ଏମିତି ଆମ ଭାରତୀୟ ରେଳବାଇ ସେବା ! ମଦ ପିଇ ନିଶାରେ ଶୋଇପଡିଲେ ଷ୍ଟେସନ ସିଗନାଲ୍ ଇନଚାର୍ଜ, ଟ୍ରାକରେ ଅଟକି ରହିଲା ଅନେକ ଟ୍ରେନ୍ ।

23

ଉତ୍ତରପ୍ରଦେଶର ବିଜନୋର ଠାରେ ଭାରତୀୟ ରେଳବାଇର ଦାୟିତ୍ୱହୀନତା ପଦାରେ ପଡିଛି । ପ୍ରକୃତ ଘଟଣା ହେଉଛି ଗତ ଶୁକ୍ରବାର ରାତିରେ ପଶ୍ଚିମୀ ଉତ୍ତରପ୍ରଦେଶର ମୁରଶଦପୁର ରେଲୱେ ଷ୍ଟେସନର ସିଗନାଲ ଇନଚାର୍ଜ ମଦ ପିିଇ ଷ୍ଟେସନରେ ହିଁ ଶୋଇପଡିଲେ । ଆଉ ଯେଉଁଥିପାଇଁ ସେହି ଷ୍ଟେସନ ଦେଇ ଯାଉଥିବା ଟ୍ରେନଗୁଡିକୁ ଅନେକ ସ୍ଥାନରେ ରହି ରହି ଯିବାକୁ ପଡିଥିଲା । ଏହି ଘଟଣାକୁ ନେଇ ୱେଷ୍ଟର୍ନ ରେଳବାଇରେ ହଇଚଇ ସୃଷ୍ଟି ହୋଇଛି ।

ସିଗନାଲ ଇନଚାର୍ଜଙ୍କର ଏହି ଦାୟିତ୍ୱହୀନତା କାରଣରୁ ତିନୋଟି ଟ୍ରେନକୁ ଲାଇନ କ୍ଲିୟର ହେବା ପାଇଁ ସଙ୍କେତ ମିଳିନଥିଲା । ପ୍ରକୃତ ଘଟଣା ହେଉଛି ଟ୍ରେନର ଡ୍ରାଇଭରମାନଙ୍କୁ ସିଗନାଲ ସଙ୍କେତ ମିଳିନଥିଲା । ଏହା ପରେ ସେମାନେ ରେଳବାଇର ଅଧିକାରୀମାନଙ୍କୁ ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ । ସୂଚନା ପାଇବା ପରେ ରେଳବାଇର ଅଧିକାରୀମାନେ ଷ୍ଟେସନରେ ପହଞ୍ଚିବା ପରେ ଜାଣିବାକୁ ପାଇଥିଲେ ଯେ, ଷ୍ଟେସନ ମାଷ୍ଟର ମଦ ପିଇ ନିଶାରେ ଶୋଇପଡିଥିଲେ ।

ଷ୍ଟେସନ ମାଷ୍ଟରଙ୍କ ଏହି ବଡ ଦାୟିତ୍ୱହୀନତା କାରଣରୁ ରେଳବାଇ ତାଙ୍କୁ ନିଲମ୍ବନ କରିଛି । ନଜିବାବାଦ ଠାରୁ ପାଖାପାଖି ୧୦ କିଲୋମିଟର ଦୂରରେ ଥିବା ମୁରଶଦପୁର ରେଲୱେ ଷ୍ଟେସନରେ ଦୀପ ସିଂହ ନାମକ ସିଗନାଲ ଇନଚାର୍ଜ ଡ୍ୟୁଟିରେ ଥିଲେ । ଏବଂ ବିଳମ୍ବିତ ରାତି ପର୍ଯ୍ୟନ୍ତ ମଦ ପିଇ ଶୋଇପଡିଥିଲେ ।