ବାଲେଶ୍ୱର : ଗ୍ୟାସ୍ କଟରରେ ଏଟିଏମ କାଟି ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

19

କନକ ବ୍ୟୁରୋ : ଷ୍ଟେଟବ୍ୟାଙ୍କ ଏଟିଏମରୁ ଲୁଟ୍ । ଗ୍ୟାସ୍ କଟରରେ ଏଟିଏମ କାଟି ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ । ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ମେଡିକାଲ ନିକଟରେ ଥିବା ଏସବିଆଇ ଏଟିଏମରୁ ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି । ଆଜି ବଡଦିନ ଥିବାରୁ ଗତକାଲି କମ୍ପାନୀ ତରଫରୁ ଏହି ଏଟିଏମ କାଉଁଟରରେ ବହୁ ପରିମାଣରେ ଟଙ୍କା ଜମା ହୋଇଥିଲା । ଘଟଣାସ୍ଥଳରେ ପୋଲିସ ପହଂଚି ତଦନ୍ତ ଜାରି ରଖିଛି ।