ବଜେଟ ପୂର୍ବରୁ ରାଜ୍ୟସରକାରଙ୍କ ପ୍ରସ୍ତୁତି ! ଅର୍ଥମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅତିଥିଭବନରେ ଗୁରୁତ୍ୱପୂର୍ଣ୍ଣ ବୈଠକ

22

କନକ ବ୍ୟୁରୋ : ବଜେଟ୍ ପୂର୍ବରୁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ରାଜ୍ୟ ସରକାର । ଏନେଇ ଆଜି ରାଜ୍ୟ ଅତିଥି ଭବନଠାରେ ଏକ ବୈଠକ ଆରମ୍ଭ ହୋଇଛି । ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରାଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଆୟୋଜିତ ହୋଇଛି । ଏଥିରେ ଅର୍ଥ ସଚିବ ତୁହିନକାନ୍ତ ପାଣ୍ଡେ ଉପସ୍ଥିତ ରହିଥିବା ବେଳେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ଉଚ୍ଚ ଅଧିକାରୀମାନେ ଉପସ୍ଥିତ ଅଛନ୍ତି । ସେମାନେ ନିଜ ନିଜ ବିଭାଗ ପକ୍ଷରୁ ପ୍ରସ୍ତାବ ଦେବେ । ଏହା ସହ ପୂର୍ବତନ ଅର୍ଥମନ୍ତ୍ରୀ ଏବଂ ଆମନ୍ତ୍ରିତ ବିଶେଷଜ୍ଞମାନେ ମଧ୍ୟ ଉପସ୍ଥିତ ରହିଛନ୍ତି । ସମସ୍ତଙ୍କ ପ୍ରସ୍ତାବକୁ ଗୁରୁତ୍ୱଦେଇ ରାଜ୍ୟ ସରକାର ଆସନ୍ତା ୨୦୧୭-୧୮ ଆର୍ଥିକ ବର୍ଷର ବଜେଟ ପ୍ରସ୍ତୁତ କରିବେ । ଆସନ୍ତା ଫେବୃଆରୀରେ ଓଡିଶା ବିଧାନସଭାର ବଜେଟ୍ ଅଧିବେଶନ ହେବାର ସମ୍ଭାବନା ରହିଛି ।