କନକ ବ୍ୟୁରୋ : ଦାଦନ ଚାଲାଣ ରୋକିବାକୁ ସରକାରଙ୍କ ବଡ ପଦକ୍ଷେପ । ଦୁଇଟି ଜିଲ୍ଲା ପାଇଁ ୧୩୪ କୋଟିର ପ୍ୟାକେଜ୍ ଘୋଷଣା । ବଲାଙ୍ଗୀର ଓ ନୂଆପଡାର ୩୦ ପଂଚାୟତରେ କରାଯିବ ସ୍ୱତନ୍ତ୍ର କାର୍ଯ୍ୟକ୍ରମ । ଆଜି ଶ୍ରମମନ୍ତ୍ରୀ ସୁଶାନ୍ତ ସିଂଙ୍କ ଅଧକ୍ଷତାରେ ବଲାଙ୍ଗୀର ଡିଆରଡିଏରେ ବସିଥିବା ବୈଠକ ପରେ ଏହି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରାଯାଇଛି ।

ଏହି ଦୁଇଟି ଜିଲ୍ଲାରୁ ବାରମ୍ବାର ଦାଦାନ ଚାଲାଣ ନେଇ ଅଭିଯୋଗ ଆସିବା ପରେ ସରକାର ଏହି ପଦକ୍ଷେପ ନେଇଛନ୍ତି । କିଭଳି ଦାଦାନ ଚାଲାଣକୁ ରୋକା ଯାଇପାରିବ ସେ ନେଇ ବ୍ଲୁପ୍ରିଂଟ ପ୍ରସ୍ତୁତ ହୋଇଛି ।