ରାଜ୍ୟ ସରକାରଙ୍କ ନିଷ୍ପତି: ଅନୁସୂଚିତ ଜାତି ଓ ଜନଜାତି ଅଧିନରେ ଥିବା ୬୫ଟି ଆଶ୍ରମ ସ୍କୁଲକୁ ହାଇସ୍କୁଲରେ ପରିଣତ କରାଯିବ

36

କନକ ବ୍ୟୁରୋ: ଅନୁସୂଚିତ ଜାତି ଓ ଜନଜାତି ଅଧିନରେ ଥିବା ୬୫ଟି ଆଶ୍ରମ ସ୍କୁଲକୁ ହାଇସ୍କୁଲରେ ପରିଣତ କରାଯିବାକୁ ରାଜ୍ୟ ସରକାର ନିଷ୍ପତି ନେଇଛନ୍ତି । ପୁର୍ବରୁ ଏହି ସ୍କୁଲରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାଦାନର ବ୍ୟବସ୍ଥା ଥିଲା । ଏବେ ଏହି ସ୍କୁଲରେ ନବମ ଏବଂ ଦଶମ ଶ୍ରେଣୀ ଖୋଲାଯିବ । ଏହି ସୂଚନା ଦେଇଛନ୍ତି ଅନୁସୂଚିତ ଜାତି ଓ ଜନଜାତି ମନ୍ତ୍ରୀ ରମେଶ ମାଝି ।

ସେହିପରି ୩୯ଟି ହାଇସ୍କୁଲକୁ ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ପରିବର୍ତ୍ତନ କରାଯିବ । ପୁର୍ବରୁଏହି ସ୍କୁଲରେ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାଦାନର ବ୍ୟବସ୍ଥା ଥିବାବେଳେ ଏବେ ଯୁକ୍ତଦୁଇ ବିଜ୍ଞାନ ଏବଂ ବାଣିଜ୍ୟ ଖୋଲାଯିବ । ଏହି ପ୍ରକ୍ରିୟା ୨୦୧୮-୧୯ ଶିକ୍ଷାବର୍ଷରେ କାର୍ଯ୍ୟକାରୀ ହେବ ବୋଲି ଜଣାପଡିଛି ।