ରାଜ୍ୟ କ୍ୟାବିନେଟ ବୈଠକ ଶେଷ ! ୩ଟି ପ୍ରସ୍ତାବରେ ବାଜିଲା କ୍ୟାବିନେଟ ମୋହର  

474

କନକ ବ୍ୟୁରୋ : ରାଜ୍ୟ କ୍ୟାବିନେଟରେ ୩ଟି ପ୍ରସ୍ତାବ ଉପରେ ବାଜିଲା ମୋହର । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ଓଡିଶା ସଚିବାଳୟ ସେବା ନିଯୁକ୍ତି ପ୍ରଣାଳୀ ଓ ଚାକିରି ସର୍ତ୍ତାବଳି ନିୟମ ସଂଶୋଧନ କରାଯାଇଛି । ଏହି ନିୟମ ମୁତାବକ ଉପବିଭାଗ ପଦବୀରୁ ପଦୋନ୍ନତି ପାଇଁ ଚାକିରି ଅଭିଜ୍ଞତା ସର୍ତ୍ତକୁ ୧୨ ବର୍ଷରୁ ୮ ବର୍ଷକୁ ହ୍ରାସ କରିବାକୁ କ୍ୟାବିନେଟରେ ନିଷ୍ପତି ନିଆଯାଇଛି ।

ଓଡିଶା ପୋଲିସ ସେବା ଓ ଓଡିଶା ସଶସ୍ତ୍ର ପୋଲିସ ସେବାର ବିଭାଗୀୟ ପଦୋନ୍ନତି ପାଇଁ ଓଡିଶା ପୋଲିସ ସର୍ଭିସ ଏବଂ ଓଡିଶା ଆର୍ମଡ ପୋଲିସ ନିୟମ ୨୦୧୩ର ସଂଶୋଧନ କରାଯାଇଛି । ସେହିଭଳି ଓଡିଶା ସରକାରୀ ଡ୍ରାଇଭର ନିୟମାବଳୀରେ ମଧ୍ୟ ସଂଶୋଧନ କରାଯିବା ନେଇ କ୍ୟାବିନେଟରେ ନିଷ୍ୱତି ନିଆଯାଇଛି ।