ଗାଡ଼ି ଚାଳକଙ୍କ ପାଇଁ ଖୁସିଖବର ! ଏଣିକି ଚୋରି ହୋଇଥିବା ଗାଡ଼ିର ସୂଚନା ଦେବ ହମ ଢୁଣ୍ଡେ ଡିଭାଇସ, ଜାଣନ୍ତୁ ଆଉ କଣ ରହିଛି ଫିଚର୍ସ

35

ଆଜିକାଲି ଗାଡି ଚୋରି ହେବା ନିତି ଦିନର ଘଟଣା ହୋଇଗଲାଣି । ସେ କାର ହେଉ ଅବା ବାଇକ ଚୋରମାନେ ଖୁବ ସହଜରେ ଗାଡି ଚୋରି କରିନେଇ ପଳାଉଛନ୍ତି । ହିମାଚଳ ପ୍ରଦେଶରେ ପ୍ରତି ବର୍ଷ ଶହ ଶହ ଟ୍ରକ ଚୋରିହେବାର ଅଭିଯୋଗ ହୋଇଥାଏ । କିନ୍ତୁ ଗାଡି ମିଳିପାରେ ନାହିଁ । ତେଣୁ ଏହାକୁ ଦୃଷ୍ଟିରେ ରଖି ଏପରି ଏକ ଡିଭାଇସ ବାହାର କରାଯାଇଛି ଯାହାଦ୍ୱାରା ଗାଡି ଚୋରିକୁ ରୋକାଯାଇପାରିବ ।

ଏହି ଡିଭାଇସ ନାମ ହେଉଛି “ହମ ଢୁଣ୍ଡେ” । ଏହି ଡିଭାଇସ ମୋବାଇଲ ସହ ସଂଯୋଗ ହୋଇ ରହିଥାଏ । ଗାଡି ଚୋରି ହେବା ମାତ୍ରେ ମୋବାଇଲ ଦ୍ୱାରା ଗାଡିର ଲୋକେସନ ଜଣାପଡିଥାଏ । ଏହା ସହିତ ଘରେ ବସି ମୋବାଇଲ ସାହାଯ୍ୟରେ ଗାଡିର ଇଂଜିନକୁ ବନ୍ଦ ମଧ୍ୟ କରିହେବ । ଏହି ଡିଭାଇସ ସାହାଯ୍ୟରେ ଗାଡିର ଲୋକେସନ ସୂଚନା ମିଳପାରିବ । ଏହି ସୂଚନାକୁ ଆଧାର କରି ଗାଡିର ମାଲିକ ପୁଲିସକୁ ଖବର କରି ଗାଡିକୁ ଫେରି ପାଇ ପାରିବ । “ହମ ଢୁଣ୍ଡେ” ଡିଭାଇସର ଦାମ ୧୦୦୦ ଟଙ୍କାରୁ ଆରମ୍ଭ କରି ୩୦୦୦ ଟଙ୍କା ପର୍ଯ୍ୟନ୍ତ ରହିଛି । ଏହି ଡିଭାଇସକୁ ଦୁଇ ଚିକଆ ଯାନ ଠାରୁ ଆରମ୍ଭ କରି ସମସ୍ତ ପ୍ରକାର ଟ୍ରକରେ ଲଗାଯାଇ ପାରିବ ।