ଅଷ୍ଟ୍ରେଲିଆକୁ ବଡ ଝଟକା ! ବଲ ଟାମ୍ପରିଂ କରିବା ପଡିଲା ମହଙ୍ଗା, ଅଧିନାୟକ ପଦରୁ ବିଦା ହେଲେ ସ୍ମିଥ ।

47

ବଲ୍ ଟାମ୍ପରିଂ ବିବାଦ ପରେ ଅଷ୍ଟ୍ରେଲିଆ ଦଳର ଅଧିନାୟକ ପଦ ଛାଡିଲେ ଷ୍ଟିଭ୍ ସ୍ମିଥ । ଏହା ସହ ଡେଭିଡ ୱାର୍ନର ମଧ୍ୟ ଦଳର ଉପଅଧିନାୟକ ପଦ ଛାଡିଛନ୍ତି । ତେବେ ବର୍ତ୍ତମାନ ପାଇଁ ଅଷ୍ଟ୍ରେଲିଆର ୱିକେଟକିପର ବ୍ୟାଟ୍ସମ୍ୟାନ ଟିମ୍ ପେନ ଙ୍କୁ କାମଚଳା ଭାବେ ଅଧିନାୟକ ପଦ ଦିଆଯାଇଛି । କେପଟାଉନ ଟେଷ୍ଟର ଚତୁର୍ଥ ଦିନ ମ୍ୟାଚ ପୂର୍ବରୁ ଏହି ଖବର ଆସିଛି । ଏହା ସହ ୩୩ବର୍ଷୀୟ ଟିମ୍ ପେନ ଅଷ୍ଟ୍ରେଲିଆର ୪୬ତମ ଟେଷ୍ଟ ଅଧିନାୟକ ହୋଇଛନ୍ତି ।

ଉଲ୍ଲେଖନୀୟ, କେପଟାଉନରେ ଦକ୍ଷିଣଆଫ୍ରିକା ବିରୋଧରେ ତୃତୀୟ ଟେଷ୍ଟ ମ୍ୟାଚର ତୃତୀୟ ଦିନରେ ଅଷ୍ଟ୍ରେଲିଆର ଓପନର କେମରନ୍ ବେନକ୍ରାଫ୍ଟ ବଲ ଟାମ୍ପରିଂ କରୁଥିବା ବେଳେ ଧରାପଡିଥିଲେ । ମ୍ୟାଚ ଚାଲିଥିବା ସମୟରେ ବେନକ୍ରାଫ୍ଟ ନିଜ ଟ୍ରାଉଜରରୁ ଏକ ହଳଦିଆ ରଙ୍ଗର ବସ୍ତୁ କାଢୁଥିବାର ଦେଖା ଯାଇଥିଲା । ଏହି ଘଟଣା ପରେ ଏକ ସାମ୍ବାଦିକ ସମ୍ମିଳନୀରେ ଅଷ୍ଟ୍ରେଲିଆ ଅଧିନାୟକ ଷ୍ଟିଭ ସ୍ମିଥ୍ ବଲ ଟାମ୍ପରିଂ କରାଯାଇଥିବା ଘଟଣାକୁ ସ୍ୱୀକାର କରିଥିଲେ ।

ଏହି ଘଟଣାର କିଛି ଘଣ୍ଟା ପରେ ଅଷ୍ଟ୍ରେଲିଆ ସରକାର ସ୍ମିଥଙ୍କୁ ଅଧିନାୟକ ପଦରୁ ହଟାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ । କ୍ରିକ୍ ଇନଫୋ ରିପୋର୍ଟ ଅନୁସାରେ, ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ମେଲକମ୍ ଟର୍ନବୁଲ ମଧ୍ୟ ଏହି ଘଟଣାକୁ ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଏବଂ ନିରାଶଜନକ ବୋଲି କହିଥିଲେ । ଏହି ଘଟଣାରେ ସେ ନିରାଶ ହୋଇଥିବା କହିଥିଲେ । ଏହା ବିଶ୍ୱାସର ଅତ୍ୟନ୍ତ ବାହାରେ ଯେ, ଅଷ୍ଟ୍ରେଲିଆ କ୍ରିକେଟ ଟିମ୍ ଏହି ଫ୍ରଡରେ ସାମିଲ ଅଛି ।

