ସାମ୍ବାଦିକଙ୍କ ପାଇଁ ଭଣ୍ଡାର ଖୋଲିଲେ ରାଜ୍ୟ ସରକାର ! ସ୍ୱାସ୍ଥ୍ୟବୀମା, ମୃତ୍ୟୁକାଳୀନ ସହାୟତା ସହ ଅନେକ କିଛି ସୁବିଧା ଯୋଗାଇଦେବାକୁ ନିଷ୍ପତି ।

91

ଓଡିଶାର ସାମ୍ବାଦିକଙ୍କ ପାଇଁ ବଡ ଘୋଷଣା କରିଛନ୍ତି ରାଜ୍ୟ ସରକାର । ବର୍ତ୍ତମାନ ରାଜ୍ୟ ସରକାର ସାମ୍ବାଦିକମାନଙ୍କ ପାଇଁ ଭଣ୍ଡାର ଖୋଲିଛନ୍ତି । ଯେଉଁଥିରେ ରାଜ୍ୟର ସାମ୍ବାଦିକମାନେ ବିଭିନ୍ନ ପ୍ରକାର ସୁବିଧା ପାଇବାରେ ଉପକୃତ ହେବେ ।

ରାଜ୍ୟ ସରକାରଙ୍କ ୮ଟି ବଡ ଘୋଷଣା:

୧. ଯଦି କୌଣସି କାର୍ଯ୍ୟରତ ସାମ୍ବାଦିକଙ୍କ ମୃତ୍ୟୁ ହେଉଛି ତାଙ୍କ ପରିବାରକୁ ୪ଲକ୍ଷ ଟଙ୍କାର ଆର୍ଥିକ ସହାୟତା ।

୨. ଏହାସହ ଡି.ଏମ.ଇ.ଟି ସ୍ୱୀକୃତି ସହ ସ୍ୱାସ୍ଥ୍ର୍ୟବୀମା ପାଇଁ ୨ ଲକ୍ଷ ଟଙ୍କାର ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର ।

୩. ୪ ଚକିଆ ଯାନ କିଣିଲେ ୪ଲକ୍ଷ ଟଙ୍କା ଋଣ ପର୍ଯ୍ୟନ୍ତ ୩ ପ୍ରତିଶତ ସୁଧ ଛାଡ । ଋଣ ପ୍ରଦାନ କରିଥିବା ସାମ୍ବାଦିକ ତାଙ୍କର ନିୟମିତ ଦେୟ ପ୍ରଦାନ କରିସାରିବା ପରେ ଏହି ସୁଧ ଛାଡ ପରିମାଣ ପ୍ରତି ବର୍ଷ ପ୍ରଦାନ କରିବେ ।

୪. କୌଣସି କାରଣରୁ କାର୍ଯ୍ୟରତ ସାମ୍ବାଦିକ ଦୁର୍ଘଟଣାରେ ଅର୍କମଣୀୟ ହୋଇ ପଡିଲେ ସେମାନଙ୍କୁ ୨ଲକ୍ଷ ଟଙ୍କାର ସହାୟତା ମିଳିବ ।

୫. ଏହାସହ ସାମ୍ବାଦିକ ମାନଙ୍କୁ ଗୃହ ଋଣ ମଧ୍ୟ ମିଳିବ, ଯାହା ୩ପ୍ରତିଶତ ହିସାବରେ ୨୫ ଲକ୍ଷ ଟଙ୍କାର ଗୃହ ଋଣ ଦେବେ ରାଜ୍ୟ ସରକାର ।

୬. ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଦୁଇ ଚକିଆ ଯାନ ଋଣ ଉପରେ ୩ ପ୍ରତିଶତ ସୁଧ ଛାଡ ପାଇଁ ନିଷ୍ପତି । ସାମ୍ବାଦିକ ତାଙ୍କର ନିୟମିତ ଦେୟ ପ୍ରଦାନ କରିସାରିବା ପରେ ଏହି ସୁଧ ଛାଡ ପରିମାଣ ପ୍ରତି ବର୍ଷ ପ୍ରଦାନ କରିବେ ।

୭. ମୃତ ସାମ୍ବାଦିକ ପିଲାମାନଙ୍କ ପାଇଁ ଶିକ୍ଷା କ୍ଷେତ୍ରରେ ଆର୍ଥିକ ସହାୟତା କରିବେ ରାଜ୍ୟ ସରକାର । ମୃତ ସାମ୍ବାଦିକଙ୍କ ପିଲାମାନଙ୍କୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ୧୫୦୦ ଟଙ୍କା ଏବଂ ଉଚ୍ଚଶିକ୍ଷା ପାଇଁ ୨୫୦୦ ଟଙ୍କାର ଆର୍ଥିକ ସହାୟତା ଦେବା ପାଇଁ ନିଷ୍ପତି ।

୮. ସାମ୍ବାଦିକ ମାନଙ୍କୁ ବୃତ୍ତିଗତ ପ୍ରଶିକ୍ଷଣ ଦେବାପାଇଁ ସରକାର ସହାୟତା ଯୋଗାଇଦେବେ । ଆଇ.ଆଇ.ଏମ.ସି ପରି ସଂସ୍ଥା ଗୁଡିକରେ ୨୫ରୁ ୩୫ ଜଣ ସାମ୍ବାଦିକଙ୍କୁ ରାଜ୍ୟ ଭିତରେ ୩ ଦିନିଆ, ୧ସପ୍ତାହ କିମ୍ବା ୨ ସପ୍ତାହ ପର୍ଯ୍ୟନ୍ତ ପ୍ରଶିକ୍ଷଣ ଦିଆଯିବ ।

ରାଜ୍ୟ ସରକାର ୫ ବର୍ଷିୟା ବ୍ଲକ ପିରିୟଡ ମଧ୍ୟରେ ଜଣକା ପିଛା ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ବହନ କରିବେ । ଏହି ସବୁ ସୁବିଧା ତୁରନ୍ତ କାର୍ଯ୍ୟକାରୀ ପାଇଁ ମୁଖ୍ୟମନ୍ତ୍ରୀ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସେହିଭଳି ଗତ ୩୧ ତାରିଖ ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କର୍ମଜୀବୀ ସାମ୍ବାଦିକ ମାନଙ୍କ ପାଇଁ “ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଯୋଜନା” କାର୍ଯ୍ୟକାରୀ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୩,୨୩୩ ଜଣ କର୍ମଜୀବୀ ସାମ୍ବାଦିକମାନଙ୍କ ପାଇଁ ଜୁନ ପହିଲାରୁ ଏହି ସ୍ୱାସ୍ଥ୍ୟବୀମା ଲାଗୁ କରାଯାଇଛି ।