‘ସେ ନୁହେଁ ମୋ ଝିଅ’ : ବାପାଙ୍କ କମ୍ପ୍ରୋମାଇଜ୍ ପିଟିସନ ପରେ ମା’ଙ୍କ ଚାଂଚଲ୍ୟକର ବୟାନ

37

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଜେଲରେ ଥିବା ପପୁଙ୍କୁ ମିଳିବ କି ବେଲ୍ । ଏହି ଚର୍ଚ୍ଚା ଏବେ ଜୋର୍ ଧରିଛି କାରଣ କେସକୁ ଚପାଇ ଦେବାକୁ ୧୫ ଲକ୍ଷ ଟଙ୍କାର ଡିଲ୍ କରିଥିବା ନେଇ ଅଭିଯୋଗ ଆସିବା ପରେ ମାମଲା ଆହୁରି ଜଟିଳ ହୋଇ ପଡିଛି । ପୀଡିତାଙ୍କ ମା’ କହିଛନ୍ତି ମୋ ଝିଅର ୧୬୪ରେ ବୟାନ ରେକର୍ଡ ହୋଇ ନାହିଁ ।ସେପଟେ ଆଇନ୍ ବିଷାରଦ କହିଛନ୍ତି , ପପୁଙ୍କୁ ତୁରନ୍ତ ବେଲ ମିଳିବା ଏତେଟା ସହଜ ନୁହେଁ ।

ସେପଟେ ସିଡବ୍ଲୁସି ସଦସ୍ୟାଙ୍କ ଦାବି । ପପୁ ୧୫ଲକ୍ଷ ଟଙ୍କା ଦେଇ ମାମଲା ରଫାଦଫା କରିବାକୁ ଚେଷ୍ଟା କରିଥିଲେ । ତେବେ ବୟାନ ରେକର୍ଡକାରୀଙ୍କ ଏ ବୟାନ ଏବେ କାଷ୍ଟିଂ କାଉଚ ମାମଲାକୁ ଆହୁରି ଜଟିଳ କରି ଦେଇଛି । କାରଣ ପୀଡିତାଙ୍କ ବୟାନ ଦୁଇଥର ରେକର୍ଡ ହୋଇଛି । ପ୍ରଥମେ ସିଡବ୍ଲୁସି କରିଥିଲା ଓ ପରେ କୋର୍ଟରେ ହୋଇଥିଲା । ତେବେ କମ୍ପ୍ରୋମାଇଜ୍ ପିଟିସନ୍ ଦାଖଲ ପରେ ମାମଲା ଭିନ୍ନଜ ମୋଡ ନେଇଛି । ପ୍ରଶ୍ନ ଉଠୁଛି , କିଏ କହୁଛି ମିଛ । କୋର୍ଟକୁ ବିଭ୍ରାନ୍ତ କରିବାକୁ ଏହା ପୀଡିିତାଙ୍କ ବାପାଙ୍କ ଚାଲ୍ କି ? ପପୁଙ୍କ ଡିଲ କଣ ସକ୍ସେସ୍ ହୋଇଛି କି । ନା ଏଭଳି ନାଟକୀୟ ମୋଡ ପପୁଙ୍କ ପାଇଁ ମହଙ୍ଗା ପଡିବ ।

ଅନ୍ୟପଟେ ପ୍ରଶ୍ନ ଯଦି ବାପା ମା’ଙ୍କ କଥା ସତ, ତେବେ ଦେଢବର୍ଷ ପରେ ଏ ଘଟଣା ପଦାକୁ ଆସିଲା କେମିତି । କାହା ଅଭିଯୋଗକୁ ଭିତିକରି ପପୁଙ୍କୁ ପୁଲିସ୍ ଗିରଫ କଲା ।