ଷ୍ଟକ୍ ମାକେର୍ଟକୁ ଦୋହଲାଇ ଦେଲା ବଜେଟ ଝଡ ! ଗୋଟିଏ ଦିନରେ ୫ ଲକ୍ଷ କୋଟିର କ୍ଷତି, ମୁଣ୍ଡରେ ହାତ ଦେଲେ ସେୟାର ବଜାର ନିବେଶକ

36

କନକ ବ୍ୟୁରୋ : ଗୋଟିଏ ଦିନରେ ନିବେଶକ ହରାଇଛନ୍ତି ୫ ଲକ୍ଷ କୋଟି ଟଙ୍କା । ବଜେଟର ମାଡ଼ ପଡିଛି ସେୟାର ବଜାର ଉପରେ । ଦୀର୍ଘମିଆଦୀ କ୍ୟାପିଟାଲ୍ ଗେନ୍ ଉପରେ ୧୦ ପ୍ରତିଶତ ଟିକସ ଘୋଷଣା ପରେ ହଇଚଇ ଖେଳିଯାଇଛି ସେୟାର ମାର୍କେଟରେ । ସେହିପରି ନିର୍ବାଚନ ପୂର୍ବରୁ ବିଭିନ୍ନ ସାମାଜିକ କ୍ଷେତ୍ରକୁ ମୋଦି ସରକାରଙ୍କ ବ୍ୟୟବରାଦ ମଧ୍ୟ ସେୟାର ବଜାରରେ ଦ୍ୱନ୍ଦ୍ୱ ସୃଷ୍ଟି କରିଥିଲା । ଆଜି ମୁମ୍ବାଇ ଷ୍ଟକ୍ ଏକସଚେଂଜରେ କାରବାର ଆରମ୍ଭ ମାତ୍ରେ ସେୟାର ବିକ୍ରି କରିବା ଆରମ୍ଭ କରିଥିଲେ ନିବେଶକ । କାରବାର ଶେଷ ବେଳକୁ ଷ୍ଟକ୍ ବଜାରରୁ ଖାଲି ହୋଇଯାଇଥିଲା ୫ ଲକ୍ଷ କୋଟି ।

A broker reacts while trading at his computer terminal at a stock brokerage firm in Mumbaiବଜେଟ୍ ଆସିଲା, ସେୟାର ବଜାର ଖସିଲା । ଜେଟଲୀଙ୍କ ବଜେଟକୁ ସିଧାସଳଖ ପ୍ରତ୍ୟାଖ୍ୟାନ କରିଛି ଦଲାଲ୍ ଷ୍ଟ୍ରିଟ୍ । ଶୁକ୍ରବାର ଦିନ ମୁମ୍ବାଇ ଷ୍ଟକ ଏକସଚେଂଜରେ ଝଡ଼ ବହିଛି । ପଂଜିକୃତ କଂପାନୀଙ୍କ ମୋଟ ୧୫୩ ଲକ୍ଷ କୋଟି ଟଙ୍କାର ପୁଂଜିବଜାର ଗୋଟିଏ ଦିନରେ ପ୍ରାୟ ୪ ଲକ୍ଷ ୭୦ ହଜାର କୋଟି ଟଙ୍କାର ପୁଂଜି ହରାଇଛି । ୨୫୦୦ରୁ ଅଧିକ କଂପାନୀ କ୍ଷତି ସହିଥିବା ବେଳେ ମାତ୍ର ୩୦୦ କଂପାନୀର ସେୟାରରେ ବୃଦ୍ଧି ଘଟିଛି । ଛୋଟ ଓ ମଧ୍ୟମ ଧରଣର କଂପାନୀଗୁଡିକୁ ଅଧିକ କ୍ଷତି ସହିବାକୁ ପଡିଛି । ସୋମବାର ଦିନ ମଧ୍ୟ ସେୟାର ବଜାରରେ ଅନୁରୂପ କ୍ଷତି ଘଟିବା ଆକଳନ କରିଛନ୍ତି ବଜାର ବିଶେଷଜ୍ଞ ।

People walk outside the Mumbai Stock Exchange buildingସେନସେକସରେ ୮୩୯.୯୧ ପଏଂଟ୍ ଅର୍ଥାତ୍ ୨.୩୪ ପ୍ରତିଶତ ହ୍ରାସ ଘଟିଛି । ଶୁକ୍ରବାର କାରବାରର ଶେଷ ବେଳକୁ ସେନସେକସ ୩୫,୦୬୬ ପଏଂଟକୁ ଖସି ଆସିଛି । ସେପଟେ ନିଫ୍ଟି ୨୫୬.୩୦ ପଏଂଟ ଅର୍ଥାତ ୨.୩୩ ପ୍ରତିଶତ ହ୍ରାସ ପାଇଛି । ୧୦, ୭୬୦ ପଏଂଟକୁ ଖସିଆସିଛି ନିଫ୍ଟି । ତେବେ ସବୁଠୁ ବେଶୀ କ୍ଷତି ସହିଛନ୍ତି ମିଡ୍ କ୍ୟାପ୍ ଓ ସ୍ମଲ୍ କ୍ୟାପରେ କରିଥିବା ନିବେଶକ । କାରଣ ପାଖାପାଖି ୪ ପ୍ରତିଶତ ହୋଇଛି ସେମାନଙ୍କ କ୍ଷତି । ଯଦି ଏହିସବୁ ଷ୍ଟକରେ ଆପଣ ୫ ଲକ୍ଷ ନିବେଶ କରିଛନ୍ତି, ତେବେ ଗୋଟିଏ ଦିନରେ ହରାଇଛନ୍ତି ୨୦ ହଜାର ଟଙ୍କା । ୧୦ ଲକ୍ଷ ଟଙ୍କାର ନିବେଶକ ହରାଇଛନ୍ତି ୪୦ ହଜାର ଟଙ୍କା । ୧ କୋଟି ଟଙ୍କା ସେୟାର ମାର୍କେଟରେ ନିବେଶ କରିଥିଲେ ୪ ଲକ୍ଷ ଟଙ୍କା ହରାଇଛନ୍ତି ଗୋଟିଏ ଦିନରେ ।

ମାର୍କେଟ୍ ଏକ୍ସପର୍ଟଙ୍କ ମତରେ ବଜେଟରେ ଦୀର୍ଘ ମିଆଦୀ ନିବେଶର ଲାଭାଂଶ ଉପରେ ୧୦ ପ୍ରତିଶତ ଟିକସ ବସାଇବା ପରେ ସେୟାର ବଜାର ଉପରେ ମୁହଁ ଫେରାଇ ନେଇଛନ୍ତି ନିବେଶକ । ସେହିପରି ବିତ୍ତୀୟ ନିଅଂଟ ବୃଦ୍ଧି, ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି, ସରକାରଙ୍କ ଜାତୀୟ ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନା ଘୋଷଣା ପରେ ଉପୁଜିଥିବା ଦ୍ୱନ୍ଦ୍ୱ ଯୋଗୁଁ ପ୍ରଭାବିତ ହୋଇଛି ସେୟାର ବଜାର ।