ଗୁଗୁଲ କମ୍ପାନିରୁ ଚାକିରି ଛାଡି ସିଙ୍ଗଡା ବିକୁଛନ୍ତି ଏମବିଏ ଛାତ୍ର ! ବାର୍ଷିକ ଟର୍ଣ୍ଣଓଭର ୫୦ ଲକ୍ଷରୁ ଅଧିକ

113

ଭାରତରେ ଷ୍ଟାର୍ଟଅପ ବ୍ୟବସାୟ ଏକ ଟ୍ରେଣ୍ଡ ପାଲଟିଗଲାଣି । ଷ୍ଟାଟଅପ ବ୍ୟବସାୟରେ ପାଦ ଦେବା ପାଇଁ ଭାରତର ଯୁବଗୋଷ୍ଠୀ ବଡ ବଡ କମ୍ପାନିର ଚାକିରିକୁ ମଧ୍ୟ ପ୍ରତ୍ୟାଖାନ କରୁଛନ୍ତି । ଏହାର ଅନେକ ଉଦାହରଣ ଦେଖିବାକୁ ମିଳିଛି । କିନ୍ତୁ ମୁମ୍ବାଇର ମୁନାଫ କପାଡିଆଙ୍କ ଷ୍ଟାର୍ଟଅପ ବ୍ୟବସାୟର କାହାଣୀ ଶୁଣିଲେ ଆଶ୍ଚର୍ଯ୍ୟ ହେବେ । ଗୁଗୁଲ ଭଳି କମ୍ପାନିରୁ ଚାକିରି ଛାଡି ସିଙ୍ଗଡା ବିକ୍ରି ବ୍ୟବସାୟ ଆରମ୍ଭ କରିଛନ୍ତି ମୁନାଫ ।

543145472ମୁ୍ମ୍ବାଇର ମୁନାଫ କପାଡିଆ । ଏମବିଏ ପାଠ୍ୟକ୍ରମ ଶେଷ କରିବା ପରେ ଗୁଗୁଲ ଭଳି ବଡଳ କମ୍ପାନିରେ ଉଚ୍ଚ ଦରମାରେ ଚାକିରି କରିଥିଲେ । କିନ୍ତୁ ଷ୍ଟାର୍ଟଅପ ବ୍ୟବସାୟ ପାଇଁ ଏହି ଚାକିରିକୁ ମଧ୍ୟ ପଛ କରିଦେଇଥିଲେ ମୁନାଫ । ଗୁଗୁଲ ଭଳି କମ୍ପାନିରେ ଚାକିରି ଛାଡି ସିଙ୍ଗଡା ବିକ୍ରି କରିବା ଆରମ୍ଭ କରିଥିଲେ । ତେବେ ସିଙ୍ଗଡା ବିକ୍ରି କରିବା ଆଇଡିଆ ପଛରେ ମଧ୍ୟ ଏକ କାହାଣୀ ରହିଛି ।

ମୁନାଫଙ୍କ ମା’ ନଫିସା ପ୍ରିତିଦିନ ଟିଭି ଦେଖିବାରେ ଅଧିକ ସମୟ ବିତାଇଥାନ୍ତି । କିନ୍ତୁ ମୁନାଫ ଚାହୁଁଥିଲେ ତାଙ୍କ ମା’ ସର୍ବଦା ଅନ୍ୟକାମରେ ବ୍ୟସ୍ତ ରୁହୁନ୍ତୁ । ତେବେ ମା’ଙ୍କୁ ବ୍ୟସ୍ତ ରଖିବା ପାଇଁ ସେ ଏକ ଷ୍ଟାର୍ଟଅପ ବ୍ୟବସାୟ ଆରମ୍ଭ କରିବାକୁ ସ୍ଥିର କରିଥିଲେ । ଏଥିପାଇଁ ମା’ଙ୍କ ହାତରେ ସମୋସା ତିଆରି କରି ବିକ୍ରି କରିବାକୁ ଯୋଜନା କଲେ ମୁନାଫ । କାରଣ ମୁନାଫ ଯେଉଁ ଅଞ୍ଚଳରେ ବାସ କରୁଥିଲେ ସେଠାରେ ସମୋସା ଏକ ପ୍ରସିଦ୍ଧ ଖାଦ୍ୟ । ମୁନାଫଙ୍କ ମା’ ମଧ୍ୟ ସ୍ୱାଦିଷ୍ଟ ସମୋସା ତିଆରି କରନ୍ତି । ଏପରିକି ତାଙ୍କ ମା’ ବିଭିନ୍ନ ପ୍ରକାର ସମୋସା ତିଆରି କରିବାର ଛୋଟବେଳୁ ଦେଖି ଆସିଥିଲେ ମୁନାଫ ।

