ଇନଷ୍ଟାଗ୍ରାମରେ ବ୍ୟବସାୟ କରି ଆୟ କରିପାରିବେ ମୋଟା ଅଙ୍କର ଟଙ୍କା ! ଆପଣାନ୍ତୁ କିଛି ଅତି ସହଜ ଉପାୟ

40

ଆଜିକାଲି ସୋସିଆଲ ମିଡ଼ିଆର ଶକ୍ତି ବହୁତ । ବର୍ତ୍ତମାନ ସମୟରେ ସୋସିଆଲ ମିଡ଼ିଆରେ ସବୁକିଛି ସମ୍ଭବ ହୋଇପାରୁଛି । ଲୋକ ବ୍ୟବସାୟ ପାଇଁ ମଧ୍ୟ ଏବେ ସୋସିଆଲ୍ ମିଡ଼ିଆର ସାହାରା ନେଉଛନ୍ତି । ଅନେକ ଲୋକ ହ୍ୱାଟସଆପ ଓ ଫେସବୁକ ଜରିଆରେ ବ୍ୟବସାୟ କରୁଛନ୍ତି । କାରଣ ଏଠାରେ ପ୍ରମୋସନ ପାଇଁ ଟଙ୍କା ଦରକାର ପଡେନାହି । ଆଉ ଏହାଦ୍ୱାରା ସହଜ ଭାବେ ଲୋକଙ୍କ ପାଖରେ ଆପଣ ପହଞ୍ଚି ପାରନ୍ତି । ଛୋଟ ବ୍ୟବସାୟ ଠାରୁ ଆରମ୍ଭ କରି ବଡ଼ ବଡ଼ ବ୍ୟବସାୟ ପର୍ଯ୍ୟନ୍ତ, ପ୍ରାୟ ସମସ୍ତେ ସୋସିଆଲ ମିଡ଼ିଆର ସାହାରା ନେଉଛନ୍ତି । କେହି କେହି ଘରେ ବସି ସୋସିଆଲ ମିଡ଼ିଆ ସାହାଯ୍ୟରେ ଟଙ୍କା ରୋଜଗାର କରୁଛନ୍ତି । ଫେସବୁକ୍ ଓ ହ୍ୱାଟସଆପ୍ ପରେ ଲୋକେ ଇନଷ୍ଟାଗ୍ରାମରେ ମଧ୍ୟ ବ୍ୟବସାୟ କରୁଛନ୍ତି । ଇନଷ୍ଟାଗ୍ରାମରେ ବ୍ୟବସାୟ କରୁଥିବା ଲୋକ ସଂଖ୍ୟା ଧୀରେ ଧୀରେ ବଢ଼ିବାରେ ଲାଗିଛି । ତେବେ ଇନଷ୍ଟାଗ୍ରାମକୁ ଲୋକ ଅଧିକ ଆସୁଛନ୍ତି, କାରଣ ଏଠାରେ ବ୍ୟବସାୟ କରିବା ବହୁତ ସହଜ । ତେବେ ଇନଷ୍ଟାଗ୍ରାମରେ ବ୍ୟବସାୟ କରିବା ପାଇଁ ଚାହୁଁଥିଲେ ଆପଣାନ୍ତୁ କିଛି ବିଶେଷ ଟିପ୍ସ୍ ।

ସର୍ବପ୍ରଥମେ ତିଆରି କରନ୍ତୁ ଆକାଉଂଟ –
ଯଦି ମୋବାଇଲ ଫୋନରେ ଇନଷ୍ଟାଗ୍ରାମ ଆକାଉଂଟ ଡାଉନଲୋଡ଼୍ କରିନାହାନ୍ତି, ତେବେ ପ୍ରଥମେ ଆପଣ ଏହି ଆପକୁ ଡାଉନଲୋଡ଼ କରନ୍ତୁ । ଆକାଂଉଟ ତିଆରି କରିବା ପରେ ଆପଣଙ୍କୁ ସର୍ବପ୍ରଥମେ ଆପଣଙ୍କ କମ୍ପାନୀର ଫଟେଶ ଲଗାଇବା ପାଇଁ ପଡ଼ିବ । ଇନଷ୍ଟାଗ୍ରାମରେ ଫଟୋ ବହୁତ ଛୋଟ ନଜର ଆସେ । ପ୍ରୋଫାଇଲ ଫଟୋରେ କମ୍ପାନୀର ଲଗୋ ବଡ଼ କରି ଦିଅନ୍ତୁ । ଯାହାଦ୍ୱାରା ଲୋକେ ବହୁତ ସୁବିଧାରେ ବୁଝିପାରିବେ ଓ ଜାଣିପାରିବେ । ଧ୍ୟାନ ରଖନ୍ତୁ ଅଧିକ ଶବ୍ଦ ଲଗୋରେ ବ୍ୟବହାର କରନ୍ତୁ ନାହିଁ । କାରଣ ଏପରି କରିବା ଦ୍ୱାରା ଫଟୋ ବହୁତ ଖରାପ ଦେଖାଯିବ । ୟୁଜର ନାମ ବହୁ ସରଳ ରଖିବା ସହ ୱେବସାଇଟ୍ ଲିଙ୍କ୍ ଦିଅନ୍ତୁ ଓ ବାୟୋଗ୍ରାଫିରେ କମ୍ପାନୀ ବିଷୟରେ ପୁରା ବିବରଣୀ ଦିଅନ୍ତୁ ।

