ରାଜ୍ୟ ଚଳଚିତ୍ର ପୁରସ୍କାର ପ୍ରଦାନ ଉତ୍ସବ । ୨୬ ଜଣ ବ୍ୟକ୍ତିତ୍ୱଙ୍କୁ ଦିଆଗଲା ସମ୍ମାନ

ରାଜ୍ୟ ଚଳଚିତ୍ର ପୁରସ୍କାର ପ୍ରଦାନ ଉତ୍ସବ

81

କନକ ବ୍ୟୁରୋ : ୨୯ ତମ ରାଜ୍ୟ ଓଡିଆ ଚଳଚିତ୍ର ପୁରସ୍କାର ବିତରଣ ଉତ୍ସବ ଭୁବନେଶ୍ୱର ଉତ୍କଳ ମଣ୍ଡପରେ ଅନୁଷ୍ଠିତ ହୋଈଯାଇଛି । ଏହି ପୁରସ୍କାର ବିତରଣ ସମାରୋହରେ ୨୬ ଜଣ ବ୍ୟକ୍ତିତ୍ୱଙ୍କୁ ସମ୍ମାନୀତ କରାଯାଇଥିଲା । ଓଡିଆ ସିନେମା ଜଗତରେ ଜୀବନ ବ୍ୟାପୀ ଅବଦାନ ଯୋଗୁଁ ରବିଶଙ୍କର ପଟ୍ଟନାୟକଙ୍କୁ ଜୟଦେବ ପୁରସ୍କାର ରେ ସମ୍ନାନୀତ କରାଯାଇଛି । ଶ୍ରେଷ୍ଠ ଚଳଚିତ୍ର ପୁରସ୍କାର ହାତେଇ ନେଇଛି ହେଲୋ ଆରସି । ଶ୍ରେଷ୍ଠ ଅଭିନେତା ସମ୍ମାନ ପାଇଛନ୍ତି ହେଲୋ ଆରସି ରେ ଅଭିନୟ କରିଥିବା ପ୍ରାର୍ଥସାରଥୀ ରାୟ ।

ଲୈଲା ଓ ଲୈଲା ଫିଲ୍ମରେ ଅଭିନୟ କରିଥିବା ଅଭିନେତ୍ରୀ ସନ୍ମୀରା ନାଗେଶ ଙ୍କୁ ମିଳିଛି ଶ୍ରେଷ୍ଠ ଅଭିନେତ୍ରୀ ର ପୁରସ୍କାର । ସେପଟେ ମୁଁ ଖାଂଟି ଓଡିଆ ଝିଅ ଗୀତରେ କଣ୍ଠଦାନ କରିଥିବା ଅସୀମା ପଣ୍ଡାଙ୍କୁ ମିଳିଛି ଶ୍ରେଷ୍ଠ ପ୍ରଛଦପଟ ଗାୟୀକା ଆୱାର୍ଡ । ସଂସ୍କୃତି ମନ୍ତ୍ରୀ ଅଶୋକ ପଣ୍ଡା ଉତ୍ସବରେ ସାମିଲ ହୋଇ ପୁରସ୍କାର ପ୍ରଦାନ କରିଥିଲେ । ଏହି ଅବସରରେ ମନ୍ତ୍ରୀ କହିଛନ୍ତି ରାଜ୍ୟ ସରକାର କଳାକ୍ଷେତ୍ରରେ ବହୁତ ଗୁରୁତ୍ୱପୂର୍ଣ ପଦକ୍ଷେପ ନେଇଛନ୍ତି ।