୭ରେ ବିଧାନସଭାରେ ଆଗତ ହେବ କାମଚଳା ବଜେଟ! ନିର୍ବାଚନ ପୂର୍ବରୁ ଶେଷ ବଜେଟରେ ଭଣ୍ଡାର ଖୋଲିବେ କି ନବୀନ?

189

କନକ ବ୍ୟୁରୋ : ଆଜି ସନ୍ଧ୍ୟାରେ ରାଜ୍ୟ ମନ୍ତ୍ରିପରିଷଦ ଅତିରିକ୍ତ ବଜେଟକୁ ଅନୁମୋଦନ ଦେଇଛି । ଏପ୍ରିଲ ମାସରେ ସାଧାରଣ ନିର୍ବାଚନ ହେବାକୁ ଯାଉଥିବା ବେଳେ, ଆସନ୍ତା ଆର୍ଥିକ ବର୍ଷର ୪ ମାସ ପାଇଁ ପ୍ରାୟ ୫୬ ହଜାର କୋଟି ଟଙ୍କାର ଅତିରିକ୍ତ ବଜେଟ୍ ଗୃହୀତ ହୋଇଥିବା ସୂଚନା ମିଳିଛି । କାଳିଆ ଭଳି ଯୋଜନା ପାଇଁ ଆବଶ୍ୟକ ଅର୍ଥ ଖର୍ଚ୍ଚକୁ ବର୍ତମାନ ପାଇଁ ଆକସ୍ମିକ ପାଣ୍ଠିରୁ ଦିଆଯାଇଥିବାରୁ ସେହି ବ୍ୟୟବରାଦକୁ ବିଧାନସଭାରେ ମଂଜୁୁରୀ ଦିଆଯିବ ।

ବିଧାନସଭାରେ ଅର୍ଥ ମନ୍ତ୍ରୀ ଶଶୀଭୂଷଣ ବେହେରା ଆସନ୍ତା ୭ ତାରିଖରେ ଏହି ଅତିରିକ୍ତ ବଜେଟ୍ ଉପସ୍ଥାପିତ କରିବେ । କୃଷି ଓ ଶିଳ୍ୱ କ୍ଷେତ୍ରରେ ବିକାଶ ପାଇଁ ବଜେଟରେ ବିଶେଷ କିଛି ବ୍ୟବସ୍ଥା କରାଯାଇପାରେ ବୋଲି ବିଶ୍ୱସ୍ତ ସୁତ୍ରରୁ ସୂଚନା ମିଳିଛି । ବିଧାନସଭାରେ ରାଜ୍ୟ ସରକାରଙ୍କ ଶେଷ ବଜେଟ ଉପସ୍ଥାପନ ପୂର୍ବରୁ କିଛି ଜନକଲ୍ୟାଣକାରୀ ଯୋଜନା ବଜେଟରେ ସ୍ଥାନ ପାଇପାରେ ଅର୍ଥନୀତି ବିଶେଷଜ୍ଞ ମତ ପ୍ରକାଶ କରିଛନ୍ତି ।ଅନ୍ୟପଟରେ ମନ୍ତ୍ରୀପରିଷଦ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ସଂକ୍ଷିପ୍ତ କ୍ୟାବିନେଟ୍ ବୈଠକରେ ତିନିଟି ବିଭାଗର ଚାକିରି ସର୍ତାବଳୀ ଓ ପଦୋନ୍ନତି କମିଟିର ପୁନର୍ଗଠନକୁ ସଂଶୋଧନ କରାଯାଇଛି ।