ଓଡିଆ ଚଳଚ୍ଚିତ୍ର ଓ ଟେଲି ଜଗତର ପୁରସ୍କାର ଘୋଷଣା ! ‘ଚିନି’ ଶ୍ରେଷ୍ଠ ଚଳଚ୍ଚିତ୍ର ଓ ‘ସିନ୍ଦୁରବିନ୍ଦୁୁ’ ଶ୍ରେଷ୍ଠ ଧାରିବାହିକ

210

କନକ ବ୍ୟୁରୋ : ଅଠେଇଶି ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା । ୨୭ଟି ବିଭାଗରେ ଘୋଷଣା ହୋଇଛି ପୁରସ୍କାର । ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ‘ଚିନି’କୁ ପୁରସ୍କାର ଲାଗି ମନୋନୀତ କରାଯାଇଛି । ସେହିପରି ଶ୍ରେଷ୍ଠ ଅଭିନେତା ଭାବେ ସମରେଶ ରାଉତ ରାୟ, ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଲିପି ଓ ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ଅଜୟ ରଥଙ୍କୁ ମନୋନୀତ କରାଯାଇଛି ।

ଗୁଡଲୀ ରଥଙ୍କୁ ‘ତୁ କହିବୁ ମୁଁ’ ସିନେମା ପାଇଁ ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକ ଭାବେ ମନୋନୀତ ହୋଇଛନ୍ତି । ସର୍ବୋଚ୍ଚ ସମ୍ମାନ ଜୟଦେବ ପୁରସ୍କାର ପାଇବାକୁ ବିଶିଷ୍ଟ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକଙ୍କୁ ମନୋନୀତ କରାଯାଇଛି । ଏହା ସହିତ ପଂଚମ ଟେଲି ପୁରସ୍କାର ଘୋଷଣା କରାଯାଇଛି । ୨୦ଟି ବିଭାଗରେ ପୁରସ୍କାର ଘୋଷଣା କରାଯାଇଛି । ଶ୍ରେଷ୍ଠ ଟେଲି ଧାରାବାହିକ ଭାବେ ‘ସିନ୍ଦୁରବିନ୍ଦୁ’ ପୁରସ୍କାର ପାଇବାକୁ ମନୋନୀତ ହୋଇଛି ।

ତେବେ ଆଜିର ଏହି ୨୮ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଲାଭ କରିଥିବା ସିନେ-କଳାକାରମାନଙ୍କ ନାମ ତାଲିକା ନିମ୍ନରେ ପ୍ରଦାନ କରାଗଲା ।

ଜୟଦେବ ପୁରସ୍କାର -ପ୍ରଣବ କିଶୋର ପଟ୍ଟନାୟକ

ଶେଷ୍ଠ ଚଳଚ୍ଚିତ୍ର- ଚିନି

ଶ୍ରେଷ୍ଠ ନିର୍ଦ୍ଦେଶକ – ଅଜୟ ରଥ (ନାମର୍ଦ)

ଶ୍ରେଷ୍ଠ ଅଭିନେତା- ସମରେଶ ରାଉତରାୟ (ନାମର୍ଦ)

ଶ୍ରେଷ୍ଠ ଅଭିନେତ୍ରୀ -ସଙ୍ଗୀତା ମହାପାତ୍ର (ଲିପି) (ମୀମାଂସା)

ଶ୍ରେଷ୍ଠ ପାର୍ଶ୍ୱ ଅଭିନେତା- ମୀନକେତନ (ମୀମାଂସା)

ଶ୍ରେଷ୍ଠ ପାର୍ଶ୍ୱ ଅଭିନେତ୍ରୀ – ମହାଶ୍ୱେତା ରାୟ ( ଦେଲେ ଧରା କଥା ସରେ)

ଶ୍ରେଷ୍ଠ ପାର୍ଶ୍ୱ ହାସ୍ୟାଭିନେତା- ଚିତ୍ତରଂଜନ ତ୍ରିପାଠୀ ( ଲଭ ୟୁ ଜେସିକା)

ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକ- ଗୁଡୁଲି ରଥ ( ତୁ କହିବୁ ନା ମୁଁ)

ଶ୍ରେଷ୍ଠ କାହାଣୀକାର-ଦିଲୀପ ଚୌଧୁରୀ (ନାମର୍ଦ)

ଶ୍ରେଷ୍ଠ ଚିତ୍ରନାଟ୍ୟକାର- ଦିଲୀପ ଚୌଧୁରୀ (ନାମର୍ଦ)

ଶ୍ରେଷ୍ଠ ସଂଳାପକାର- ଦିଲୀପ ଚୌଧୁରୀ( ଲଭ ୟୁ ଜେସିକା)

ଶ୍ରେଷ୍ଠ ଗୀତିକାର – ସୁବ୍ରତ ସ୍ୱାଇଁ ( ଅଗସ୍ତ୍ୟ)

ଶ୍ରେଷ୍ଠ ଚିତ୍ରଗ୍ରହଣକାରୀ – ଦିଲୀପ ରାୟ ( ଚିନି)

ଶ୍ରେଷ୍ଠ ଗାୟକ -ଶଶାଙ୍କ ( ତୁ କହିବୁ ନା ମୁଁ)

ଶ୍ରେଷ୍ଠ ଗାୟିକା- ମହାଲକ୍ଷ୍ମୀ ଆୟାର୍ ( ମୀମାଂସା)

ଶ୍ରେଷ୍ଠ ସଂପାଦକ- ସୁକୁମାର ମଣି -( ଲଭ ୟୁ ଜେସିକା )

ଶ୍ରେଷ୍ଠ ଶିଶୁ ଅଭିନେତ୍ରୀ – ତିଥିରୁପା ବହିଦାର ( ଚିନି)

ଶ୍ରେଷ୍ଠ କଳା ନିର୍ଦ୍ଦେଶକ- ଦେବେନ ଅମାତ୍ ( ଚିନି)

ଶ୍ରେଷ୍ଠ ରୂପସଜ୍ଜାକାରୀ- ସମରେଶ ପାଲ୍ ( ତୁ କହିବୁ ନା ମୁଁ)

ଶ୍ରେଷ୍ଠ ନୃତ୍ୟ ନିର୍ଦ୍ଦେଶକ -ବବି ଇସଲାମ୍ (ଚିନି)

ଶ୍ରେଷ୍ଠ ଶଦ୍ଦ ଗ୍ରହଣକାରୀ -ସୁବାସ ସାହୁ ( ମୀମାଂସା)

ଶ୍ରେଷ୍ଠ ପୋଷାକ ସଜ୍ଜାକାରୀ -ସନ୍ତୋଷ କୁମାର ଦଳେଇ( ମୀମାଂସା)

ସ୍ୱତନ୍ତ୍ର ଜୁରି ପୁରସ୍କାର- ବିଦିତା ବାଗ (ନାମର୍ଦ)