ସୁନ୍ଦର ଫଟୋ ଓ ଭିଡ଼ିଓ ଅପଲୋଡ଼୍ କରନ୍ତୁ –
ଇନଷ୍ଟାଗ୍ରାମରେ ସବୁଠାରୁ ଅଧିକ ଆକର୍ଷିତ କରେ ଫଟୋ । ଫଟୋ ଯେତିକି ଭଲ ଦେଖାଯିବ ଲୋକ ସେତିକି ପସନ୍ଦ କରିବେ । ଧ୍ୟାନ ରଖନ୍ତୁ ଫଟୋ ଯେପରି ବ୍ଲର ନହୁଏ । ଇନଷ୍ଟାଗ୍ରାମରେ ଫଟୋ ଅପଲୋଡ଼୍ କରିବା ସମୟରେ ଏଡ଼ିଟ୍ କରିବା ପାଇଁ ଭୁଲନ୍ତୁ ନାହିଁ । କାରଣ ଏହା ଏକ ଭଲ ପ୍ରଭାବ ପକାଇବ । ପ୍ରଡ଼କ୍ଟ ଫଟୋରେ ୱାରଟମାର୍କ ମନେ କରି ଲଗାନ୍ତୁ । ଯାହଦ୍ୱାରା ଆପଣଙ୍କ ଫଟୋ ଆଉ କେହି କପି କରିପାରିବେ ନାହିଁ ।

ଫଟୋ ତଳେ ଭଲ କ୍ୟାପ୍ସନ ଓ ଲୋକପ୍ରିୟ ହାସଟାଗ୍ ବ୍ୟବହାର କରନ୍ତୁ –

ଆକର୍ଷଣୀୟ ଫଟୋ ସହ ଦମଦାର କ୍ୟାପସନ୍ ମଧ୍ୟ ଦେବା ଜରରୁୀ । ପ୍ରଡ଼କ୍ଟ କ’ଣ, ଏହାର ଗୁରୁତ୍ୱ କ’ଣ, ଏସବୁ ବହୁତ ସରଳ ଭାଷାରେ ଲୋକଙ୍କୁ ବୁଝାଇବା ଜରୁରୀ । ଯାହାଦ୍ୱାରା ସାଧାରଣ ଲୋକେ ଆପଣଙ୍କ ପ୍ରଡ଼କ୍ଟ ବିଷୟରେ ସହଜରେ ଜାଣିପାରିବେ । ଏହାସହ ଲୋକେ କିପରି ଆପଣଙ୍କ ପ୍ରଡ଼କ୍ଟ ପ୍ରତି ଆକର୍ଷିତ ହେବେ ସେ ନେଇ ସୁନ୍ଦର ଲେଖା ମଧ୍ୟ ଦିଅନ୍ତୁ । ସବୁଠାରୁ ବଡ଼ କଥା ହେଲା ହାସଟାଗ୍ ଯାହା ଲୋକଙ୍କୁ ଅଧିକ ଆକର୍ଷିତ କରେ । ତେବେ ହାସଟାଗ ଦେବା ସମୟରେ ଧ୍ୟାନ ରଖନ୍ତୁ, ଯାହା ଟ୍ରେଣ୍ଡ କରୁଛି ସେହି ହାସଟାଗ୍ ବ୍ୟବହାର କରନ୍ତୁ ।

ଇନଷ୍ଟାଗ୍ରମାରେ ଷ୍ଟୋରୀ ପୋଷ୍ଟ କରନ୍ତୁ –
ଇନଷ୍ଟାଗ୍ରାମରେ ଫେସବୁକ ପରି ଅପ୍ସନ ଥାଏ । ଯେଉଁଠି ଫେସବୁକ ପରି ଷ୍ଟୋରୀ ପୋଷ୍ଟ କରିପାରିବେ । ଏଥିରେ ଆପଣ ନିଜର ପ୍ରଡ଼କ୍ଟ ପୋଷ୍ଟ କରିପାରିବେ । ଏଥିରେ ସବୁଠାରୁ ବଡ଼ ସୁବିଧା ହେଲା ଯିଏ ଆପଣଙ୍କ ପେଜକୁ ଲାଇକ୍ କରୁଛନ୍ତି, ସେ ଆପଣଙ୍କ ଷ୍ଟୋରୀ ଦେଖିପାରିବେ । ଆଉ ଆପଣ ଜାଣିପାରିବେ କିଏ କିଏ ଆପଣଙ୍କ ଷ୍ଟୋରୀ ଦେଖିଛନ୍ତି ।

ଦମଦାର ଅଫର –
ଆକାଉଂଟ ତିଆରି ପରେ ଅନେକ ବିକ୍ରେତା ଲୋକଙ୍କୁ ଆକର୍ଷିତ କରିବା ପାଇଁ ଅଫର ପ୍ରଦାନ କରନ୍ତି । ଯେଉଁଥିପାଇଁ ଲୋକଙ୍କର ଅଧିକ କମେଂଟ ଓ ଲାଇକ୍ସ ମଧ୍ୟ ଅଧିକ ଆସେ ।