ବେରୋଜଗାରୀଙ୍କୁ ଷ୍ଟେଟ ବ୍ୟାଙ୍କ ଦେଉଛି ସୁବର୍ଣ୍ଣ ସୁଯୋଗ ! ଏସବିଆଇର ଏହି ଯୋଜନାରେ ପାଇପାରିବେ ମାସିକ ୧୫ ହଜାର ଟଙ୍କା , ଜାଣନ୍ତୁ କିଭଳି କରିବେ ଆବେଦନ

41

ଆପଣ ଏବେ ଦେଶର ସବୁଠୁ ବଡ଼ ବ୍ୟାଙ୍କ ଏସବିଆଇ (ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ) ସହ ମିଳିତ ସହଯୋଗରେ ଟଙ୍କା କମାଇ ପାରିବେ । ଆପଣ ବ୍ୟାଙ୍କ ସହ ମିଶି ପ୍ରତିମାସରେ ପ୍ରାୟ ୧୬ ହଜାର ଟଙ୍କା ଆୟ କରିପାରିବେ । ଏସବିଆଇ ଫାଉଣ୍ଡେସନ, ୟୁଥ ଅଫ ଇଣ୍ଡିଆ ଫେଲୋସିପ ପ୍ରୋଗ୍ରାମ ଆରମ୍ଭ କରିଛି । ଏହି ପ୍ରୋଗ୍ରାମରେ ପ୍ରବେଶ କରି ଆପଣ ଗ୍ରାମୀଣ ଅଞ୍ଚଳ ଗୁଡିକୁ ଯାଇ ପିଲାମାନଙ୍କୁ ପାଠ ପଢାଇବା ସହ ଅନ୍ୟ କାମ ମଧ୍ୟ କରିପାରିବେ । ଏହି କାମରେ ଯୋଗ ଦେବା ପରେ ଆପଣଙ୍କୁ ପ୍ରତି ମାସରେ ୧୫ ହଜାର ଟଙ୍କା ଷ୍ଟାଇପେଣ୍ଟ ମିଳିବା ସହ ଯାତାୟତରେ ଖର୍ଚ୍ଚ ହେଉଥିବା ଟଙ୍କା ବାବଦକୁ ଅଲଗା ୧ ହଜାର ଟଙ୍କା ମିଳିପାରିବ । ଏଥିରେ ଆବେଦନର ସମୟ ସୀମା ଜୁନ ୧ ତାରିଖରୁ ଆରମ୍ଭ କରି ଜୁନ ୫ ତାରିଖ ପର୍ୟ୍ୟନ୍ତ ରହିଛି ।

SBI-L-PTI-2ଏସବିଆଇର ଏହି ପ୍ରୋଗ୍ରାମ ଅନୁଯାୟୀ, ଆପଣଙ୍କୁ ପ୍ରାୟ ୧୩ ମାସ ଏକ ଏନଜିଓ ସହ ମିଶି ଗାଁ ଅଞ୍ଚଳ ଗୁଡିକରେ କାମ କରିବାକୁ ପଡିବ । ଏଥିରେ ଆପଣ ପିଲାଙ୍କୁ ପାଠ ପଢାଇବା ସହ ଅନ୍ୟାନ୍ୟ କାମ ମଧ୍ୟ କରିବାକୁ ପଡିବ । ଏହା ବଦଳରେ ଏସବିଆଇ ତରଫରୁ କର୍ମକର୍ତ୍ତା ମାନଙ୍କୁ ମାସିକ ୧୫ ହଜାର ଟଙ୍କା ମିଳିବା ସହ ବାଟ ଖର୍ଚ୍ଚ ବାବଦକୁ ଅଲଗା ୧ ହଜାର ଟଙ୍କା ମିଳିବ ।

ଯୋଗ୍ୟତା :
ଏଥିରେ ଯୋଗ ଦେବା ପାଇଁ ହେଲେ ଆପଣଙ୍କ ସର୍ବ ନିମ୍ନ ବୟସ ୨୧ ଏବଂ ସର୍ବାଧିକ ୩୧ ବର୍ଷ ହୋଇଥିବା ଆବଶ୍ୟକ । ଏସବିଆଇ ୟୁଥ ଫେଲୋସିପରେ ଯୋଡି ହେବାକୁ ହେଲେ ଆପଣ କୌଣସି ଏକ ମାନ୍ୟତା ପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ସ୍ନାତକ ପତ୍ର ହାସଲ କରିଥିବା ଜରୁରୀ ଅଟେ ।
କିପରି କରିବେ ଆବେଦନ :
ଏସବିଆଇ ୟୁଥ ଫେଲୋସିପରେ ଆବେଦନ କରିବା ପାଇଁ ପ୍ରଥମେ www.youthforindia.org କୁ ଯାଇ ସେଠାରେ ଏହି ପ୍ରୋଗ୍ରାମ ସମ୍ବନ୍ଧୀୟ ସମସ୍ତ ତଥ୍ୟକୁ ଭଲ ଭାବରେ ପଢି ଏଥିରେ ଆବେଦନ କରିପାରିବେ ।