ତେଜୁଛି ରାଜ୍ୟ ଫିଲ୍ମ ପୁରସ୍କାର ବିବାଦ ! ଫେସବୁକରେ ପ୍ରଶଂସକଙ୍କ ସମର୍ଥନ ଲୋଡିଲେ ଅଭିନେତ୍ରୀ ମହାଶ୍ୱେତା

22

କନକ ବ୍ୟୁରୋ :  ସୋସିଆଲ ମିଡିଆରେ ରାଜ୍ୟ ଫିଲ୍ମ ପୁରସ୍କାର ବିବାଦ । ଫେସବୁକରେ ପ୍ରଶଂସକଙ୍କ ସମର୍ଥନ ଲୋଡିଛନ୍ତି ଅଭିନେତ୍ରୀ ମହାଶ୍ୱେତା ରାୟ । ଗତକାଲି ପୁରସ୍କାର ଚୟନକୁ ନେଇ ପ୍ରଶ୍ନ ଉଠାଇଥିଲେ ମହାଶ୍ୱେତା । ପୁରସ୍କାର ଘୋଷଣା ପରେ ମହାଶ୍ୱେତା ଅସନ୍ତୋଷ ବ୍ୟକ୍ତ କରିଥିଲେ । ମହାଶ୍ୱେତା ଶ୍ରେଷ୍ଠ ପାର୍ଶ୍ୱ ଅଭିନେତ୍ରୀ ଭାବେ ମନୋନୀତ ହୋଇଛନ୍ତି । ତେବେ ‘ଚିନି’ ପାଇଁ ପୁରସ୍କାର ମିଳିଥିଲେ ଖୁସି ହୋଇଥାନ୍ତେ ବୋଲି ମହାଶ୍ୱେତା କହିଛନ୍ତି ।

ରାଜ୍ୟ ଫିଲ୍ମ ପୁରସ୍କାର ଚୟନରେ ଅନୀୟମିତତା ହେଉଥିବା ନେଇ ମହାଶ୍ୱେତା ସଂକେତ ଦେଇଛନ୍ତି । ଏବଂ ଏନେଇ ସଚେତନ ପ୍ରଶଂସକ ମାନେ ଏକାଠି ହୋଇ ସ୍ୱର ଉଠାଇବାକୁ ସେ ଆହ୍ୱାନ ଦେଇଛନ୍ତି । ଗତକାଲି ୨୮ ତମ ରାଜ୍ୟ ଫିଲ୍ମ ପୁରସ୍କାର ଘୋଷଣା ହୋଇଛି । ଏଥିରେ ଫିଲ୍ମ ‘ଦେଲେ ଧରା କଥା ସରେ’ ପାଇଁ ମହାଶ୍ୱେତାଙ୍କୁ ଶ୍ରେଷ୍ଠ ପାଶ୍ୱ ଅଭିନେତ୍ରୀ ଭାବେ ଘୋଷଣା କରାଯାଇଛି । ଏହାକୁ ନେଇ ସେ ଅସନ୍ତୋଷ ପ୍ରକାଶ କରିଥିଲେ । ଆର ପଟେ ସଂସ୍କୃତି ମନ୍ତ୍ରୀ ଅଶୋକ ପଣ୍ଡା ପୁରସ୍କାର ଚୟନରେ କୌଣସି ଅସଂଗତି ନଥିବା କହିଥିଲେ । ସମସ୍ତଙ୍କ ସହମତି ଭିତିରେ ପୁରସ୍କାର ପାଇଁ ନାମ ଘୋଷଣା ହୋଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି ।