ରାଜ୍ୟରେ ଅପରାଜିତାଙ୍କୁ ମିଳିଲା ନୂଆ ଦାୟିତ୍ୱ । ଦଳକୁ ଅଧିକ କ୍ରିୟାଶୀଳ କରିବା ପାଇଁ ନେତାଙ୍କ ମଧ୍ୟରେ ବଣ୍ଟାଗଲା ଦାୟିତ୍ୱ

ରାଜ୍ୟରେ ଅପରାଜିତାଙ୍କୁ ମିଳିଲା ନୂଆ ଦାୟିତ୍ୱ

466

କନକ ବ୍ୟୁରୋ : ଭାରତୀୟ ଜନତା ପାର୍ଟି ପକ୍ଷରୁ ଆଜି ଦଳର ବରିଷ୍ଠ ନେତାମାନଙ୍କୁ ବିଭିନ୍ନ ପ୍ରକାର ଗୁରୁତ୍ୱପୂର୍ଣ୍ଣ ପଦବୀ ହସ୍ତାନ୍ତର କରାଯାଇଥିବା ସୂଚନା ମିଳିଛି । ନିର୍ବାଚନ ପାଖେଇ ଆସୁଥିବାରୁ ସବୁ ଦଳ ଏବେ ଚଳଚଞ୍ଚଳ ହୋଇ ପଡିଛନ୍ତି । ଆଗାମୀ ଦିନରେ ରାଜ୍ୟରେ କିପରି ଭାବରେ ଦଳ ଭଲ ପ୍ରଦର୍ଶନ କରିବ ସେନେଇ ଦଳ ଋଣନୀତି ପ୍ରସ୍ତୁତ କରୁଛି ।

ତେବେ ମିଳିଥିବା ସୂଚନା ଅନୁସାରେ, କେନ୍ଦ୍ରୀୟ ଯୋଜନା ଅନ୍ତର୍ଗତ ଲାଭାର୍ଥୀ ସମ୍ପର୍କ ବିଭାଗର ମୁଖ୍ୟ ଭାବରେ ଅବସରପ୍ରାପ୍ତ ପ୍ରଶାସିକା ଅପରାଜିତା ଷଡଙ୍ଗୀଙ୍କୁ ଦାୟିତ୍ୱ ଦିଅ।ଯାଇଥିବା ସମୟରେ ଆଇନ ଓ ସୂଚନା ଅଧିକାର ସେବାର ମୁଖ୍ୟ ଭାବେ ଓଡିଶା ନ୍ୟାୟାଳୟର ବରିଷ୍ଠ ଓକିଲ ପୀତାମ୍ବର ଆଚାର୍ଯ୍ୟଙ୍କୁ ଦାୟିତ୍ୱ ଦିଆଯାଇଛି । ସେହିପରି ଭାବରେ ସାମାଜିକ ଓ ଗଣମାଧ୍ୟମ କାର୍ଯ୍ୟକୁ ଅଧିକ କ୍ରିୟାଶୀଳ କରିବା ପାଇଁ ରାଜ୍ୟ ମୁଖପାତ୍ର ଗୋଲକ ମହାପାତ୍ର ଓ ରାଜ୍ୟ ସମ୍ପାଦିକା ଶ୍ରୀମତି ଲେଖାଶ୍ରୀ ସାମନ୍ତସିଂହାରଙ୍କୁ ଦାୟିତ୍ୱ ଦିଆଯାଇଥିବା ବିଜେପି ଉପ ରାଜ୍ୟସଭାପତି ସମୀର ମହାନ୍ତି ସୂଚନା ଦେଇଛନ୍ତି ।