ମହାନଦୀ ଜଳ ବିବାଦ ପ୍ରସଙ୍ଗ : ଆଜି କ୍ୟାବିନେଟ୍ ବୈଠକରେ ନିଷ୍ପତି

31

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଆଜି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ । ମହାନଦୀ ପ୍ରସଙ୍ଗରେ ଅଧିକ ଆଲୋଚନା ପାଇଁ ଏହି ବୈଠକ ରାଜ୍ୟ ସଚିବାଳୟରେ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ବୈଠକରେ ଦିଲ୍ଲୀରେ ମହାନଦୀ ବିବାଦ ନେଇ ହୋଇଥିବା ତ୍ରିପାକ୍ଷିକ ବୈଠକ ନେଇ ଆଲୋଚନା ହେବ ଏବଂ ପରବର୍ତୀ ରଣନୀତି ପ୍ରସ୍ତୁତ ହେବ ବୋଲି ଜଣାପଡିଛି।

ଗତକାଲି ନୂଆ ଦିଲ୍ଲୀରେ ବସିଥିବା ବୈଠକ ବିଫଳ ହୋଇଛି । ଛତିଶଗଡ ଓ ଓଡିଶା ମହାନଦୀ ପ୍ରସଙ୍ଗରେ ନିଜ ନିଜ ଜିଦରେ ଅଟଳ ରହିଛନ୍ତି।