ରାଜ୍ୟ କ୍ୟାବିନେଟରେ ୧୬ଟି ପ୍ରସ୍ତାବକୁ ମଞ୍ଜୁରୀ । ବିଶ୍ୱବିଦ୍ୟାଳୟ ହେବ ଏଏସବିଏମ କଲେଜ ।

ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ୧୬ଟି ପ୍ରସ୍ତାବ ଉପରେ ବାଜିଛି ରାଜ୍ୟ କ୍ୟାବିନେଟ ମୋହର ।

440

କନକ ବ୍ୟୁରୋ: ସଚିବାଳୟରେ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକରେ ୧୬ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ୧୬ଟି ପ୍ରସ୍ତାବ ଉପରେ ବାଜିଛି ରାଜ୍ୟ କ୍ୟାବିନେଟ ମୋହର । କାଳିଆ ଯୋଜନାରେ ପରିବର୍ତନ କରାଯାଇଛି । ଏହି ଯୋଜନାରେ ୧ ଲକ୍ଷ ପରିବର୍ତେ ୫ ଲକ୍ଷ ଜମିହୀନଙ୍କୁ ମିଳିବ ସହାୟତା । ଏଥିପାଇଁ କ୍ୟାବିନେଟରେ ଗ୍ରୀନ୍ ସିଗନାଲ୍ ମିଳିଛି । ହ୍ୟାଣ୍ଡିକ୍ୟାପ୍ ପଲିସି-୨୦୧୯ରୁ ଅନୁମୋଦନ ମିଳିଛି । ସେହିପରି ଏସିଆନ୍ ମ୍ୟାନେଜମେଂଟ କଲେଜକୁ ବିଶ୍ୱବିଦ୍ୟାଳୟ ମାନ୍ୟତା ପ୍ରସ୍ତାବକୁ ଅନୁମତି ଦିଆଯାଇଛି ।

ଏହାସହ ଗ୍ରାମାଂଚଳକୁ ପାଇପ୍ ଜଳ ଯୋଗାଣ ନେଇ ୫ଟି ଟେଣ୍ଡରକୁ ଅନୁମତି ପ୍ରଦାନ କରିଛି ରାଜ୍ୟ କ୍ୟାବିନେଟ୍ । କେନ୍ଦୁଝର, ଖୋର୍ଦ୍ଧା, ଅନୁଗୁଳ, ମୟୂରଭଂଜରେ ଗାଁକୁ ପାଇପ୍ ଯୋଗେ ପାଣି ଯୋଗାଇବା ପାଇଁ ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟକାରୀ କରିବାକୁ ନିଷ୍ପତି ହୋଇଛି । ସଚିବାଳୟ ଡାଟା ଏଣ୍ଟ୍ରି ଅପରେଟର କ୍ୟାଡର ରୁଲରେ ସଂଶୋଧନ ହେବ। ଡାଟା ଏଣ୍ଟ୍ରି ଅପରେଟରଙ୍କ ପଦୋନ୍ନତି ପାଇଁ ୨ଟି ସ୍ତର ବୃଦ୍ଧି ନିଷ୍ପତ୍ତି ହୋଇଛି। କ୍ୟାବିନେଟ ବୈଠକରେ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ନେଇ ୫ଟି ଟେଣ୍ଡରକୁ ଅନୁମୋଦନ ଦିଆଯାଇଛି।

ଭଦ୍ରକ ଜିଲ୍ଲାର ଲୁଣିପାଣି ଅଂଚଳକୁ ପାଇପ ପାଣି ଯୋଗାଣ ହେବ। ଏହା ଦ୍ୱାରା ଜିଲ୍ଲାର ୫ଟି ବ୍ଲକ ଉପକୃତ ହେବେ। ଏହି ପ୍ରକଳ୍ପରେ ମୋଟ ୭୫୪ କୋଟି ଟଙ୍କା ଖର୍ଚ୍ଚ ହେବ। କେନ୍ଦୁଝର ଜିଲ୍ଲାରେ ପାନୀୟ ଜଳ ପାଇଁ ୯୭୯ କୋଟି ଟେଣ୍ଡର ମଂଜୁରୀ ହୋଇଛି। ସେହିଭଳି ଅନୁଗୁଳ ଜିଲ୍ଲାର ଖଣି ଅଂଚଳରେ ପାନୀୟ ଜଳ ପାଇଁ ୭୦୮ କୋଟି ଟଙ୍କା ଖର୍ଚ୍ଚ କରାଯିବ। କେନ୍ଦୁଝର ଓ ଅନୁଗୁଳ ଜିଲ୍ଲା ପାଇଁ ଡିଏମ୍ଏଫ ପାଣ୍ଠିରୁ ଖର୍ଚ୍ଚ ହେବ। ଖୋର୍ଦ୍ଧା ଓ ଢେଙ୍କାନାଳ ଜିଲ୍ଲାରେ ପାନୀୟ ଜଳ ପାଇଁ ୩୧୫ କୋଟି ଟଙ୍କା ଖର୍ଚ୍ଚ ହେବ।