ସଫଳତାର ସ୍ୱାଦ ଚାଖିବା ପାଇଁ ଚାହୁଁଛନ୍ତି କି ? କିଛି ବିଶେଷ ଦିଗ ପ୍ରତି ଧ୍ୟାନ ଦିଅନ୍ତୁ

97

ସଫଳତାର ସ୍ୱାଦ ଚାଖିବା ପାଇଁ ସମସ୍ତେ ଚାହାନ୍ତି । ସଫଳ ହେବାର ଇଚ୍ଛା ସମସ୍ତଙ୍କର ଥାଏ । ଏମିତି କହିବାକୁ ଗଲେ ବିଭିନ୍ନ ଲୋକ ଭିନ୍ନ ଭିନ୍ନ ଭାବେ ସଫଳ । ମାତ୍ର ଆମେ କେବଳ ନିର୍ଦ୍ଦିଷ୍ଟ କିଛି ବ୍ୟକ୍ତିଙ୍କୁ ସଫଳ ବୋଲି ମାନିଥାଉ । ଅନେକଙ୍କ ଧାରଣା ଧନୀ ଏବଂ ପ୍ରଭାବଶାଳୀ ବ୍ୟକ୍ତି ହିଁ ହେଉଛନ୍ତି ସଫଳ । ମାତ୍ର ନିଜସ୍ୱ ଖୁସି ଏବଂ ଅତ୍ମାର ଶାନ୍ତି ପାଇଁ ଯେଉଁ କାମ କାରଯାଇଥାଏ ତାହା ହିଁ ପ୍ରକୃତ ସଫଳତା । ସଫଳତା କ୍ଷଣିକ ପାଇଁ ରହିଥାଏ । କିନ୍ତୁ ସଫଳତାରୁ ମିଳିଥିବା ସମ୍ମାନ ଏବଂ ଅଭିଜ୍ଞତା ଦୀର୍ଘ ସ୍ଥାୟୀ । ସଫଳତାର ଶ୍ରେୟ ଏକୁଟିଆ ନନେଇ ସମସ୍ତଙ୍କ ସହ ବାଣ୍ଟିବା ପ୍ରକୃତ ସଫଳ ବ୍ୟକ୍ତିର ପରିଚୟ  ।

– ସମତା ଭାବ ରଖିବା ଶିଖନ୍ତୁ। ଜୀବନର ସୀମା ରେଖାକୁ ସମ୍ଭାଳିବା ବହୁତ କଷ୍ଟକର କଥା । ସଫଳ ବ୍ୟକ୍ତିମାନେ ସର୍ବଦା ନିଜ ବ୍ୟକ୍ତିଗତ ଜୀବନ ଏବଂ ବୃତ୍ତିଗତ ଜୀବନକୁ ଏକା ସମୟରେ ସମ୍ଭାଳିଥାନ୍ତି । ସବୁ କାର୍ୟ୍ୟରେ ସମତା ରକ୍ଷା କରନ୍ତୁ ଦେଖିବେ କାର୍ୟ୍ୟ ଖୁବ୍ ସହଯରେ ସମ୍ପାଦନ ହୋଇଯିବ।

-ଅନ୍ୟର ସଫଳତାରେ ନିଜ ଖୁସି ଖୋଜନ୍ତୁ । ଆପଣଙ୍କ ସଂଗଠନର ସଫଳତାରେ ନିଜକୁ ଖୁସି କରନ୍ତୁ, ଦେଖିବେ ଆପଣଙ୍କୁ ଖୁବ୍ ସନ୍ତୋଷ ଅନୁଭବ ହେବ । ବ୍ୟକ୍ତିଗତ ଖୁସି ଅପେକ୍ଷା ଗୋଷ୍ଠୀଗତ ଖୁସି ଅନେକ ଊର୍ଧ୍ୱରେ ।

– ଅନ୍ୟର ସ୍ଥାନରେ ନ ରହି ଅନ୍ୟର ଭାବନା ଓ ସମସ୍ୟାକୁ ବୁଝିବା ଅସମ୍ଭବ ହୋଇଥାଏ । କିନ୍ତୁ ସଫଳ ବ୍ୟକ୍ତିମାନେ ନିଜ କାଯ୍ୟକର୍ତ୍ତାମାନଙ୍କର ଦୁଃଖ ଏବଂ କଷ୍ଟକୁ ତାଙ୍କ ସ୍ଥାନରେ ରହି ଏହାର ସମାଧାନ ବାହାର କରିବାକୁ ଚେଷ୍ଟା କରିଥାନ୍ତି । ଆପଣ ମଧ୍ୟ ସେପରି କରନ୍ତୁ ।

– ସଫଳ ବ୍ୟକ୍ତିଙ୍କ ପାଖରେ ସମର୍ପଣ ଭାବ ରହିଥାଏ , ସମର୍ପଣ ଭାବ ହିଁ ବ୍ୟକ୍ତିଙ୍କୁ ସଫଳ ପ୍ରମାଣ କରିବା ପାଇଁ ସାହାଯ୍ୟ କରିଥାଏ ।

-ସଫଳ ବ୍ୟକ୍ତିମାନେ ସମୟ ନୁହେଁ ବରଂ ପ୍ରତିଦ୍ୱନ୍ଦ୍ୱୀଙ୍କୁ ଦେଖି କାର୍ୟ୍ୟ କରିଥାନ୍ତି । ପ୍ରତିଯୋଗିତା କାମ କରିବାର ଇଚ୍ଛା ଶକ୍ତିକୁ ଦ୍ୱିଗୁଣିତ କରିଥାଏ।

-ଅର୍ଥକୁ ଉପହାର ନୁହଁ ବରଂ ଦାୟିତ୍ୱ ଭାବେ ନିଅନ୍ତୁ । ସଫଳ ବ୍ୟକ୍ତି ସେମାନଙ୍କ ଅର୍ଜିତ ଧନକୁ ଉପହାର ବୋଲି ନଭାବି ଏହାକୁ ଏକ ଦାୟିତ୍ୱ ଭାବେ ଗ୍ରହଣ କରିଥାନ୍ତି । ଆପଣ ବି ଯଦି ସଫଳ ହେବାକୁ ଚାହାନ୍ତି ତେବେ କେବେ ବି କଷ୍ଟ ଅର୍ଜିତ ଧନକୁ ଉପହାର ସଦୃଶ ଖର୍ଚ୍ଚ କରନ୍ତୁ ନାହିଁ ।