ଆଜି ବସିବ ରାଜ୍ୟ ମନ୍ତ୍ରୀ ପରିଷଦ ବୈଠକ: ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସଚିବାଳୟରେ ସନ୍ଧ୍ୟାରେ ହେବ ଆଲୋଚନା

୨୦୧୯-୨୦ ଆର୍ଥିକ ବର୍ଷ ନିମନ୍ତେ ବଜେଟରେ ବିଭିନ୍ନ ଦିଗ ଉପରେ ବିସ୍ତୃତ ଭାବେ ହେବ ଆଲୋଚନା

173

କନକ ବ୍ୟୁରୋ: ଆଜି ବସିବ ରାଜ୍ୟ ମନ୍ତ୍ରୀ ପରିଷଦ ବୈଠକ । ଆଜି ସଚିବାଳୟରେ ସନ୍ଧ୍ୟା ୫ଟା ୪୫ ମିନିଟରେ ଅନୁଷ୍ଠିତ ହେବ ରାଜ୍ୟ ମନ୍ତ୍ରୀ ପରିଷଦ ବୈଠକ। ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଧ୍ୟକ୍ଷତା କରିବେ। ଆସନ୍ତା ୨୫ ତାରିଖରୁ ଆରମ୍ଭ ହେଉଛି ଷୋଡ଼ଶ ବିଧାନସଭା ଅଧିବେଶନ।

ଏଥିରେ ରାଜ୍ୟର ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ ହେବ। ତେବେ ଆଜିର ମନ୍ତ୍ରୀ ପରିଷଦ ବୈଠକରେ ରାଜ୍ୟ ପାଇଁ ୨୦୧୯-୨୦ ଆର୍ଥିକ ବର୍ଷ ନିମନ୍ତେ ବଜେଟର ବିଭିନ୍ନ ଦିଗ ଉପରେ ବିସ୍ତୃତ ଭାବେ ଆଲୋଚନା ହେବ। ବଜେଟରେ କେଉଁ କେଉଁ କ୍ଷେତ୍ରକୁ ପ୍ରାଧାନ୍ୟ ଦିଆଯିବ ତା’ ଉପରେ ବି ଆଲୋଚନା ହେବ। ବଜେଟର ଆକାର କେତେ ହେବ ତାହା ମଧ୍ୟ ଚୂଡ଼ାନ୍ତ ହେବ।