ଅନ୍ୟ ପାଇଁ ଜାଲ ବିଛାଉଥିବା ଅଫିସର ନିଜେ ପଡିଲେ ଭିଜିଲାନ୍ସ ଜାଲରେ । ୧ କୋଟି ୩୬ ଟଙ୍କା ସମ୍ପତ୍ତିର ଦେଇ ପାରିଲେନି ହିସାବ

59

କନକ ବ୍ୟୁରୋ : ଭିଜିଲାନ୍ସ ଜାଲରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଅଧିକାରୀ । ବରିଷ୍ଠ ଅଧିକାରୀ ହାଡିବନ୍ଧୁ ପାଣିଗ୍ରାହୀଙ୍କୁ ଲାଂଚ ନେବା ଅଭିଯୋଗରେ ଖୋର୍ଦ୍ଧା ଭିଜିଲାନ୍ସ ଗିରଫ କରିଛି । ଡୁବୁରିରୁ ୯୬ ହଜାର ୫ଶହ ଟଙ୍କା ନେଇ ଫେରିବା ବେଳେ ତାଙ୍କୁ ଭିଜିଲାନ୍ସ ଧରି ନେଇଥିଲା । ଖଣ୍ଡଗିରିରେ ଚେକିଂ ଚାଲୁଥିବା ବେଳେ ସେ ଧରାପଡିଥିବା ଜଣାପଡିଛି । ଅନ୍ୟପଟେ ତାଙ୍କ ବିରୋଧରେ ଏହା ଏକ ଷଡଯନ୍ତ୍ର ଏବଂ ଏହି ଟଙ୍କା ତାଙ୍କ ବ୍ୟକ୍ତିଗତ ଅର୍ଥ ବୋଲି ସଫେଇ ଦେଇଛନ୍ତି ହାଡିବନ୍ଧୁ ।

ଏହି ଘଟଣା ସାମ୍ନାକୁ ଆସିବା ପରେ ହାଡିବନ୍ଧୁଙ୍କ ଘରେ ରେଡ କରାଯାଇଛିା । ଆଉ ଏହି ସର୍ଚ୍ଚ ଅପରେସନରେ ଅନୁଗୁଳରେ ଗୋଟିଏ ପ୍ଲଟ, ଖଣ୍ଡଗିରିରେ ଗୋଟିଏ ଘର, ୪୪୨ ଗ୍ରାମର ସୁନା ଗହଣା, ୧୦ ଗ୍ରାମର ସୁନା କଏନ, ୧ କିଲୋରୁ ଅଧିକ ରୂପା, ଟ୍ରାଭେରା, ଦୁଇଟି କାର, ଗୋଟିଏ ସ୍କୁଟି ଜବତ କରିଛି । ସେହିଭଳି ବିଦେଶ ଯାତ୍ରାର ଟିକେଟ ମଧ୍ୟ ଜବତ କରିଛି ଭିଜିଲାନ୍ସ ।

ଏହାଛଡା ଜବତ ହୋଇଥିବା ୧ କୋଟି ୩୬ ଲକ୍ଷ ଟଙ୍କା ସମ୍ପତିର ହିସାବ ଦେଇ ପାରି ନାହାନ୍ତି ହାଡିବନ୍ଧୁ । ଏନେଇ ଭିଜିଲାନ୍ସ ପକ୍ଷରୁ ତଦନ୍ତ ଜାରି ରହିଛି ।