ମନ୍ତ୍ରିପରିଷଦ ବୈଠକରେ ନିଷ୍ପତି ! ଆସନ୍ତା ୪ରେ ବିଧାନସଭାରେ ଉପସ୍ଥାପିତ ହେବ ୧୨,୭୬୮ କୋଟିର ଅତିରିକ୍ତ ବଜେଟ୍

26

କନକ ବ୍ୟୁରୋ: ୨୦୧୮-୧୯ ବର୍ଷ ପାଇଁ ୧୨ ହଜାର ୭୬୮ କୋଟିର ଅତିରିକ୍ତ ବଜେଟକୁ ମନ୍ତ୍ରିପରିଷଦ ବୈଠକରେ ଅନୁମୋଦନ କରାଯାଇଛି । ଆସନ୍ତା ୪ ତାରିଖରେ ବିଧାନସଭାରେ ଉପସ୍ଥାପିତ ହେବ ଅତିରିକ୍ତ ବଜେଟ୍ । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ ମନ୍ତ୍ରିପରିଷଦ ବୈଠକ ବସିଥିଲା । ମନ୍ତ୍ରିପରିଷଦ ବୈଠକ ଶେଷ ପରେ ପ୍ରତିକ୍ରିୟା ରଖିଛନ୍ତି ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ।

ଅର୍ଥମନ୍ତ୍ରୀଙ୍କ କହିବା ମୂତାବକ ଚଳିତ ସାଧାରଣ ବଜେଟରେ ବିଭିନ୍ନ ପ୍ରକଳ୍ପ ଅସମ୍ପୂର୍ଣ୍ଣ ରହିଛି । ସେଗୁଡିକୁ ଗୁରତ୍ୱ ଦେଇ କାର୍ଯ୍ୟ ସମ୍ପନ କରିବା ପାଇଁ ଏହି ଅତିରିକ୍ତ ବଜେଟ୍ କୁ ମନ୍ତ୍ରିପରିଷଦ ବୈଠକରେ ମଂଜୁରୀ ମିଳିଛି । ରାଜ୍ୟ ସରକାର ଅନେକ ସମୟରେ ନୂତନ ଯୋଜନା ଘୋଷଣା କରୁଛନ୍ତି । ଯେପରିକି ସ୍ୱାସ୍ଥ୍ୟ, ସାମାଜିକ, ଏବଂ ଗରୀବଙ୍କ ଆର୍ଥିକ ବିକାଶ ପାଇଁ ଗୁରୁତ୍ୱ ଦେଇଛନ୍ତି । ସେଗୁଡିକର ସଫଳ ରୁପାୟନ ପାଇଁ ଏହି ଅତିରିକ୍ତ ବଜେଟ୍ ର କାର୍ଯ୍ୟକାରିତା ଆବଶ୍ୟକ ରହିଛି ।

ଯେଉଁଥିରେ ସାମାଜିକ ଏବଂ ଅର୍ଥନୀତିର ବିକାଶ ହୋଇପାରିବ । ତେବେ ୨୦୧୮-୧୯ ସାଧାରଣ ବଜେଟ୍ ରେ ଯେଉଁଭଳି ଭାବେ ସୋସିଆଲ ଡେଭଲପମେଣ୍ଟକୁ ଗୁରୁତ୍ୱ ଦିଆଇଥିଲା । ସେଥି ମଧ୍ୟରୁ କିଛି ପ୍ରକଳ୍ପକୁ ଏହି ଅତିରିକ୍ତ ବଜେଟ୍ ଜରିଆରେ ସମ୍ପୂର୍ଣ୍ଣ କରାଯିବ ବୋଲି ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା କହିଛନ୍ତି ।