973221-93589884ମା’ଙ୍କ ଭିତରେ ଥିବା ପ୍ରତିଭାକୁ ଉପଯୋଗ କରି ସେ ବ୍ୟବସାୟ କରିବାକୁ ମନ ବଳାଇଲେ । କିନ୍ତୁ ଏହି ବ୍ୟବସାୟ ବଜାରରେ ଚାଲିବ କି ନାହିଁ ତାହା ଜାଣିବା ପାଇଁ ଏକ ନିଆରା ଉପାୟ ଆପଣାଇଥିଲେ ମୁନାଫ । ବ୍ୟବସାୟ ଆରମ୍ଭ କରିବା ପୂର୍ବରୁ ଘରକୁ କିଛି ଝିଅଙ୍କୁ ଡାକି ମା’ହାତରେ ପ୍ରସ୍ତୁତ ହୋଇଥିବା ସିଙ୍ଗଡା ଖୁଆଇ ଜାଣିବାକୁ ଚାହିଁଥିଲେ କି ଏହା ତାଙ୍କୁ କିପରି ଲାଗୁଛି । ଝିଅମାନେ ସିଙ୍ଗଡାକୁ ନେଇ ଭଲ ମତାମତ ଦେବା ପରେ ବ୍ୟବସାୟ ଆରମ୍ଭ କରିବାକୁ ସ୍ଥିର କରି ନେଇଥିଲେ ମୁନାଫ ।

ବୋହରି କିଚେନ ନାମରେ ଏକ ଫୁଡ ଷ୍ଟଲ ତିଆରି କରି ସିଙ୍ଗଡା ବିକ୍ରି କରିବା ଆରମ୍ଭ କଲେ ମୁନାଫ । କିନ୍ତୁ ଗୁଗୁଲରେ ଚାକିରି କରୁଥିବାରୁ ବ୍ୟବସାୟ ପ୍ରତି ଅଧିକ ସମୟ ଦେଇ ପାରୁନଥିଲେ ମୁନାଫ । ତେଣୁ ବ୍ୟବସାୟକୁ ଆଗକୁ ନେବା ପାଇଁ ଗୁଗୁଲରୁ ଚାକରି ଛାଡି ବ୍ୟବସାୟରେ ଅଧିକ ମନୋନିବେଶ କଲେ । ନିଜ ଦକ୍ଷତା ଓ ପରିଶ୍ରମ ବଳରେ ଏବେ ଫୋବର୍ସର ଅଣ୍ଡର-୩୦ ଆଚିର୍ଭସଙ୍କ ମଧ୍ୟରେ ସାମିଲ ହୋଇଥିଲେ । ଏବେ ବାର୍ଷିକ ୫୦ ଲକ୍ଷ ଟଙ୍କାର ବ୍ୟବସାୟ କରୁଛନ୍ତି ମୁନାଫ । ଆଉ ଏହି ସଫଳତାକୁ ପାଥେୟ କରି ଆଗାମୀ ବର୍ଷ ଭିତରେ ଏହି ଟର୍ଣ୍ଣଓଭରକୁ ୩ ଲକ୍ଷରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖିଛନ୍ତି ମୁନାଫ ।