କନକ ବ୍ୟୁରୋ: ସାଧାରଣତନ୍ତ୍ର ଦିବସ ଅବସରରେ ୫୦ ଜଣ ପୋଲିସ ଅଧିକାରୀଙ୍କୁ ପୁଲିସ ପଦକ ପ୍ରଦାନ କରାଯାଇଛି । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଲୋକସେବା ସମ୍ମିଳନୀ କକ୍ଷରେ ଏହି ପଦକ ପ୍ରଦାନ କରିଛନ୍ତି । ଏଡିଜି ମୁଖ୍ୟାଳୟ ବିନୟତୋଷ ମିଶ୍ର, ଆଇଜି ଆଧୁନିକିକରଣ ରେଖା ଲୋହାନି, ପୁରୀ ଏସପି ଉମାଶଙ୍କର ଦାଶ, କଟକ ଡିସିପି ଅଖିଳେଶ୍ୱର ସିଂ, ଭିଜିଲାନ୍ସ ଡିଏସପି ସରୋଜ କୁମାର ସାମଲ, ଇନ୍ସପେକ୍ଟର ହରିବନ୍ଧୁ ଭାତ୍ରାଙ୍କ ସମେତ ମୋଟ ୧୪ ଜଣଙ୍କୁ ରାଜ୍ୟପାଳ ପଦକ ମିଳିଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ସେହିପରି ସାହସିକତା ପାଇଁ ରାଉରକେଲା ଏସପି କେ ଶିବା ସୁବ୍ରମଣି, ଅନୁଗୁଳ ଏସପି ଜଗମୋହନ ମିନା, ଇନ୍ସପେକ୍ଟର ପ୍ରକାଶ କୁମାର କର୍ଣ୍ଣଙ୍କ ସମେତ ୨୩ ଜଣ ଅଧିକାରୀଙ୍କୁ ପୋଲିସ ପଦକ ମିଳିଛି । ଡିଏସପି ପ୍ରମୋଦ କୁମାର ରଥ, ଭିଜିଲାନ୍ସ ଏଏସଆଇ ଶିବ ନାରାୟଣ ରଥଙ୍କୁ ବିଶିଷ୍ଟ ସେବା ପାଇଁ ରାଷ୍ଟ୍ରପତି ପଦକ ଦିଆଯାଇଛି । ସେହିଭଳି ଭଲ ପ୍ରଦର୍ଶନ ପାଇଁ ଡିଏସପି ଇତି ଦାସ, ଏସିପି ମାନସ ରଂଜନ ଗଡନାୟକଙ୍କ ସହ ମୋଟ ୧୧ ଜଣଙ୍କୁ ମଧ୍ୟ ପୁଲିସ ପଦକ ପ୍ରଦାନ କରାଯାଇଛି ।