କନକ ବ୍ୟୁରୋ : ଷ୍ଟିଲ ସିଟି ଏବେ ସ୍ମାର୍ଟ ସିଟି । ବଦଳିବାକୁ ଯାଉଛି ରାଉରକେଲା ସହରର ଚିତ୍ର । ବଦଳିବ ରାଉରକେଲାବାସୀଙ୍କ ଜୀବନ ଧାରା । ରାଉରକେଲା ସହରକୁ ସ୍ମାର୍ଟ ସିଟି ତାଲିକାରେ ସାମିଲ କରିଛନ୍ତି କେନ୍ଦ୍ର ସରାକର । ସ୍ମାର୍ଟ ସିଟିରେ ସାମିଲ ହେବା ପାଇଁ ଗତ ଜୁନ ମାସଠାରୁ ରାଉରକେଲା ପ୍ରଶାସନ ପ୍ରସ୍ତୁତ କରିଥିଲା ୨୪ ଦଫାର ମାଷ୍ଟର ପ୍ଲାନ୍ । ଆଉ ସବୁ ଦସ୍ତାବିଜ ସହ ଚିଠା ପ୍ରସ୍ତୁତ କରି କେନ୍ଦ୍ର ସରକାରଙ୍କୁ ଅବଗତ କରିଥିଲେ ଓଡିଶା ସରାକର ।

ସ୍ମାର୍ଟ ସହରରେ ସ୍ମାର୍ଟ ସୁବିଧା ପାଇବେ ଲୋକେ । ଖାଲି ଜୀବନ ଧାରଣର ମାନରେ ଯେ ଉନ୍ନତି ଆସିବ ତାହା ନୁହେଁଁ ବରଂ ବିକାଶ ଧାରରେ ଆଉ ପାଦେ ଆଗେଇବ ଷ୍ଟିଲ ସିଟି ।

ଏବେ ଆସନ୍ତୁ ନଜର ପକାନ୍ତୁ କେମିତି ବଦଳିବ ଷ୍ଟିଲ୍ ସିଟିର ଚିତ୍ର :

ସ୍ମାର୍ଟ୍ ସିଟି ହେବାପରେ ରାଉରକେଲା ସହରରେ ୨୪ଘଂଟିଆ ବିଜୁଳି ଓ ଜଳ ଯୋଗାଣ ବ୍ୟବସ୍ଥା ରହିବ। ଅଳିଆ ଆବର୍ଜନାର ନିଷ୍କାସନ ସହିତ ସହରର ପରିମଳ ବ୍ୟବସ୍ଥାରେ ଆସିବ ଏକ ବଡ ଧରଣର ପରିବର୍ତନ। କେବଳ ଏତିକ ନୁହେଁ ସ୍ମାର୍ଟ ସହରରେ ସବୁ ଲୋକଙ୍କୁ ମିଳିବ ଆଇଟି କନେକ୍ଟିଭିଟି । ସେହିପରି ସ୍ମାର୍ଟ କରିଡର ସୃଷ୍ଟି କରି ବାଣିଜ୍ୟ ଓ ଶିଳ୍ପ ପାଇଁ ସ୍ୱତନ୍ତ୍ର ସୁଯୋଗ ସୃଷ୍ଟି କରାଯିବ । ଏସବୁ ବାଦ ଫୋକସରେ ରହିବ ଶିକ୍ଷା, ସ୍ୱାସ୍ଥ୍ୟ ଓ ସାଂସ୍କୃତିକ ବିାକାଶ।

ତେବେ ସବୁଠାରୁ ବଡ କଥା ହେଉଛି ଇ ଗଭର୍ନାନ୍ସ ମାଧ୍ୟମରେ ସବୁ ସରାକରୀ ସୁବିଧା ଯେମିତି ଲୋକଙ୍କ ପାଖରେ ପହଁଚିବ ସେନେଇ ପ୍ରତିଶୃତିବଦ୍ଧ ହେବେ ପ୍ରଶାସନ। ଆଉ ବିକାଶର ଏହି ଧାରାରେ ଲୋକଙ୍କ ଅଭିଯୋଗ ଉପରେ ମଧ୍ୟ ଗୁରୁତ୍ୱ ଦିଆଯିବ।

ଦେଶର ୧୦୦ ସହରକୁ ସ୍ମାର୍ଟ କରିବା ପାଇଁ ସରାକର କରିଛନ୍ତି ୪୮୦୦୦ କୋଟି ଟଙ୍କାର ବଜେଟ। ତେବେ ରାଉରକେଳାର ବିକାଶ ପାଇଁ ପର୍ଯ୍ୟାୟକ୍ରମେ ରାଜ୍ୟ ସରକାରଙ୍କୁ ଏହି ଅନୁଦାନ ଯୋଗାଇବ କେନ୍ଦ୍ର।