ଉଜ୍ଜଳ ହେବ ଗୁଜୁରାଟ୍ ଭବିଷ୍ୟତ ! ଷ୍ଟାଚ୍ୟୁ ଅଫ୍ ୟୁନିଟି ପାଇଁ ମାଲାମାଲ ହେବେ ସରକାର । 

ପ୍ରାୟ ୩ ହଜାର କୋଟିରୁ ଅଧିକ ଟଙ୍କା ବ୍ୟୟ କରି ନର୍ମଦା ନଦୀ ଉପରେ ବିଶ୍ୱର ବୃହତ୍ତମ ପ୍ରତିମୂର୍ତ୍ତି ଷ୍ଟାଚ୍ୟୁ ଅଫ ୟୁନିଟି ନିର୍ମାଣକୁ ନେଇ ଏ ପର‌୍ୟ୍ୟନ୍ତ ଦେଶରେ ବାଦବିବାଦ ଲାଗି ରହିଛି ।

5,945
ପ୍ରାୟ ୩ ହଜାର କୋଟିରୁ ଅଧିକ ଟଙ୍କା ବ୍ୟୟ କରି ନର୍ମଦା ନଦୀ ଉପରେ ବିଶ୍ୱର ବୃହତ୍ତମ ପ୍ରତିମୂର୍ତ୍ତି ଷ୍ଟାଚ୍ୟୁ ଅଫ ୟୁନିଟି ନିର୍ମାଣକୁ ନେଇ ଏ ପର‌୍ୟ୍ୟନ୍ତ ଦେଶରେ ବାଦବିବାଦ ଲାଗି ରହିଛି । ଏକ ମୂର୍ତ୍ତି ନିର୍ମାଣ ଲାଗି ଏତେ ଅର୍ଥ ଖର୍ଚ୍ଚ କରିବାକୁ ଅନେକ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସମାଲୋଚନା କରୁଛନ୍ତି । କିନ୍ତୁ ବେଶ ଦୂରଦୃଷ୍ଟି ନେଇ ଯେ ଏହି ଷ୍ଟାଚ୍ୟୁ ଅଫ ୟୁନିଟି ନିର୍ମାଣ ହୋଇଛି ତାହା ଧୀରେ ଧୀରେ ପ୍ରମାଣିତ ହେବାରେ ଲାଗିଛି । ଏହି ଷ୍ଟାଚ୍ୟୁ ଯୋଗୁଁ ଗୁଜୁରାଟର ପର‌୍ୟ୍ୟଟନ ଶିଳ୍ପ ମାଲାମାଲ ହେବାକୁ ଯାଉଛି ।
ଏବେ ଗୁଜୁରାଟକୁ ବର୍ଷକୁ ପ୍ରାୟ ୫ କୋଟି ପର‌୍ୟ୍ୟଟକ ଆସୁଥିବାବେଳେ ୨୦୨୦ ସୁଦ୍ଧା ଏହି ସଂଖ୍ୟା ପ୍ରାୟ ୭.୫ କୋଟିକୁ ବୃଦ୍ଧି ପାଇବ ବୋଲି ଗୁଜୁରାଟ ପର‌୍ୟ୍ୟଟନ ବିକାଶ ନିଗମର ମୁଖ୍ୟ ସନାତନ ପାଞ୍ଚୋଲି କହିଛନ୍ତି । ସେ କହିଛନ୍ତି ଯେ ଗୁଜୁରାଟକୁ ଆସିବାକୁ ଥିବା ୭.୫ କୋଟି ପର‌୍ୟ୍ୟଟକଙ୍କ ମଧ୍ୟରୁ ଏକ ବଡ଼ ଭାଗ ଏହି ଷ୍ଟାଚ୍ୟୁ ଦେଖିବାକୁ ଆସିବେ ।
ଏହା ଫଳରେ ରାଜ୍ୟ ସରକାର ବିପୁଳ ରାଜସ୍ୱ ଆୟ କରିବାର ସମ୍ଭାବନା ରହିଛି । ସେ କହିଛନ୍ତି ଯେ ଗତ ଅକ୍ଟୋବର ୩୧ରେ ଉନ୍ମୋଚିତ ଷ୍ଟାଚ୍ୟୁ ଅଫ ୟୁନିଟିକୁ ଏ ପର‌୍ୟ୍ୟନ୍ତ ପ୍ରାୟ ୩ ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି । ଏବେ ଦିନକୁ ପ୍ରାୟ ୩୦ ହଜାର ପର‌୍ୟ୍ୟଟକ ଆସୁଛନ୍ତି ।