ସୁନା ଦୋକାନୀଙ୍କ ସାମ୍ବାଦିକ ସମ୍ମିଳନୀ । ସୁନାରେ ଖାଦ ମିଶିବା ନେଇ ସରକାରଙ୍କ ତଥ୍ୟକୁ ଖଣ୍ଡନ କଲା ରାଜ୍ୟ ଜୁଏଲାରୀ ସଂଘ ।

578

କନକ ବ୍ୟୁରୋ : ସୁନାରେ ମିଶୁଛି ଖାଦ । ରାଜ୍ୟ ସରକାରଙ୍କ ଏପରି ତଥ୍ୟକୁ ଖଣ୍ଡନ କଲା ରାଜ୍ୟ ଜୁଏଲରୀ ସଂଘ । କଟକରେ ଏକ ସାମ୍ବାଦିକ ସମ୍ମିଳନୀ କରି ସରକାରଙ୍କ ତଥ୍ୟକୁ ଖଣ୍ଡନ କରିଛି ସଂଘ । ଏକାଠି ହୋଇ ଗହଣା ବ୍ୟବସାୟୀମାନେ କହିଛନ୍ତି, ସରକାରଙ୍କ ଏପରି ତଥ୍ୟ ଯୋଗୁଁ ଗ୍ରାହକଙ୍କ ବହୁ ପ୍ରଶ୍ନର ସମ୍ମୁଖୀନ ହେବାକୁ ପଡୁଛି । ଆଗାମୀ ଦିନରେ ମନ୍ତ୍ରୀ ଏଭଳି ବିବୃତି ଦେବା ପୂର୍ବରୁ ଯତ୍ନବାନ ହେବେ ବୋଲି ସଂଘ ଆଶା ରଖିଥିବା ଏହି ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି ।