ଭୁବନେଶ୍ୱରରେ ବିଜେପିର ତିନିଦିନିଆ କାର୍ଯ୍ୟକାରିଣୀ ବୈଠକ

27

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଭୁବନେଶ୍ୱରରେ ବିଜେପିର ୩ ଦିନିଆ କାର୍ଯ୍ୟକାରିଣୀ ବୈଠକ ବସିଛି । ଏଥିରେ ବିଜେପିର ରାଜ୍ୟ ପ୍ରଭାରୀ ଅରୁଣ ସିଂହ ଯୋଗ ଦେଇଛନ୍ତି । ବିଜେଡି ସରକାରର ଅପରାଗତା ବିରୋଧରେ ରାଜ୍ୟରେ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ସୂଚନା ଦେଇଛନ୍ତି ଅରୁଣ ସିଂହ । ୧୫ରୁ ୨୦ ସେପ୍ଟେମ୍ବର ଭିତରେ ରାଜ୍ୟର ସମସ୍ତ ଜିଲ୍ଲାର ସହର ମହକୁମାରେ ବିକ୍ଷୋଭ ପ୍ରଦର୍ଶନ କରାଯିବ,ଏହାସହ ନଭେମ୍ବରରେ ରାଜଧାନୀରେ ଏକ ବିରାଟ ରାଲିର ଆୟୋଜନ କରାଯିବ । ବିଧାନସଭା ଘେରାଉ କରିବ ବିଜେପି । କେବଳ ଏତିକି ନୁହେଁ ଭାରତଛାଡ ଆନ୍ଦୋଳନର ୭୫ ବର୍ଷ ପାଳନ କରିବ ବିଜେପି । ଏଥିପାଇଁ ସମଗ୍ର ଦେଶରେ ଦେଶଭକ୍ତି ଆୟୋଜନର କାର୍ଯ୍ୟକ୍ରମ କରାଯିବ । ଓଡିଶାରେ ମଧ୍ୟ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯିବ ବୋଲି କହିଛନ୍ତି ବିଜେପି ରାଜ୍ୟ ପ୍ରଭାରି ଅରୁଣ ସିଂହ ।