହାରେ ମହିଳା ଜଣଙ୍କ ଯେତେବେଳେ ପୁର୍ନବାର ଗର୍ଭବତୀ ହେଲେ ସେତେବେଳେ ଗର୍ଭନଷ୍ଟ କରିଥିଲେ ମହିଳା । ତେବେ ଗର୍ଭପାତ ଠିକ୍ ଭାବରେ ହୋଇ ନଥିବାରୁ ଶିଶୁଟିର କିଛି ଅଂଶ ପେଟ ଭିତରେ ରହିଯାଇଥିଲା । ପରେ ଏହି ଅଂଶଟି ପେଟରେ ବଢିବା ସହ ଯନ୍ତ୍ରଣା ଦେଉଥିଲା ।