ଗ୍ରାହକଙ୍କ ସୁରକ୍ଷା ପାଇଁ ଏସବିଆଇ ଆଣିଛି ବିଶେଷ ଫିଚର : ଏଟିଏମକୁ ମନଇଚ୍ଛା କରିପାରିବେ ସ୍ୱିଚ୍ ଅଫ୍/ଅନ୍, କେହି କରିପାରିବେନି ଏହାର ଅପବ୍ୟବହାର

ଏସବିଆଇର ବିଶେଷ ଫିଚର

545

ଦେଶର ସବୁଠାରୁ ବଡ ଜନସାଧାରଣଙ୍କ ବ୍ୟାଙ୍କ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ(ଏସବିଆଇ) ନିଜ ଗ୍ରାହକଙ୍କୁ ଯେକୌଣସି ପ୍ରକାରର ଠକେଇ ମାମଲାରୁ ବଂଚିବା ପାଇଁ ଲଗାତାର ସଚେତନ କରେ । ବ୍ୟାଙ୍କ ତରଫରୁ ଲଗାତାର ମେସେଜ୍ କରି ସଚେତନ କରାଯାଏ କି, କାହାକୁ ବି ନିଜର ଏଟିଏମ୍ ପିନ୍ ଓ ସିଭିଭି ସମେତ ଅନ୍ୟ ଗୋପନୀୟ ତଥ୍ୟ ସେୟାର କରନ୍ତୁନି । ଗୋପନୀୟ ତଥ୍ୟ ଆଧାରରେ କେହି ଆପଣଙ୍କ ଖାତାରୁ ଚୋରି କରିପାରିବ । ପୁଣି ଥରେ ଏସବିଆଇ ନିଜର କୋଟି କୋଟି ଗ୍ରାହକଙ୍କ ସୁରକ୍ଷା ପାଇଁ ବିଶେଷ ଫିଚର୍ ନେଇକି ଆସିଛି ।

ନୂଆ ଫିଚରରେ ଏଟିଏମ୍ କାର୍ଡର ବ୍ୟବହାର ନହେଲେ ତାକୁ ସ୍ୱିଚ୍ ଅଫ୍ ଓ ଆବଶ୍ୟକତା ପଡିଲେ ତାକୁ ସ୍ୱିଚ୍ ଅନ୍ ବି କରିପାରିବେ । ଏହା ଦ୍ୱାରା ଆପଣଙ୍କ ଏଟିଏମ୍ କାର୍ଡର କୌଣସି ପ୍ରକାରର ଅପବ୍ୟବହାର ହେବନି ଏବଂ ଆପଣଙ୍କ ଆକାଉଣ୍ଟ ସଂପୂର୍ଣ୍ଣ ରୂପେ ସୁରକ୍ଷିତ ରହିବ । ଚଳିତ ସମୟରେ ବଢ଼ୁଥିବା ସାଇବର କ୍ରାଇମକୁ ଦେଖି ଏହି ଫିଚର ବହୁତ ଉପଯୋଗୀ । ଏହାର ବ୍ୟବହାର କରି ଆପଣ ଠକାମିରୁ ବଂଚିପାରିବେ ।

ଏମିତି କରନ୍ତୁ ସ୍ୱିଚ ଅଫ୍ : ଏସବିଆଇର ଅଫିସିଆଲ ୱେବସାଇଟରେ ଦିଆଯାଇଥିବା ସୂଚନା ଅନୁସାରେ, ଏହି ସର୍ଭିିସର ନାମ ‘ଏସବିଆଇ କ୍ୱିକ୍’ ଆପ୍ ଡାଉନଲୋଡ୍ କରିବାକୁ ହେବ । ଏହି ଆପ୍ ଆଣ୍ଡ୍ରଏଡ୍, ଆଇଓଏସ୍ ଓ ୱିଣ୍ଡୋଜ୍ ତିନୋଟି ପ୍ଲାଟଫର୍ମ ପାଇଁ ଉପଲବ୍ଧ । ଆପ୍ କୁ ରେଜିଷ୍ଟଡ ନମ୍ବରରେ ହିଁ ଡାଉନଲୋଡ୍ କରନ୍ତୁ ।

ଷ୍ଟେପ୍ :

• ଆପ୍ କୁ ଡାଉନଲୋଡ୍ କରିବା ପରେ ସର୍ବପ୍ରଥମେ ରେଜିଷ୍ଟ୍ରେସନ୍ ଉପରେ କ୍ଲିକ୍ କରନ୍ତୁ ଓ ମଗାଯାଇଥିବା ତଥ୍ୟ ଦିଅନ୍ତୁ ।

• ଏହାପରେ ଏଟିଏମ୍ କାର୍ଡ କନଫିଗ୍ରେସନ୍ ରେ ଓ ଏହାପରେ ଏଟିଏମ୍ କାର୍ଡ ସ୍ୱିଚ୍ ଅନ୍/ଅଫ୍ ଉପରେ କ୍ଲିକ୍ କରନ୍ତୁ ।

• ଏବେ କାର୍ଡର ଶେଷ ୪ ଡିଜିଟକୁ ଟାଇପ୍ କରି ଚେନାଲ୍ସକୁ ଯାଇ କ୍ଲିକ୍ କରନ୍ତୁ ।

• ଏହାପରେ ମୋବାଇଲର ସ୍କ୍ରିନ୍ ରେ ଆପଣଙ୍କୁ ଏକ ମେସେଜ୍ ଦେଖାଦେବ, ତା’ ଉପରେ କ୍ଲିକ୍ କରନ୍ତୁ ।

• ଏମିତି କରିବା ଦ୍ୱାରା ଏଟିଏମ୍ କମ୍ ଡେବିଟ୍ କାର୍ଡ ଅଫ୍ ହୋଇଯିବ ଏବଂ ଏହା ଦ୍ୱାରା କେହି ବି ଏଟିଏମ୍ କିମ୍ବା ଅନ୍ୟ ପ୍ରକାରର ଟ୍ରାଂଜେକ୍ସନ୍ କରିପାରିବେନି ।