ଟର୍ନବୁଲ କହିଛନ୍ତି, ଏହି ଘଟଣା ସମଗ୍ର ଦେଶ ପାଇଁ ଲଜ୍ଜାଜନକ । ଏହା ସମ୍ପୂର୍ଣ୍ଣ ଭୁଲ ଅଟେ । ଏହି ଘଟଣାରେ କ୍ରିକେଟ ଅଷ୍ଟ୍ରେଲିଆ ଦ୍ୱାରା ଖୁବ ଶୀଘ୍ର ନିର୍ଣ୍ଣାୟକ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ ଆଶା ପ୍ରକଟ କରିଥିବା ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ କହିଥିଲେ ।

ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ମେଲକମ୍ ଟର୍ନବୁଲ, ସ୍ମିଥଙ୍କର ଏହି ଘଟଣାରେ ଦୁଃଖ ପ୍ରକାଶ କରିଥିଲେ । ଏହି ଘଟଣାକୁ ନେଇ ସେ କ୍ରିକେଟ ଅଷ୍ଟ୍ରେଲିଆର ଚେୟାରମ୍ୟାନ ଡେଭିଡ ପୀବରଙ୍କ ସହ ଆଲୋଚନା କରିଥିଲେ । ଏବଂ ଏହି ଘଟଣାରେ ସମ୍ପୃକ୍ତ ଅଷ୍ଟ୍ରେଲିଆ ଖେଳାଳୀଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ନେବା ପାଇଁ ମଧ୍ୟ କହିଥିଲେ ।

ସୂଚନାଅନୁଯାୟୀ, ମ୍ୟାଚ ଚାଲିଥିବା ସମୟରେ ବେନକ୍ରାଫ୍ଟ ନିଜ ଟ୍ରାଉଜରରୁ ଏକ ହଳଦିଆ ରଙ୍ଗର ବସ୍ତୁ କାଢୁଥିବାର ଦେଖା ଯାଇଥିଲା । ଏହା ପରେ ଅମ୍ପାୟାର ତାଙ୍କୁ ସେହି ହଳଦିଆ ରଙ୍ଗର ବସ୍ତୁ ବିଷୟରେ ପଚାରିଥିଲେ । ଭିଡିଓରେ ଦେଖାଯାଇଥିଲା ଯେ, ବେନକ୍ରାଫ୍ଟ ବଲରେ କିଛି ଲଗାଉଛନ୍ତି ଏବଂ ପୁଣି ଥରେ ତାକୁ ନିଜ ପକେଟରେ ରଖି ଦେଉଛନ୍ତି । ତେବେ ତାହା ଏକ ହଳଦିଆ ରଙ୍ଗର ଟେପ୍ ଥିଲା ବୋଲି ବେନକ୍ରାଫ୍ଟ ସ୍ୱୀକାର କରିଛନ୍ତି ।

ଏଥିପାଇଁ ଅଷ୍ଟ୍ରେଲିଆର ଅଧିନାୟକ ଷ୍ଟିଭ ସ୍ମିଥ ମଧ୍ୟ କ୍ଷମା ପ୍ରାର୍ଥନା କରିଛନ୍ତି । ସେ କହିଛନ୍ତି, ଆମେ ଏହି ବିଷୟରେ କଥା ହୋଇଥିଲୁ ଏବଂ ଭାବିଥିଲୁ ଯେ ଏଥିରୁ ଫାଇଦା ମିଳିବ । ତେବେ ପ୍ରଶିକ୍ଷକ ଏଥିରେ ସାମିଲ ନଥିବା ସ୍ମିଥ କହିଥିଲେ । ତାଙ୍କ ଅଧିନାୟିକତ୍ୱରେ ଆଉ ଏପରି ହେବ ନାହିଁ ବୋଲି ସ୍ମିଥ କହିଥିଲେ ।