ଭାରତରେ ଚାଲିଛି ଦୁନିଆର ସବୁଠାରୁ ବଡ଼ ପ୍ରତିମାର ନିର୍ମାଣ : ସର୍ଦ୍ଦାର ପଟେଲଙ୍କ ୧୪୩ତମ ଜୟନ୍ତୀରେ ମୂର୍ତ୍ତି ଅନାବୃତ କରିବାର ରହିଛି ଯୋଜନା

51

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଡ୍ରିମ ପ୍ରୋଜେକ୍ଟ ଓ ବିଶ୍ୱର ସବୁଠାରୁ ଉଚ୍ଚ ପ୍ରତିମା ‘ଦ ଷ୍ଟେଚ୍ୟୁ ଅଫ୍ ୟୁନିଟି’ର ନିର୍ମାଣ କାର୍ଯ୍ୟ ୨୫ ଅକ୍ଟୋବର ପୁର୍ବରୁ ସଂପୂର୍ଣ୍ଣ ହେବାର ଆଶା ଅଛି । ୩୧ ଅକ୍ଟୋବର ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜୟନ୍ତୀ ହୁଏ । ଆଶା କରାଯାଉଛି କି, ତାଙ୍କର ଜୟନ୍ତୀ ପୂର୍ବରୁ ତାଙ୍କ ପ୍ରତିମା ପ୍ରସ୍ତୁତି ଶେଷ ହୋଇଯିବ । ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ଓ ଉପ-ମୁଖ୍ୟମନ୍ତ୍ରୀ ନିତିନ ପଟେଲ ନିର୍ମାଣ ସ୍ଥଳର ନିରୀକ୍ଷଣ କରିସାରିଛନ୍ତି ।

ସୂଚନାଯୋଗ୍ୟ, ୧୮୩ ମିଟର ଉଚ୍ଚ ଏହି ପ୍ରତିମାର ପାଖାପାଖି ୮୬% କାମ ଏପର୍ଯ୍ୟନ୍ତ ପୁରା ହୋଇସାରିଛି । ଏହା ସହିତ ଏକୀକୃତ ଭାରତର ନିର୍ମାଣରେ ସର୍ଦ୍ଦାର ପଟେଲଙ୍କ ଯୋଗଦାନକୁ ଦର୍ଶାଇବା ପାଇଁ ପାଖାପାଖି ୫୨ କୋଠରୀର ‘ଶ୍ରେଷ୍ଠ ଭାରତ ଭବନ’ର ନିର୍ମାଣ ହେବ ।

ମୁଖ୍ୟମନ୍ତ୍ରୀ ରୂପାଣୀଙ୍କ କହିବାନୁସାରେ, ଏହା ଏକ ୱାଲ୍ଡ କ୍ଲାସ କ୍ୟାମ୍ପସ ହେବ । ଏଠି ସ୍ୱଚ୍ଛତା, ସୁରକ୍ଷା, କେଫେଟେରିଆ, ଫୁଡ୍ କୋର୍ଟ ସହିତ ଅନ୍ୟ ସୁବିଧା ବି ବିଶ୍ୱସ୍ତରୀୟ ହେବ । ୩୧ ଅକ୍ଟୋବରରେ ପଟେଲଙ୍କ ୧୪୩ତମ ଜୟନ୍ତୀ ଅବସରରେ ଏହି ପ୍ରତିମାକୁ ଅନାବୃତ କରିବାର ପ୍ରସ୍ତୁତି ଚାଲିଛି ।