‘ଷ୍ଟାଚ୍ୟୁ ଅଫ୍ ୟୁନିଟି’ ନିକଟରେ ହେବ ଏୟାରପୋର୍ଟ ଓ ରେଳଷ୍ଟେସନ !

138

ଗୁଜୁରାଟରେ ନର୍ମଦା ନଦୀ ଉପରେ ନିର୍ମିତ ଲୌହମାନବ ସର୍ଦ୍ଦାର ପଟେଲଙ୍କ ବିଶାଳ ପ୍ରତିମୂର୍ତ୍ତି ଷ୍ଟାଚ୍ୟୁ ଅଫ ୟୁନିଟିକୁ ଦେଖିବାକୁ ଦର୍ଶକଙ୍କ ମଧ୍ୟରେ ପ୍ରବଳ ଆଗ୍ରହ ପରିଲକ୍ଷିତ ହୋଇଛି । ଦିନକୁ ଦିନ ଦର୍ଶକ ସଂଖ୍ୟା ବଢିଚାଲିଛି । ଏହା ଫଳରେ ଆୟ ମଧ୍ୟ ବଢିଚାଲିଛି । କିନ୍ତୁ ଏହି ମୂର୍ତ୍ତି ନିକଟରେ ରେଳ ଷ୍ଟେସନ ଓ ଏୟାରପୋର୍ଟ ନଥିବାରୁ ଦର୍ଶକମାନେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ଏହା ସହ ରେଳ ଓ ବିମାନ ସଂଯୋଗ ପାଇଁ ଗୁଜୁରାଟ ସରକାର ଯୋଜନା କରିଛନ୍ତି ।

ଗତ ଶୁକ୍ରବାର ଦିନ ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାନି ଦିଲ୍ଲୀ ଯାଇ ଏୟାରପୋର୍ଟ ଅଥରିଟି ଅଫ ଇଣ୍ଡିଆ ଅଧ୍ୟକ୍ଷ ଗୁରୁପ୍ରସାଦ ମହାପାତ୍ରଙ୍କୁ ଭେଟି ଏୟାରପୋର୍ଟ ନିର୍ମାଣ ବାବଦରେ ଆଲୋଚନା କରିଛନ୍ତି । ଷ୍ଟାଚ୍ୟୁ ଅଫ ୟୁନିଟି ଥିବା କେବଡିଆ ଗାଁଠାରୁ ୨୩ କିମି ଦୂରରେ ଥିବା ରାଜପିପଲା ସହରରେ ଏହି ଏୟାରପୋର୍ଟ ନିର୍ମାଣ କରାଯିବାକୁ ସ୍ଥିର ହୋଇଛି । ଏହି ଏୟାରପୋର୍ଟକୁ ଦେଶର ପ୍ରମୁଖ ଏୟାରପୋର୍ଟ ସହ ସଂଯୁକ୍ତ କରାଯିବ ।