ରେଭେନ୍ସାରେ ରାଗିଂ ଘଟଣାର ଆରମ୍ଭ ହେଲା ତଦନ୍ତ ! ଜଣେ ଏସିପି ଏବଂ ଜଣେ ଆଇଆଇସି ନେତୃତ୍ୱରେ ଛାନବିନ୍

27

କନକ ବ୍ୟୁରୋ : ରେଭନ୍ସା ରାଗିଂ ଘଟଣାର ତଦନ୍ତ ଆରମ୍ଭ କରିଛି ପୁଲିସ । ଜଣେ ଏସିପି ଏବଂ ଜଣେ ଆଇଆଇସିଙ୍କ ନେତ୍ୱତ୍ୱରେ ରେଭେନ୍ସାର ଏହି ରାଗିଂ ଘଟଣା ତଦନ୍ତ ଆରମ୍ଭ ହୋଇଛି । ମିଳିଥିବା ପ୍ରାଥମିକ ସୂଚନା ଅନୁସାରେ ସୁଭ୍ରଜିତ ରାୟ ଏବଂ ତାଙ୍କ କିଛି ସାଙ୍ଗ ଏହି ରାଗିଂ ଘଟଣରେ ସଂପୃକ୍ତ ଥିଲେ ।

୨୦୧୫ ମସିହାରେ ଜଣେ ପ୍ଲସ୍ ଟୁ ପଢୁଥିବା ଛାତ୍ରଙ୍କୁ ଦ୍ୱିତୀୟ ବର୍ଷର ସିନିଅର୍ ଛାତ୍ର ରାଗିଂ କରିଥିଲୋ ଅଭିଯୋଗ ପରେ ସଂପୃକ୍ତ ଛାତ୍ରଙ୍କୁ ବାହାର କରିଦେଇଥିଲେ କର୍ତ୍ତୃପକ୍ଷ । ହେଲେ ଏଇଠି ସରିନଥଲା ଛାତ୍ରଙ୍କ ଗୁଣ୍ଢାଗିରି ।

ଅଭିଯୋଗ କରିଥିବା ଛାତ୍ରଙ୍କ ଉପରେ ରାଗ ରଖିଥିଲେ ସଂପୃକ୍ତ ସିନିଅର୍ ଛାତ୍ର । ସୋସିଆଲ୍ ମିଡିଆରେ ବାରମ୍ବାର ଦେଉଥିଲେ ଧମକ । ସେପଟେ ରେଭେନ୍ସା କୂଳପତି କହିଛନ୍ତି, ଅଭିଯୋଗ ଆସିଲେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯିବ ।