ଚାକିରି ନେଇ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ପ୍ରକାଶ କଲା ବିଜ୍ଞପ୍ତି ! ଜାଣନ୍ତୁ କିଭଳି କରିବେ ଆବେଦନ ।

43

ଷ୍ଟେଟ୍ ବ୍ୟାଙ୍କ ଅଫ ଇଣ୍ଡିଆ (ଏସବିଆଇ) ପକ୍ଷରୁ ରିସର୍ଚ୍ଚ ଆନାଲିଷ୍ଟ ପଦ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏଦି ପଦ ନିମନ୍ତେ ଆବେଦନ କରିବା ପାଇଁ ଇଚ୍ଛୁକ ଏବଂ ଯୋଗ୍ୟ ଆଶାୟୀମାନେ ୧୮ ଜୁନ ୨୦୧୮ ପୂର୍ବରୁ ଆବେଦନ କରିପାରିବେ । ତେବେ ଜାଣନ୍ତୁ ଏହି ପଦ ପାଇଁ କଣ ରହିଛି ଯୋଗ୍ୟତା ।

ପଦର ନାମ – ରିସର୍ଚ୍ଚ ଆନାଲିଷ୍ଟ

ପଦ ସଂଖ୍ୟା – ସମୁଦାୟ ୩ଟି ପଦ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଦରମା – ବାର୍ଷିକ ୫୦ ଲକ୍ଷ ଟଙ୍କା ।

ଯୋଗ୍ୟତା – ଆବେଦନ କରୁଥିବା ଆଶାୟୀମାନେ କୌଣସି ମାନ୍ୟତାପ୍ରାପ୍ତ ସଂସ୍ଥାନରୁ ପୋଷ୍ଟ ଗ୍ରାଜୁଏସନ ଇନ ଡିପ୍ଲୋମା ( ପିଜିଡିଏମ୍ ) ଏବଂ ଏମବିଏର ଡିଗ୍ରୀ ହାସଲ କରିଥିବା ଆବଶ୍ୟକ ।

ଆବେଦନ ଶୁଳ୍କ – ଏହି ପଦ ନିମନ୍ତେ ଆବେଦନ କରିବା ପାଇଁ ସାଧାରଣ ବର୍ଗର ଆଶାୟୀମାନଙ୍କୁ ୬୦୦ ଟଙ୍କା ଏବଂ ସଂରକ୍ଷିତ ବର୍ଗଙ୍କ ପାଇଁ ୧୦୦ ଟଙ୍କା ଫି ଭରିବାକୁ ପଡିବ ।

ଚୟନ ପ୍ରକ୍ରିୟା – ଆଶାୟୀମାନଙ୍କର ଚୟନ ଇଣ୍ଟରଭ୍ୟୁ ମାଧ୍ୟମରେ କରାଯିବ ।

ଅନ୍ତିମ ତାରିଖ – ୧୮ ଜୁନ ୨୦୧୮

ଆବେଦନ ପ୍ରକ୍ରିୟା – ଇଚ୍ଛୁକ ଆଶାୟୀମାନେ ଷ୍ଟେଟ୍ ବ୍ୟାଙ୍କର ଅଫିସିଆଲ ୱେବସାଇଟ ରେ ଲଗ ଇନ କରି ଆବେଦନ କରିପାରିବେ । ଅଧିକ ବିବରଣୀ ପାଇଁ ଏସବିଆଇର ବିଜ୍ଞପ୍ତିକୁ ଫଲୋ କରିପାରିବେ ।