ବାବୁ ଆଗରେ ନେତା ପଛରେ : ରାଜ୍ୟ ସରକାରଙ୍କ ଫୁଡ୍ କମିଶନକୁ ନେଇ ଉଠିଲା ପ୍ରଶ୍ନ

42

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ନବୀନ ସରକାରରେ ବ୍ୟତିକ୍ରମ । ଅଫିସର ଆଗରେ, ପଛରେ ନେତା । ପ୍ରଥମ ଥର ପାଇଁ ଅଫିସରଙ୍କୁ ରିପୋର୍ଟ କରିବେ ନେତା । ପ୍ରଥମ କରି ଗଠନ ହୋଇଥିବା ଓଡିଶା ଫୁଡ୍ କମିଶନରେ ସରକାର କରିଛନ୍ତି ଏଭଳି ବ୍ୟବସ୍ଥା । ବରିଷ୍ଠ ଆଇଏଏସ୍ ରଙ୍ଗଲାଲ୍ ଜାମୁଡାଙ୍କୁ କମିଶନର ଅଧ୍ୟକ୍ଷ ପଦବୀ ମିଳିଥିବା ବେଳେ , ପୂର୍ବତନ ବିଧାୟିକା ସିପ୍ରା ମଲ୍ଲିକଙ୍କୁ ମିଳିଛି ସଦସ୍ୟା ପଦ । ୧୯୮୧ ବ୍ୟାଚ୍ ଓଡିଶା କ୍ୟାଡର ଆଇଏଏସ ହେଉଛନ୍ତି ଜାମୁଡା । ସେ ପୂର୍ବରୁ କେନ୍ଦ୍ର ଖାଦ୍ୟ ପ୍ରକ୍ରିୟାକରଣ ମନ୍ତ୍ରାଳୟ ସଚିବ ଥିଲେ । ଜାମୁଡାଙ୍କୁ ଏବେ ମୁଖ୍ୟ ସଚିବ ପାହ୍ୟା ସୁବିଧା ମିଳିବ । ଆଉ କମିଶନର ସଦସ୍ୟା ସିପ୍ରା ମଲ୍ଲିକଙ୍କୁ ମିଳିବ ପ୍ରମୁଖ ସଚିବ ପାହ୍ୟା ସୁବିଧା । ସେପଟେ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ସିପ୍ରା ମଲ୍ଲିକ । କହିଛନ୍ତି, କମିଶନ ଅଧ୍ୟକ୍ଷ ଓ ସଦସ୍ୟ ମିଳିତ ଭାବେ କାମ କରିବୁ । ମୋତେ କୌଣସି ନିର୍ଦେଶ ଦେବାର ସାହାସ ତାଂକର ନାହିଁ ।

ନବୀନ ସରକାରରେ ଏହେବ ପ୍ରଥମ ଘଟଣା , ଯେଉଁଠି ଅଫିସରଙ୍କୁ ରିପୋର୍ଟ କରିବେ ନେତା । ବୋଧହୁଏ ଏଭଳି ବ୍ୟତିକ୍ରମ ଆଗରୁ କେବେ ଦେଖିବାକୁ ମିଳିନଥିଲା । ଯେକୌଣସି କମିଶନ ହେଉ ଅବା କମିଟି, ଅଧ୍ୟକ୍ଷ ସିଟରେ ବସୁଥିଲେ ନେତା । ଏପରିକି କିଛି ସୋସାଇଟିରେ ବି ପୁରୁଣା ନେତାଙ୍କୁ ଥଇଥାନ କରୁଥିଲେ ସରକାର । ବରିଷ୍ଠ ତଥା ଅବସରପ୍ରାପ୍ତ ଅଫିସରଙ୍କୁ ବି ଗୁରୁତ୍ୱପୂର୍ଣ୍ଣ ପଦ ପଦବୀ ମିଳୁଥିଲା । ତେବେ ଫୁଡ କମିଶନ କ୍ଷେତ୍ରରେ ଘଟିଛି ବ୍ୟତିକ୍ରମ । ଅଫିସରଙ୍କୁ ରିପୋର୍ଟ କରିବେ ନେତା ।