ଉଜ୍ୱଳା ବିବାଦ ନେଇ କେନ୍ଦ୍ର ସରକାରଙ୍କୁ ଦାୟୀ କଲେ ରାଜ୍ୟ ସରକାର

23

ଉଜ୍ୱଳା ଯୋଜନାରେ ଓଡିଶାର ବିଭିନ୍ନ ସ୍ଥାନରେ ଏଲପିଜି ବଂଟନ ସମୟରେ ଦେଖାଦେଇଥିବା ଉତେଜନା ପାଇଁ ପରୋକ୍ଷରେ କେନ୍ଦ୍ର ସରାକରଙ୍କୁ ଦାୟୀ କରିଛନ୍ତି ରାଜ୍ୟ ସରାକର । ଏଲପିଜି ବଂଟନ ପାଇଁ ହେଉଥିବା ମେଳାରେ ପୋଲିସ ଓ ପ୍ରଶାସନର ସହାୟତା ନିଆଯାଉ ନଥିବାରୁ ଆଇନଶୃଙ୍ଖଳା ପରିସ୍ଥିତିକୁ ଏଡାଇଦିଆଯାଇପାରୁ ନଥିବା କହିଛି ରାଜ୍ୟ । ଏନେଇ ମୁଖ୍ୟ ଶାସନ ସଚିବ କେନ୍ଦ୍ର ତୈଳ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରାଳୟ ସଚିବଙ୍କୁ ଚିଠି ଲେଖି ଜଣାଇଛନ୍ତି।

ଓଡିଶାର ବିଭିନ୍ନ ସ୍ଥାନରେ ଉଜ୍ୱଳା କ୍ୟାମ୍ପରେ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହେବାପରେ ରାଜ୍ୟ ସରାକରଙ୍କୁ ସୁରକ୍ଷା ଯୋଗାଇବା ପାଇଁ ନିର୍ଦେଶ ଦେଇଥିଲେ କେନ୍ଦ୍ର ସରକାର । ଏହାର ଉତ୍ତର ରଖି ରାଜ୍ୟ ସରକାର କହିଛନ୍ତିି ତୈଳ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରାଳୟ ଓ ଅଏଲ ମାର୍କେଟିଂ କମ୍ପାନି ମିଳିତ ଭାବେ ଉଜ୍ୱଳା ଯୋଜନା କ୍ୟାମ୍ପ ଆୟୋଜନ କରୁଥିବା ବେଳେ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ନେତା ମାନେ ସାମିଲ ହେଉଥିବା କହିଛନ୍ତି ମୁଖ୍ୟ ଶାସନ ସଚିବ। ଫଳରେ ଜନ ଅସନ୍ତୋଷ ବୃଦ୍ଧି ପାଇବା ସହ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେଉଥିବା ଦର୍ଶାଯାଇଛି । ଏଣୁ ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଜନପ୍ରତିନିଧିଙ୍କୁ ସାମିଲ କରିବା ପାଇଁ କେନ୍ଦ୍ରକୁ ସୁପାରିଶ କରିଛନ୍ତି ରାଜ୍ୟ ସରକାର ।